ଏଇ ଭାରତରେ

ଗର୍ଭସ୍ଥ ଶିଶୁକୁ ସଂସ୍କାରିତ କରିବା ପାଇଁ ସବୁ ଧର୍ମରେ ଗର୍ଭବତୀମାନେ ଧର୍ମଗ୍ରନ୍ଥ ପାଠ କରିବା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। କିନ୍ତୁ ଦୁଇଜଣ ମୁସଲ୍‌ମାନ ମହିଳା ତାଙ୍କ ଗର୍ଭସ୍ଥ ଶିଶୁକୁ ସଂସ୍କାରିତ କରିବା ଲାଗି ସଦ୍‌ଭାବନାର ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଗ୍ବାଲିୟରର ଫୁଲ୍‌ବାଗ ପଡିଆରେ ଆୟୋଜିତ ଗର୍ଭସଂସ୍କାର ଓ ୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞରେ ଦୁଇଜଣ ମୁସଲ୍‌ମାନ ଗର୍ଭବତୀ ପହଞ୍ଚିବା କ୍ଷଣି ସେମାନଙ୍କୁ ସ୍ବାଗତ କରାଯାଇଥିଲା। ହିନ୍ଦୁ ମହିଳାମାନେ ଉକ୍ତ ମୁସଲମାନ ମହିଳାଙ୍କୁ ସେମାନଙ୍କ ଗହଣରେ ବସିବା ଲାଗି ସ୍ଥାନ ଦେଇଥିଲେ। ସେମାନେ ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଚାଲିଥିବା ବେଳେ କୁଣ୍ଡରେ ଆହୁତି ମଧ୍ୟ ଦେଇଥିଲେ। ଏହି ଅବସରରେ ଗର୍ଭସଂସ୍କାର ଲାଗି ୫୦୦ ମହିଳା ସାମିଲ ହୋଇଥିଲେ। ଗ୍ବାଲିୟରର ଗୁଡିଗୁଡାସ୍ଥ ଖଜାଞ୍ଚି ବାବାଙ୍କ ଦରଘା ନିବାସୀ ରୁଖ୍‌ସାର ଓ ଇବରା ନିବାସୀ ଖୁସ୍‌ବୁ ବାନୋ ଏହି ଯଜ୍ଞରେ ଭାଗନେଇଥିଲେ। କୋରାନ ସହ ଗାୟତ୍ରୀ ମନ୍ତ୍ରରେ ଗର୍ଭସ୍ଥ ଶିଶୁ ସଂସ୍କାରିତ ହୋଇଥାନ୍ତି ବୋଲି ବିଶ୍ୱାସ କରୁଥିବା ଏଇ ଦୁଇ ମହିଳାଙ୍କ ଭାବନାକୁ ସେମାନଙ୍କ ସ୍ବାମୀ ମଧ୍ୟ ସମ୍ମାନ ଜଣାଇଛନ୍ତି। ଭଲ କାର୍ଯ୍ୟ ଯେକୌଣସି ଧର୍ମର ହେଲେ ବି ତାହାକୁ ଗ୍ରହଣ କରିବା ଉଚିତ ବୋଲି ସେମାନେ କହିଛନ୍ତି। ଖୁସ୍‌ବୁ ବାନୋଙ୍କ ପରିବାର ହିନ୍ଦୁମାନଙ୍କ ସହ ମିଳିମିଶି ଚଳନ୍ତି। ତାଙ୍କ ସ୍ବାମୀ ସାଦିକ ବଜରଙ୍ଗବାଲୀଙ୍କ ଭକ୍ତ ଓ ନମାଜ ବି ପଢନ୍ତି। ଏହାବାଦ୍‌ ରୁଖ୍‌ସାର ନିୟମିତ ପୂଜାପାଠ କରିବା ସହ ତିଳକ ମଧ୍ୟ ଲଗାନ୍ତି ବୋଲି କୁହନ୍ତି ତାଙ୍କ ସ୍ବାମୀ ଆବିର। ସେ କୁହନ୍ତି, କୋରାନ୍‌ ପଢି ଆମକୁ ଯେତିକି ଆନନ୍ଦ ମିଳେ ଗୀତା ଶୁଣି ବି ସେତିକି ଖୁସି ଲାଗେ।


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri