ଏଇ ଭାରତରେ

ସାଧାରଣତଃ ଯୁବକମାନେ ଚାଷ ଛାଡି ଚାକିରି କରିବାକୁ ଭଲ ପାଆନ୍ତି। କିନ୍ତୁ ଜଣେ ଆଇଟି ଇଞ୍ଜିନିୟର ଚାକିରି ଛାଡି ଚାଷ କରି ଲୋକମାନଙ୍କୁ ଜୈବିକ ପରିବା ଚାଷ କରିବାକୁ ଉତ୍ସାହିତ କରୁଛନ୍ତି। ଏହି ବ୍ୟକ୍ତି ଜଣକ ହେଉଛନ୍ତି ସୁରେଶ ଦେବାଙ୍ଗ। କେବଳ ଜୈବିକ ଚାଷ କରୁନାହାନ୍ତି କେଶବ, ବରଂ ସ୍ଥାନୀୟ ଅଞ୍ଚଳରେ କେମିକାଲ ଓ କୀଟନାଶକ ମୁକ୍ତ ଚାଷ ଲାଗି ଏକ ଅଭିଯାନ ଆରମ୍ଭ କରିଛନ୍ତି। ତାଙ୍କୁ ଏବେ ବୟସ ୪୮। କାଲିଫର୍ନିଆରେ ଆଇଟି ପ୍ରଫେଶନାଲ ଭାବେ ସେ କାର୍ଯ୍ୟ କରୁଥିଲେ। ଅଧିକ ବେତନ ମଧ୍ୟ ପାଉଥିଲେ। କିନ୍ତୁ ଏହି ଚାକିରି ଛାଡି ୨୦୧୬ରେ ସେ କର୍ନାଟକ ମହୀଶୂରରର ଏଚ୍‌ଡି କୋଟେ ବ୍ଲକ୍‌ର ପୋରା ଗାଁକୁ ଫେରି ଆସିଥିଲେ। ସେଠାରେ ୬ ଏକର ଜମି କିଣି ସେଥିରେ ଅର୍ଗାନିକ କୃଷି ଆରମ୍ଭ କରିଥିଲେ। ଏହି ସମୟରେ ମରୁଡିପ୍ରବଣ ପୋରାରେ କୃଷକମାନେ ବି ପୂରା ଚିନ୍ତାରେ ରହିଥିଲେ। ସେମାନେ ବାହାରକୁ ଚାକିରି ଅନ୍ବେଷଣରେ ଚାଲିଯାଉଥିଲେ। କିନ୍ତୁ ଦେବାଙ୍ଗ ସେଠାରେ ଚାଷ ଆରମ୍ଭ କରିବା ପରେ ଲୋକମାନେ ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। କିଭଳି କମ୍‌ ପାଣିରେ ଭଲ ଚାଷ କରାଯାଇପାରିବ ସେ ସମ୍ପର୍କରେ ସୁରେଶ ଲୋକମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ମୁଖ୍ୟତଃ ବର୍ଷାଜଳ ସଂଗ୍ରହ କରାଯାଇ ତାହାକୁ ଉପଯୋଗ କରି ଚାଷ କରାଯିବା ପଦ୍ଧତି ଉପରେ ସେ ଗୁରୁତ୍ୱ ଦେଉଛନ୍ତି। ୧.୨୫ ଲକ୍ଷ ଲିଟର ବର୍ଷା ଜଳ ସଂରକ୍ଷଣ ହେବାଭଳି ପୋଖରୀଟିଏ ଖୋଳି ଜଳସେଚନର ସୁବିଧା କରିଛନ୍ତି। ସେ ଆପଣାଉଥିବା ଜଳସେଚନରେ ପାରମ୍ପରିକ ପଦ୍ଧତିଠାରୁ ପାଖାପାଖି ୫୦ପ୍ରତିଶତ ଜଳ ବଞ୍ଚାଯାଇପାରୁଛି। ପ୍ରତିବର୍ଷ ସେ ୧୦-୧୫ କୁଇଣ୍ଟାଲ ଜୈବିକ ପରିବା,୪୦ ଟନ୍‌ କଦଳୀ ଉପତ୍ାଦନ କରି ପ୍ରାୟ ବର୍ଷକୁ ୬ ଲକ୍ଷ ଟଙ୍କା ଲାଭ କରୁଛନ୍ତି। ଅର୍ଗାନିକ ପରିବାଗୁଡିକୁ ସ୍ଥାନୀୟ ଅଞ୍ଚଳରେ ପରିବା ଦୋକାନୀ,ଅର୍ଗାନିକ ଫୁଡ ଷ୍ଟୋର ଓ କମ୍ପାନୀଗୁଡିକ ସହ ଚୁକ୍ତି ବି କରିଛନ୍ତି ଦେବାଙ୍ଗ ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ବର ବିଷୟ

ଉପେନ୍ଦ୍ର ବିଶ୍ୱାଳ କେନିଆର ପୂର୍ବ ପ୍ରଧାନମନ୍ତ୍ରୀ ରାଇଲା ଓଡିଙ୍ଗାଙ୍କ କନ୍ୟା ହେଉଛନ୍ତି ୪୪ ବର୍ଷୀୟା ରୋଜମାରୀ। ମସ୍ତିଷ୍କରେ ଟ୍ୟୁମରଜନିତ ଜଟିଳ ସମସ୍ୟା ଯୋଗୁ ଅସ୍ତ୍ରୋପଚାର କରିବାକୁ...

ସଙ୍କଟରେ ଶିକ୍ଷା

ରବିନାରାୟଣ ସାମଲ ସ୍ୱାଧୀନୋତ୍ତର ଭାରତବର୍ଷରେ ଶିକ୍ଷାର ସଂସ୍କାର ନିମିତ୍ତ ଅନେକ କମିଶନ ବସିସାରିଛି। ମାତ୍ର କମିଶନଙ୍କ ସୁପାରିସ କାର୍ଯ୍ୟକାରୀ ହେବା ପରିବର୍ତ୍ତେ ଶୀତଳଭଣ୍ଡାରକୁ ଚାଲିଯାଇଛି। ପ୍ରବର୍ତ୍ତିତ...

ବାସ ଚିନ୍ତା

ଡ. ସୁଜିତ କୁମାର ନାଥ   ବିଶ୍ୱ ଅର୍ଥନୈତିକ ସଂସ୍ଥାର ଆକଳନ ଅନୁସାରେ ଭାରତରେ ପ୍ରାୟ ଚଉଦ କୋଟି ପ୍ରବାସୀ ଶ୍ରମିକ ରହିଛନ୍ତି। ଅଧିକ ରୋଜଗାର...

ପ୍ଲଗିଂ ସେଲିବ୍ରିଟି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଅଳିଆ ଓ ଅସନା ଜିନିଷ କଥା କହିଲେ ଅନେକେ ନାକ ଟେକିଥାଆନ୍ତି। ଏସବୁ ସମାଜର ତଳ ଶ୍ରେଣୀର ଲୋକଙ୍କ କାମ ବୋଲି...

ଗଣତନ୍ତ୍ର ଓ ନାଗରିକ

ଦୀପକ କୁମାର ନନ୍ଦ   ଓଡ଼ିଶାରେ ପଞ୍ଚାୟତିରାଜ ନିର୍ବାଚନ ଶେଷ ହୋଇ ସାରିଥିଲେ ବି ସେଥିରେ ଅନେକ ବିଷୟ ସାମ୍ନାକୁ ଆସଛି। ତୃଣମୂଳ ସ୍ତରରେ ଗଣତନ୍ତ୍ର...

ଇସ୍ରୋ ମୁଖ୍ୟ

ପ୍ରଖ୍ୟାତ ରକେଟ ବୈଜ୍ଞାନିକ ଏସ୍‌. ସୋମନାଥ ୧୪ ଜାନୁୟାରୀ ୨୦୨୨ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମୁଖ୍ୟ ଆସନରେ ଆସୀନ ହେବା ପରେ କେରଳର...

ଶବ୍ଦ ପ୍ରଦୂଷଣ ବିପଦ

ନାରାୟଣ ଚନ୍ଦ୍ର ବିଶ୍ୱାଳ ପରିବେଶ ପ୍ରଦୂଷଣ ପରେ ଶବ୍ଦ ପ୍ରଦୂଷଣ ଆଉ ଏକ ଗୁରୁତର ସମସ୍ୟା ଭାବେ ଆଧୁନିକ ସଭ୍ୟତାରେ ମୁଣ୍ଡ ଟେକିଛି। ଏଥିଯୋଗୁ ଆଜିର...

କୃଷି ଓ କୃଷକକୁ ମୁକ୍ତ କର

ନଟବର ଖୁଣ୍ଟିଆ କରୋନା ଭୂତାଣୁ ଚାଇନାର ଉହାନ ସହରରୁ ଗତବର୍ଷ ଡିସେମ୍ବରରେ ଜନ୍ମନେଇ ଆଜି ସାରା ବିଶ୍ୱରେ ତା’ର କାୟାବିସ୍ତାର କରି ବିଶ୍ୱରେ କୋକୁଆ ଭୟ...

Advertisement
Archives

Model This Week