ଏଇ ଭାରତରେ

ବୁଢ଼ା ବୟସରେ ସନ୍ତାନମାନେ ସାହାରା ହୋଇଥାନ୍ତି। କିନ୍ତୁ ଜଣେ ବୃଦ୍ଧ ଅନ୍ୟ ଅସହାୟ ବୃଦ୍ଧଙ୍କ ପାଇଁ ଆଶାବାଡି ପାଲଟିବା କିଛି କମ୍‌ କଥା ନୁହେଁ। ପଶ୍ଚିମବଙ୍ଗର ହାଓଡା ଜିଲାନିବାସୀ ତୁଳସୀରାମ ମନ୍ତ୍ରୀ ୫୦୦ ବୃଦ୍ଧଙ୍କୁ ପ୍ରତିମାସରେ ରାଶନ ସାମଗ୍ରୀ ଯୋଗାଉଛନ୍ତି। ତୁଳସୀରାମଙ୍କୁ ଏବେ ବୟସ ୬୮। ଏ ବୟସରେ ସେ ସାଥୀମାନଙ୍କ ସହଯୋଗରେ ଏଭଳି ମହତ୍‌ ସେବା ଜାରି ରଖିଛନ୍ତିି। ପ୍ରତି ମାସରେ ଏମାନେ ବୃଦ୍ଧମାନଙ୍କ ଘରେ ରାଶନ ସାମଗ୍ରୀ ପହଞ୍ଚାଉଛନ୍ତି। ୨୦୦୧ରେ ଛଗନଲାଲ ଭଡ଼କ ନାମକ ଜଣେ ବୃଦ୍ଧ ପ୍ରଥମେ ଏହି ଅଭିଯାନ ଆରମ୍ଭ କରିଥିଲେ ଓ ତାଙ୍କର ଏହି ମହତ୍‌ କାର୍ଯ୍ୟକୁ ଆଗକୁ ବଢାଇଛନ୍ତି ବୋଲି କୁହନ୍ତି ତୁଳସୀରାମ। ଆରମ୍ଭରୁ ଗୋଟିଏ ମାସରେ ୧୫ ଜଣ ବୃଦ୍ଧଙ୍କୁ ରାଶନ ସାମଗ୍ରୀ ଯୋଗାଇ ଦିଆଯାଉଥିଲା। ଧୀରେଧୀରେ ଏହା ବୃଦ୍ଧିପାଇ ଏବେ ୫୦୦ରେ ପହଞ୍ଚିଛି ଓ ଏମାନଙ୍କୁ ସେ ଜୀବନ ସାରା ରାଶନ ସାମଗ୍ରୀ ଯୋଗାଇଦେବା ପାଇଁ ଲାୟନ୍ସ କ୍ଲବ୍‌ ଅଫ୍‌ ଗ୍ରେଟର ବି-୨ ପକ୍ଷରୁ ‘ଫୁଡ୍‌ ଫର୍‌ ଲାଇଫ୍‌’ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri