ଏଇ ଭାରତରେ

ସଂଘବଦ୍ଧ ସକାରାମତ୍କ ବିଚାର ଆଗରେ ସବୁକିଛି ସମ୍ଭବ। ଆଉ ଏହାକୁ ପ୍ରମାଣ ମଧ୍ୟ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର ଆଦିବାସୀମାନେ। ଶିକ୍ଷାର ଗୁରୁତ୍ୱ ଉପଲବ୍ଧି କରି ପିଲାମାନଙ୍କୁ ନିୟମିତ ସ୍କୁଲ ପଠାଇବା ଲାଗି ନିଜ ଉପରକୁ ଏକ ଗୁରୁଦାୟିତ୍ୱ ନେଇ ତାହାକୁ ପୂରଣ କରିବାରେ ଲାଗିଛନ୍ତି ଅଞ୍ଜନଓ୍ବାଡା ଗାଁର ଆଦିବାସୀ। ଆଲିରାଜପୁର ଜିଲା ଅନ୍ତର୍ଗତ ଏହି ଗାଁର ଗୋଟିଏ ପାଖରେ ପାହାଡ଼ ଓ ଆର ପାଖରେ ରହିଛି ନର୍ମଦା ନଦୀ। ଗାଁ ପ୍ରାଥମିକ ବିଦ୍ୟାଳୟରେ ପଢିବା ପରେ ପିଲାଙ୍କୁ ମଥବାଡ଼ରେ ଥିବା ସ୍କୁଲକୁ ଯିବାକୁ ପଡେ। ପିଲାମାନେ ଏହି ସ୍କୁଲରେ ପହଞ୍ଚିବା ଲାଗି ଦୁଇଟି ରାସ୍ତା ରହିଛି। ନର୍ମଦାରେ ୧୫ କି.ମି.ଡଙ୍ଗାରେ ପାରହୋଇ ପାହାଡି ରାସ୍ତାରେ ୨୫ କି.ମି. ଚାଲନ୍ତି କିମ୍ବା ପାହାଡ଼ିଆ ରାସ୍ତାରେ ୩୫ କି.ମି. ଚାଲି ଚାଲି ସ୍କୁଲରେ ପହଞ୍ଚନ୍ତି। ଏଥିପାଇଁ ସେମାନଙ୍କୁ ଲାଗେ ୬ ଘଣ୍ଟା। ଏହି ସମସ୍ୟା ଦୂର କରିବା ପାଇଁ ଆଦିବାସୀମାନେ ପାହାଡ଼ କାଟି ରାସ୍ତା ନିର୍ମାଣ କରୁଛନ୍ତି। ଗ୍ରାମବାସୀ ପାଳି କରି ପାହାଡ଼ କାଟୁଛନ୍ତି ଓ ଏଥିରେ ପିଲାମାନେ ବି ସହଯୋଗ କରୁଛନ୍ତି। ସକାଳ ହେବା କ୍ଷଣି ସେମାନେ ପାହାଡ଼ କାଟିବା ଲାଗି ବାହାରି ପଡୁଛନ୍ତି। ଏଥିପାଇଁ ଗ୍ରାମବାସୀ ଏକ ସମିତି ଗଠନ କରିଛନ୍ତି। କିଏ କେଉଁ ଦିନ କାମ କରିବେ ତାହା ଏହା ମାଧ୍ୟମରେ ସ୍ଥିର କରାଯାଉଛି। ଏହି ରାସ୍ତା ସଫରଜା ସଡ଼କକୁ ଯୋଡିବ ଓ ସେଠାରୁ ବସ୍‌ ଯୋଗେ ସହଜରେ ସ୍କୁଲ୍‌ରେ ପିଲାମାନେ ପହଞ୍ଚିପାରିବେ ବୋଲି କହିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

କକ୍‌ଟେଲିଙ୍ଗ: ଖାଦ୍ୟପେୟରୁ ଭାଷାସଂସ୍କୃତି

ଡ. ଚିନ୍ତାମଣି ପଣ୍ଡା ସେଦିନ ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ବେଳେ ଦେଖିଲି ଜଣେ ଯାତ୍ରୀ ଦୁଇ ତିନୋଟି ବିଭିନ୍ନ ଛାପର ଗୁଟ୍‌ଖା ଜରିକୁ ଖୋଲି...

ଅନ୍ଧ ଭକ୍ତ

ଭକ୍ତି ମାନେ ଅନୁରାଗ, କାହାକୁ ନିଃସର୍ତ୍ତ ଅତିଶୟ ଶ୍ରଦ୍ଧା କରିବା ବା ଭଲପାଇବା। ପ୍ରଧାନମନ୍ତ୍ରୀଙ୍କ ଅନୁଗାମୀମାନଙ୍କୁ ମଧ୍ୟ ଭକ୍ତ କୁହାଯାଉଛି। ସେମାନେ ତାଙ୍କୁ ଜଣେ ମସିହ...

ଟିକା ପାଇବା ସୁଯୋଗ ନୁହେଁ, ଅଧିକାର

ଭାଲଚନ୍ଦ୍ର ଷଡ଼ଙ୍ଗୀ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ଭୟଙ୍କର ରୂପ ନେବା ସହିତ ଦେଶସାରା ଏକ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରତିଦିନ ସଂକ୍ରମଣ ଓ...

ମାଟିର ନନ୍ଦିନୀ

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ଏକ ବହୁ ପ୍ରସ୍ତଯୁକ୍ତ ସ୍ତମ୍ଭୀୟ ବ୍ୟକ୍ତିତ୍ୱ। ସାରସ୍ବତ ସାଧନାଠାରୁ ସ୍ବାଧୀନତା ସଂଗ୍ରାମ, କ୍ଷମତା ରାଜନୀତିରୁ ଜନସେବାର ବୃହତ୍ତର କ୍ଷେତ୍ର- ସବୁଠି...

ଆମେରିକାର ପରାଜୟ, ପାକିସ୍ତାନର ବିଜୟ

ଆମେରିକା ଓ ନାଟୋ ସୈନ୍ୟ ଆଫଗାନିସ୍ତାନରୁ ଅପସରି ଯିବା ପରେ ସେଠାରେ ନିର୍ଦ୍ୱନ୍ଦ୍ୱରେ ସରକାର ଗଠନ କରିବ ବୋଲି ତାଲିବାନ୍‌ ଧରିନେଇଥିଲା। ସମଗ୍ର ପୃଥିବୀ ମଧ୍ୟ...

ଏଇ ଭାରତରେ

ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା। ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବାକୁ ହେବ। ଉତ୍ତରପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍‌ ବନ୍ଦିତା...

ଏଇ ଭାରତରେ

କେତେଜଣ ବ୍ୟକ୍ତି ନିଜର ଉଦ୍ୟମ ଓ ଅଧ୍ୟବସାୟ ବଳରେ ନୂଆ ଉଦ୍‌ଭାବନ କରି ଅନ୍ୟମାନଙ୍କର ପ୍ରଶଂସାଭାଜନ ହେବା ସହିତ ଦେଶର ଓ ସମାଜର କଲ୍ୟାଣ ସାଧନ...

ବସ୍ତାନି ବୋଝ କମିଲା

ହରିହର ତ୍ରିପାଠୀ ବହୁବର୍ଷ ତଳେ ପ୍ରସିଦ୍ଧ ବ୍ୟଙ୍ଗଚିତ୍ରକାର ଆର.କେ. ଲକ୍ଷ୍ମଣଙ୍କର ଏକ ଚିତ୍ର ଚର୍ଚ୍ଚାର ପରିସରକୁ ଆସିଥିଲା। ଚିତ୍ରଟିରେ ଜଣେ ମା’ ନିଜର ପିଲାର ବସ୍ତାନି...

Advertisement
Archives

Model This Week