ଏଇ ଭାରତରେ

ଗାଈ ମୃତ୍ୟୁ ସହ ଏକ ଅଜବ ବିଶ୍ୱାସ ଯୋଡିହୋଇ ରହିଛି ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ। ଏହି ଅଞ୍ଚଳର ପାଥରି ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ବ୍ୟକ୍ତିଙ୍କ ଭୁଲ୍‌ ଯୋଗୁ ଗୋଟିଏ ବାଛୁରିର ମୃତ୍ୟୁ ଘଟିଥିଲା। ଏହା ପରେ ପଞ୍ଚାୟତ ବୈଠକ ଡକାଯାଇଥିଲା। ଏହି ବୈଠକରେ ବ୍ୟକ୍ତି ଜଣଙ୍କୁ ପ୍ରାୟଶ୍ଚିତ୍ତ ନିମନ୍ତେ ତାଙ୍କ ନାବାଳିକା କନ୍ୟାର ବାହାଘର କରିବା ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବ୍ୟକ୍ତି ଜଣକ ମୋଟର ସାଇକେଲ୍‌ରେ ଯାଉଥିବା ସମୟରେ ବାଛୁରିଟି ହଠାତ୍‌ ରାସ୍ତାକୁ ଚାଲି ଆସିବାରୁ ଧକ୍କାରେ ତା’ର ମୃତ୍ୟୁ ହୋଇଥିଲା। ପରେ ପାପ କ୍ଷୟ ଲାଗି ସେହି ବ୍ୟକ୍ତି ଗଙ୍ଗା ସ୍ନାନ କରି ଗ୍ରାମବାସୀଙ୍କୁ ଭୋଜି ଦେବାକୁ ପ୍ରସ୍ତୁତ ହୋଇଯାଇଥିଲେ, କିନ୍ତୁ ଗ୍ରାମବାସୀ ଏଥିରେ ରାଜି ନ ହୋଇ ତାଙ୍କ ନାବାଳିକା କନ୍ୟାର ବାହାଘର କରିବା ଲାଗି ପଞ୍ଚାୟତ ବୈଠକରେ କହିଥିଲେ। ପଞ୍ଚାୟତର ନିର୍ଦ୍ଦେଶକ୍ରମେ ଝିଅର ବାହାଘର କରିବା ପାଇଁ ବ୍ୟକ୍ତି ଜଣକ ରାଜି ହୋଇ ଯୋଗାଡ଼ରେ ଲାଗିଗଲେ। କିନ୍ତୁ ପଞ୍ଚାୟତର ଫଇସଲା ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପାଖରେ ପହଞ୍ଚିବା ପରେ ପୋଲିସ ବାହାଘର ବନ୍ଦ କରିଥିଲା। ପରେ କନ୍ୟାଙ୍କୁ ୧୮ ବର୍ଷ ହେବା ଯାଏ ବାହାଘର ନ କରିବା ଲାଗି ପରିବାରଠାରୁ ଲିଖିତ ପ୍ରତିଶ୍ରୁତି ନିଆଯାଇଥିଲା। କୁହାଯାଏ କି, ମଧ୍ୟପ୍ରଦେଶର ଗ୍ରାମାଞ୍ଚଳଗୁଡିକରେ ଯଦି କାହାର ଭୁଲ୍‌ ଯୋଗୁ ଗାଈ ମରିଯାଏ ତେବେ ତାଙ୍କ ଉପରେ ସବୁ ପ୍ରକାର ସାମାଜିକ ପ୍ରତିବନ୍ଧକ ଲାଗୁ କରାଯାଏ। ତାଙ୍କୁ ଗଙ୍ଗାସ୍ନାନ କରିବା ଲାଗି କୁହାଯାଏ। ଏମିତିକି ଗ୍ରାମବାସୀଙ୍କୁ ଭୋଜି ଦେବା ସହ ନାବାଳିକାର ବାହାଘର କରିବା ଲାଗି ତାଙ୍କୁ କୁହାଯାଏ। ପାପରୁ ମୁକ୍ତି ପାଇବା ଲାଗି କନ୍ୟାଦାନ ଏକମାତ୍ର ଉପାୟ ବୋଲି ସେମାନଙ୍କ ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ ପ୍ରସଙ୍ଗ

ହିଜାବ ପିନ୍ଧିଥିବା ମୁସଲମାନ ଛାତ୍ରୀଙ୍କୁ କର୍ନାଟକର ଉଡୁପି ଓ କୁନ୍ଦପୁରର ସରକାରୀ କଲେଜରେ ପ୍ରବେଶ ଅନୁମତି ନ ମିଳିବାରୁ ତାହାକୁ ନେଇ ବିବାଦ ଲାଗିରହିଛି। ଏପରି...

ଏହା ହିଁ ସତ

ଆକାର ପଟେଲ ସାମ୍ପ୍ରତିକ ସମୟରେ ଲେଖାର କମ୍‌ ତାତ୍ପର୍ଯ୍ୟ ରହୁଛି। ଏହା ହିଁ ଏକ ସମସ୍ୟା। ପ୍ରକୃତରେ ନ୍ୟୁଜ ବା ଖବରର ବାସ୍ତବତା ସହିତ ସମ୍ପର୍କ...

ଟଙ୍କା ମାଟି, ଯଦି ଖୁସି କିଣି ନ ପାରେ

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ ଅର୍ଥ ପଛରେ ଅହରହ ଧାଇଁଚାଲିଛି ମଣିଷ । ପୁଳାଏ ଟଙ୍କା ରୋଜଗାର କରିବାକୁ ସେ ଭାବିଥାଏ ଜୀବନର ଚରମ ସାର୍ଥକତା...

ବଞ୍ଚି ରହିବାର କଳା

ରଞ୍ଜନ କୁମାର ଦାସ ଅନେକ ସମୟରେ ଆମକୁ କୁହାଯାଇଥାଏ ଶ୍ରେଷ୍ଠ ହୁଅ, ସବୁଠୁ ଭଲ ପ୍ରଦର୍ଶନ କର। ଏପରିକି ବୈଜ୍ଞାନିକ ମେଣ୍ଡେଲ ମଧ୍ୟ କହିଲେ, କେବଳ...

ବିଦ୍ୟାର୍ଥୀ ଓ ହ୍ବାଟ୍‌ସଆପ୍‌ ପୁସ୍ତକ

ନଗେନ୍ଦ୍ର ନାଥ ପଟ୍ଟନାୟକ ପୁସ୍ତକ ପଢ଼ିବା ମହାଆନନ୍ଦର ବିଷୟ। ବିଦ୍ୟାର୍ଥୀ ଜୀବନରେ ଶିକ୍ଷା ଏକପ୍ରକାର ବାଧ୍ୟତାମୂଳକ। କିନ୍ତୁ ପାଠପଢ଼ା ସମୟରେ ବିବଶ ହୋଇ ପଢ଼ୁଥିବା ପିଲା...

ଏଇ ଭାରତରେ

ଏଥର ବର୍ଷସାରା ତାଜା ଆମ୍ବ ଖାଇବାକୁ ମିଳିବ। ଏହା ସମ୍ଭବ ହୋଇଛି ରାଜସ୍ଥାନ କୋଟାର ୫୫ ବର୍ଷୀୟ କୃଷକ ଶ୍ରୀକ୍ରିଷ୍ଣ ସୁମନଙ୍କ ଦ୍ୱାରା। ସୁମନ ନିଜସ୍ବ...

ବିଦେଶ ପ୍ରେମ

ଡ.ଜୟଦେବ ସାହୁ ବିଦେଶ ଭ୍ରମଣ ହେଉ କି ବିଦେଶରେ ଅଧ୍ୟୟନ ହେଉ, ବିଦେଶର ନାମ ଶୁଣିଲେ ଭାରତୀୟ ନୂତନ ପିଢ଼ି ଖୁସିରେ ବିଭୋର ହୋଇଯାନ୍ତି। ପ୍ରାୟ...

ଏଇ ଭାରତରେ

ଗୋଟିଏ ସମୟରେ ପରିବାରର ଦୁଇ ସଦସ୍ୟଙ୍କ ସମେତ ଅନ୍ୟ ତିନିଜଣ ସମ୍ପର୍କୀୟଙ୍କର କ୍ୟାନ୍‌ସରରେ ମୃତ୍ୟୁ ହେବା ପରେ ଗୁଣବୀର ସିଂ ଜୈବିକ କୃଷି ଅଭିଯାନ ଆରମ୍ଭ...

Advertisement
Archives

Model This Week