ଏଇ ଭାରତରେ

କରୋନା ସଂକ୍ରମଣକୁ ନେଇ ସାରା ଦେଶ ଚିନ୍ତିତ ଥିବାବେଳେ ମହାରାଷ୍ଟ୍ରରେ ଏହା ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ ମୁମ୍ବାଇର ଶିଶିର ଜୋଷୀ ସଂକ୍ରମଣ ରୋକିବାକୁ ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକମାନଙ୍କୁ ତେଜରାତି ଜିନିଷଠାରୁ ଆରମ୍ଭ କରି ଓଷଧ ଆଦି ଯୋଗାଇ ଦେଉଛନ୍ତି। ସଂକ୍ରମଣ ରୋକିବା ଲାଗି ଜିନିଷ ବାବଦରେ ଅର୍ଥ ଅନ୍‌ଲାଇନ ପେମେଣ୍ଟ ଜରିଆରେ ଗ୍ରହଣ କରୁଛନ୍ତି। କିନ୍ତୁ ଡେଲିଭରି ବାବଦରେ ସେ କାହାଠାରୁ ଟଙ୍କାଟିଏ ବି ନେଉନାହାନ୍ତି। ଏଭଳି ସଂକଟମୟ ସମୟରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସେ ସ୍ବେଚ୍ଛାସେବୀମାନଙ୍କ ସହ ଆଗକୁ ଆସିଛନ୍ତି ବୋଲି କୁହନ୍ତି ପ୍ରୋଜେକ୍ଟ ମୁମ୍ବାଇ ଏନ୍‌ଜିଓର କାର୍ଯ୍ୟନିର୍ବାହୀ ଶିଶିର। ମୁମ୍ବାଇ କମିଶନରଙ୍କ ଟାସ୍କ ଫୋର୍ସ ଏ କ୍ଷେତ୍ରରେ ଅନେକ ଅଞ୍ଚଳରେ କାର୍ଯ୍ୟ କରୁଥିଲେ ବି ସେମାନଙ୍କ ସହ ମିଶି ଶିଶିର ଓ ତାଙ୍କ ଟିମ୍‌ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିପାରିଛନ୍ତି। କେବଳ କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତି ନୁହନ୍ତି, ଘରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଶିଶିରଙ୍କ ଟିମ୍‌ ରାଶନ ସାମଗ୍ରୀ ସମେତ ଓଷଧ ଯୋଗାଇଦେଉଛନ୍ତି। ଯେଉଁମାନେ ସେଲ୍ଫ କ୍ୱରାଣ୍ଟାଇନରେ ରହିଛନ୍ତି ସେମାନେ ସେମାନଙ୍କ ଚିଠି ଓ ଷ୍ଟାମ୍ପର ଛବି ହା୍ବଟ୍ସଆପ୍‌ରେ ତାଙ୍କ ପାଖକୁ ପଠାଇବା ପରେ ଏହା ଉପରେ ଅନୁଧ୍ୟାନ କରାଯାଇ ଜିନିଷ ଯୋଗାଇ ଦିଆଯାଉଛି। ଓଷଧ ଯୋଗାଇବା ଲାଗି ଶିଶିରଙ୍କୁ ଏକ ଇ-ଫାର୍ମା ରିଟେଲର ସାହାଯ୍ୟ କରିବାକୁ ଆଗେଇ ଆସିଛି। ଶିଶିର ଓ ତାଙ୍କ ଟିମ୍‌ର ଏହି କାର୍ଯ୍ୟକୁ ସବୁଆଡୁ ପ୍ରଶଂସା କରାଯାଉଛି। ଏହି କାର୍ଯ୍ୟରେ ଅଧିକ ସ୍ବେଚ୍ଛାସେବୀ ତାଙ୍କ ସହ ଯୋଡିହେବା ଲାଗି ସେ ଆଶା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୋଟିଏ ଲାଇବ୍ରେରିର ଉନ୍ନତି ପାଇଁ ଜଣେ ଲାଇବ୍ରେରିଆନ୍‌ଙ୍କ ନିଷ୍ଠାପର ପ୍ରୟାସ ସଭିଙ୍କ ପାଇଁ ପ୍ରେରଣା ପାଲଟିଛି। କେରଳର ଆଲ୍‌ପୁଝା ଜିଲା କାରୁଭଟ୍ଟା ନିବାସୀ ଲାଇବ୍ରେରିଆନ୍‌ ପି....

ଏଇ ଭାରତରେ

ଫାଇନାନ୍ସ ସମ୍ପର୍କରେ ଶିକ୍ଷା କରିବା ଲାଗି ୫ମ ଶ୍ରେଣୀର ପିଲାମାନେ ଏକ ନିଜସ୍ବ ବ୍ୟାଙ୍କ ଚଳାଇବା କିଛି କମ୍‌ କଥା ନୁହେଁ। ଏଭଳି ଏକ ବ୍ୟାଙ୍କ...

ଖାଦ୍ୟରେ ରାସାୟନିକ ବିଷ

ଡ. ବିଜୟକେତନ ପଟ୍ଟନାୟକ ୨୦୦୭ ମସିହାରେ ମୁଁ ରାଜ୍ୟ ସରକାରଙ୍କ ପରିବେଶ ନିର୍ଦ୍ଦେଶକ ପଦବୀରେ ଅବସ୍ଥାପିତ ଥାଏ ଏବଂ ସେହି ସୂତ୍ରରେ କୋରାପୁଟ ଜିଲାସ୍ଥିତ ସୁନାବେଡ଼ା...

ସ୍ବ-ଅଧ୍ୟୟନ: ଏକ ଆଲୋଚନା

ସଂଯୁକ୍ତା ଦାଶ ବର୍ତ୍ତମାନ କୋଭିଡ୍‌ ୧୯ ଯୋଗୁ ରାଜ୍ୟ ସରକାରଙ୍କ ଦ୍ୱାରା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ସମସ୍ତ ପରୀକ୍ଷାକୁ ବନ୍ଦ କରିଦିଆଯାଇଛି ଓ ବିକଳ୍ପ ବ୍ୟବସ୍ଥା...

ପ୍ରତିବାଦ ଯଥାର୍ଥ

ଆକାର ପଟେଲ ଜାନୁୟାରୀ ୨୫, ଶନିବାର ସୁଦ୍ଧା ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ୨୪ ଘଣ୍ଟିଆ ପ୍ରତିବାଦ...

ଏଇ ଭାରତରେ

ନିଜସ୍ବ ଉଦ୍ୟମରେ ରୋଜଗାର କରି ଗାଁର ବିକାଶରେ ବ୍ୟୟ କରୁଥିବା ମେଘାଳୟର ଲେଲ୍ୟାଣ୍ଡ ମରାକ୍‌ ଅନ୍ୟମାନଙ୍କ ଲାଗି ଉଦାହରଣ ପାଲଟିଛନ୍ତି। ତାଙ୍କୁ ବୟସ ୪୯। ରହୁଛନ୍ତି...

ଏଇ ଭାରତରେ

ବାର୍ଦ୍ଧକ୍ୟରେ ବିଭିନ୍ନ ଶାରୀରିକ ଅସୁସ୍ଥତା ଦେଖାଯାଏ। ମୁଖ୍ୟତଃ ପାର୍କିନସନ ଡିଜିଜ୍‌ ବୃଦ୍ଧାବସ୍ଥାରେ ବଡ଼ ସମସ୍ୟା ଭାବେ ଉଭା ହୁଏ। ଏହି ରୋଗୀମାନଙ୍କୁ କେତେକାଂଶରେ ଉପଶମ ଲାଗି...

ଏଇ ଭାରତରେ

ନିଜ ଦରମାରୁ ଖର୍ଚ୍ଚକରି ୨୨୦୦ ପିଲାଙ୍କୁ ମାଗଣାରେ ପଢାଉଥିବା ବଠିଣ୍ଡା( ପଞ୍ଜାବ)ର ଶିିକ୍ଷକ ସଞ୍ଜୀବ କୁମାର ଉଦାହରଣ ପାଲଟିଛନ୍ତି। ସେ ୧୮ ବର୍ଷ ହେବ ଭାରତର...

Advertisement
Archives

Model This Week