ଏଇ ଭାରତରେ

ଏମିତି ସ୍କୁଲ୍‌ ଅଛି ଯେଉଁଠି ପିଲା ପଢୁଛନ୍ତି, ତା’ ସହ ଚାଷ ବି କରୁଛନ୍ତି। ମାତାପିତା ବି ପରୀକ୍ଷା ଦେଉଛନ୍ତି। କେରଳର ଆଲାପ୍ପୁଝା ଜିଲା ଅନ୍ତର୍ଗତ ମୁହମ୍ମାସ୍ଥିତ ସିଏମ୍‌ଏସ୍‌ ଲୋୟର ପ୍ରାଇମେରୀ ସ୍କୁଲ୍‌ରେ ଚାଲିଛି ଏମିତିକା ବ୍ୟବସ୍ଥା। ୧୫ ବର୍ଷ ତଳେ ଏହି ଅଞ୍ଚଳରେ ଘରୋଇ ସ୍କୁଲ୍‌ଗୁଡିକ ଗଢିିଉଠିବାରୁ ସ୍କୁଲକୁ ବନ୍ଦ କରି ସରକାରୀ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ କେତେଜଣ ଅଭିଭାବକ ଆଗେଇ ଆସି ସ୍କୁଲରେ ଏକ ଫାର୍ମ ଆରମ୍ଭ କରିଥିଲେ। ସେତେବେଳେ ସ୍କୁଲ୍‌ରେ ୧୯୭ ଜଣ ପିଲା ପଢୁଥିଲେ। ସେହି ସମୟରେ ସ୍କୁଲ୍‌ରେ ଶିକ୍ଷକ ଜଲି ଟମାସ୍‌ଙ୍କ ନେତୃତ୍ୱରେ ଫାର୍ମ କାର୍ଯ୍ୟ ତ୍ୱରାନ୍ବିତ ହୋଇଥିଲା। ଏବେ ସ୍କୁଲ୍‌ ଫାର୍ମରେ ପନିପରିବା, ଫୁଲ, ଫଳ, ଧାନ ଆଦି ଚାଷ କରାଯାଉଛି। ସ୍ଥାନୀୟ ରୋଟାରୀ କ୍ଲବ୍‌ ଓ କୃଷି ଭବନ ଏଥିପାଇଁ ସହଯୋଗ କରୁଛି। ସ୍କୁଲ୍‌ ପିଲାଙ୍କୁ ଦୁଇଭାଗରେ ବିଭକ୍ତ କରାଯାଇଛି ଓ ପ୍ରତ୍ୟେକ ଗ୍ରୁପ୍‌କୁ ଗାଇଡ୍‌ କରିବା ଲାଗି ଜଣେ ଶିକ୍ଷକ ରହିଛନ୍ତି। ଛୁଟି ହେବା ପରେ ପିଲାମାନେ ଘରକୁ ନ ଯାଇ ସ୍କୁଲ୍‌ ଫାର୍ମରେ କାମରେ ଲାଗିଯାଉଛନ୍ତି। ତାଙ୍କ ସହ ଶିକ୍ଷକ ଓ ଅଭିଭାବକମାନେ ମଧ୍ୟ କାମ କରୁଛନ୍ତି। ଫାର୍ମରୁ ଉପତ୍ାଦିତ ଶସ୍ୟ ଓ ପରିବା ପିଲାଙ୍କ ମଧ୍ୟାହ୍ନଭୋଜନରେ ବ୍ୟବହାର ହେଉଛି। ଏହାବାଦ୍‌ ବଳକା ପରିବା ବା ଶସ୍ୟକୁ ବଜାରରେ ବିକ୍ରି କରାଯାଇ ସ୍କୁଲ୍‌ର ବିକାଶରେ ବ୍ୟୟ କରାଯାଉଛି। ପିଲାମାନଙ୍କ ପାଠ୍ୟକ୍ରମ ସମ୍ପର୍କରେ ଅବଗତ ହେବା ପାଇଁ ‘ଓପନ ଏକ୍‌ଜାମିନେଶନ’ ବ୍ୟବସ୍ଥାରେ ଅଭିଭାବକମାନେ ପରୀକ୍ଷା ଦେଉଛନ୍ତି। ଏହା ବ୍ୟତୀତ ପଢ଼ା ବିଷୟରେ ଜାଣିବା ଲାଗିି ମା’ମାନେ ବି ପିଲାଙ୍କ ସହ ଗୋଟିଏ କ୍ଲାସ୍‌ରେ ଉପସ୍ଥିତ ରହିବାର ବ୍ୟବସ୍ଥା କରାଯାଇଛି। ଏହି ସ୍କୁଲ୍‌ରେ ଇୟର ବୁକ୍‌ ପ୍ରକାଶ କରାଯାଉଛି। ଏଥିରେ ପିଲାମାନଙ୍କ ସହ ଅଭିଭାବକଙ୍କ ଗଳ୍ପ, ପ୍ରବନ୍ଧ ଓ ଛବି ସବୁ ପ୍ରକାଶ ପାଉଛି। ଏହି ସ୍କୁଲରେ ଏବେ ୭୦୦ ପିଲା ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri