ଏଇ ଭାରତରେ

ଗର୍ଭସ୍ଥ ଶିଶୁକୁ ସଂସ୍କାରିତ କରିବା ପାଇଁ ସବୁ ଧର୍ମରେ ଗର୍ଭବତୀମାନେ ଧର୍ମଗ୍ରନ୍ଥ ପାଠ କରିବା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। କିନ୍ତୁ ଦୁଇଜଣ ମୁସଲ୍‌ମାନ ମହିଳା ତାଙ୍କ ଗର୍ଭସ୍ଥ ଶିଶୁକୁ ସଂସ୍କାରିତ କରିବା ଲାଗି ସଦ୍‌ଭାବନାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଗ୍ବାଲିୟରର ଫୁଲ୍‌ବାଗ ପଡିଆରେ ଆୟୋଜିତ ଗର୍ଭସଂସ୍କାର ଓ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞରେ ଦୁଇଜଣ ମୁସଲ୍‌ମାନ ଗର୍ଭବତୀ ପହଞ୍ଚିବା କ୍ଷଣି ସେମାନଙ୍କୁ ସ୍ବାଗତ କରାଯାଇଥିଲା। ହିନ୍ଦୁ ମହିଳାମାନେ ଉକ୍ତ ମୁସଲମାନ ମହିଳାଙ୍କୁ ସେମାନଙ୍କ ଗହଣରେ ବସିବା ଲାଗି ସ୍ଥାନ ଦେଇଥିଲେ। ସେମାନେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଚାଲିଥିବା ବେଳେ କୁଣ୍ଡରେ ଆହୁତି ମଧ୍ୟ ଦେଇଥିଲେ। ଏହି ଅବସରରେ ଗର୍ଭସଂସ୍କାର ଲାଗି ୫୦୦ ମହିଳା ସାମିଲ ହୋଇଥିଲେ। ଗ୍ବାଲିୟରର ଗୁଡିଗୁଡାସ୍ଥ ଖଜାଞ୍ଚି ବାବାଙ୍କ ଦରଘା ନିବାସୀ ରୁଖ୍‌ସାର ଓ ଇବରା ନିବାସୀ ଖୁସ୍‌ବୁ ବାନୋ ଏହି ଯଜ୍ଞରେ ଭାଗନେଇଥିଲେ। କୋରାନ ସହ ଗାୟତ୍ରୀ ମନ୍ତ୍ରରେ ଗର୍ଭସ୍ଥ ଶିଶୁ ସଂସ୍କାରିତ ହୋଇଥାନ୍ତି ବୋଲି ବିଶ୍ୱାସ କରୁଥିବା ଏଇ ଦୁଇ ମହିଳାଙ୍କ ଭାବନାକୁ ସେମାନଙ୍କ ସ୍ବାମୀ ମଧ୍ୟ ସମ୍ମାନ ଜଣାଇଛନ୍ତି। ଭଲ କାର୍ଯ୍ୟ ଯେକୌଣସି ଧର୍ମର ହେଲେ ବି ତାହାକୁ ଗ୍ରହଣ କରିବା ଉଚିତ ବୋଲି ସେମାନେ କହିଛନ୍ତି। ଖୁସ୍‌ବୁ ବାନୋଙ୍କ ପରିବାର ହିନ୍ଦୁମାନଙ୍କ ସହ ମିଳିମିଶି ଚଳନ୍ତି। ତାଙ୍କ ସ୍ବାମୀ ସାଦିକ ବଜରଙ୍ଗବାଲୀଙ୍କ ଭକ୍ତ ଓ ନମାଜ ବି ପଢନ୍ତି। ଏହାବାଦ୍‌ ରୁଖ୍‌ସାର ନିୟମିତ ପୂଜାପାଠ କରିବା ସହ ତିଳକ ମଧ୍ୟ ଲଗାନ୍ତି ବୋଲି କୁହନ୍ତି ତାଙ୍କ ସ୍ବାମୀ ଆବିର। ସେ କୁହନ୍ତି, କୋରାନ୍‌ ପଢି ଆମକୁ ଯେତିକି ଆନନ୍ଦ ମିଳେ ଗୀତା ଶୁଣି ବି ସେତିକି ଖୁସି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ଆହ୍ୱାନ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ ବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି)ର ଅଧ୍ୟକ୍ଷ ଭାବେ ୧୯୮୫ ବ୍ୟାଚ୍‌ ଆଇଆର୍‌ଏସ୍‌ ଅଧିତ୍କାରୀ ଜଗନ୍ନାଥ ମହାପାତ୍ରଙ୍କ...

କଠୋପନିଷଦର ପ୍ରତିପାଦ୍ୟ ସିଦ୍ଧାନ୍ତ

ଡା. ଗୋପାଳ ଚନ୍ଦ୍ର ଦାଶ କଠୋପନିଷଦର ବିଷୟବସ୍ତୁ ମୁଖ୍ୟତଃ ବ୍ରହ୍ମ ଓ ଆତ୍ମା ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ। ଉପନିଷଦକାର ଯମ-ନଚିକେତା ଖବର ମାଧ୍ୟମରେ ଏହି ତତ୍ତ୍ୱକୁ...

ଅଭିନବ ପରିକଳ୍ପନା ପରିବର୍ତ୍ତନର ଆହ୍ବାନ

ମଙ୍ଗୁଳି ଚରଣ ନିଶଙ୍କ ବନ୍ୟ ପରିବେଶରେ ମଣିଷ ଆସ୍ଥାନ ବନାଇ ଗୋଷ୍ଠୀଗତ ଜୀବନ ଶୈଳୀ ଆରମ୍ଭ କରି କ୍ରମେ ନିଜର ପରିବେଷ୍ଟନିକୁ ସୁସଂଯତ ଓ ଆବଶ୍ୟକ...

ଶୂନ୍ୟପୁରୁଷ ଶିଶୁଅନନ୍ତ

ଡ. ଭବାନୀ ଶଙ୍କର ଦାଶ ସଂସ୍କୃତ ସାହିତ୍ୟ ପ୍ରତି ନୀରବ ପ୍ରତିବାଦରେ ସେଦିନ ସାରଳା ଦାସଙ୍କ ସାହିତ୍ୟ ସୃଷ୍ଟି ଥିଲା ଏକ ବୈପ୍ଳବିକ ପଦକ୍ଷେପ। ସାରଳାଙ୍କ...

ଲକ୍ଷ୍ୟ ସିଇସି ପଦ

ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂଆ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ଅଶୋକ ଲାଭାସା ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜୀବଙ୍କୁ...

ସଂଯମର ମାର୍ଗ

ଡା. ଗୋପାଳ ଚନ୍ଦ୍ର ଦାଶ ଯୋଗ ଦର୍ଶନର ରଚୟିତା ମହର୍ଷି ପତଞ୍ଜଳି। ମନ ଉପରେ ବିଜୟ ପାଇବା ହେଉଛି ଏହି ଦର୍ଶନର ଏକମାତ୍ର ଲକ୍ଷ୍ୟ। ଏହାର...

ଜିନୋମ୍‌ର ନୂଆ ଜନନୀ

ଜିନୋମିକ୍ସର ଏଲନ୍‌ ମସ୍କ ଭାବେ ପରିଚିତ ଜେନିଫର ଡୁଡ୍‌ନାଙ୍କ ବିଷୟରେ ଭାରତରେ ଖୁବ୍‌ କମ୍‌ ଲୋକ ଜାଣିଥିବେ। ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା...

କୂଅର ଜଳ

ଅଞ୍ଜନ ଚାନ୍ଦ ଅନେକ ଦିନ ତଳର କଥା। ଥରେ ଜଣେ ବଣିକ ତୀର୍ଥ ଯାତ୍ରାରେ ବାହାରିଲେ। ଯିବା ଆଗରୁ ସେ ବାଡ଼ିରେ ଦୁଇଟି କୂଅ ଖୋଳାଇଲେ।...

Advertisement
Archives

Model This Week