ଏଇ ଭାରତରେ

ମାନବ ସେବା ହିଁ ଈଶ୍ୱର ସେବା। ଏହା ଉପଲବ୍ଧି କରିଛନ୍ତି ଲଦାଖର ଜଣେ ବୌଦ୍ଧ ସନ୍ନ୍ୟାସୀ ଲୋବଜାଙ୍ଗ ଜୋଟ୍‌ପା। ସେ ସେନାର ଅଦରକାରୀ ପାରାଶୁଟ୍‌ ବ୍ୟବହାର କରି ଆରମ୍ଭ କରିଥିବା ଇଂଲିଶ ମାଧ୍ୟମ ସ୍କୁଲରେ ଏଯାବତ୍‌ ହଜାର ହଜାର ପିଲାଙ୍କ ଜୀବନ ଗଢିଛନ୍ତି। ଜୋଟ୍‌ପା ପ୍ରଥମେ ଲେହର ଲାମଡନ୍‌ ମଡେଲ ସିନିୟର ସେକେଣ୍ଡାରୀ ସ୍କୁଲ୍‌ରେ ଶିକ୍ଷକ ଥିଲେ। ସେଠାରୁ ଲଦାଖର ନୁବ୍ରା ଉପତ୍ୟକାକୁ ଫେରିବା ପରେ ୧୯୮୩ରେ ଦୀକ୍ଷିତ ଗାଁରେ ପ୍ରଥମ ଇଂଲିଶ ମାଧ୍ୟମ ସ୍କୁଲ୍‌ ଆରମ୍ଭ କରିଥିଲେ। ଏହାର ନାମ ରଖିଥିଲେ ଲାମଡନ ମଡେଲ ସ୍କୁଲ। ସେ ଲାମଡନ୍‌ ଓ୍ବେଲ୍‌ଫେୟାର ସୋସାଇଟି ପକ୍ଷରୁ ଏହାକୁ ଆରମ୍ଭ କରିଥିଲେ। ସ୍କୁଲ ଆରମ୍ଭ ହେବାବେଳେ ୯ ଜଣ ପିଲା ଥିଲେ। ଏହାକୁ ଚଳାଇବା ଲାଗି କୌଣସି ଫଣ୍ଡ୍‌ ମଧ୍ୟ ନ ଥିଲା। ଦୀକ୍ଷିତର ବାସିନ୍ଦାମାନେ ସ୍କୁଲକୁ ୧ ଏକର ଜମି ଦେଇଥିଲେ। ଏହାସହ ୧୦ରୁ ୫୦ ଟଙ୍କା ଯାଏ ଦାନ କରିଥିଲେ। ଘର ତିଆରି କରିବା ପାଇଁ କାଠ, ପଥର ଏବଂ ବାଲି ବି ଯୋଗାଇଦେଇଥିଲେ। ପରେ ସ୍ଥାନୀୟ ପବ୍ଲିକ ଓ୍ବାର୍କ ଡିପାର୍ଟମେଣ୍ଟ ଓ ସେଠାକାର ସେନା ପକ୍ଷରୁ ସାହାଯ୍ୟ ମିଳିଥିଲା। ସ୍କୁଲ ଘର ନିର୍ମାଣ ହେବା ପୂର୍ବରୁ ଦୀକ୍ଷିତ ରାଜପରିବାର ଅଧୀନରେ କବାଟ କି ଝରକା ନ ଥିବା ଦୁଇଟି ପୁରୁଣା ଭଡ଼ାଘରେ ସ୍କୁଲ ଚାଲିଥିଲା। ଥଣ୍ଡାରୁ ରକ୍ଷାପାଇବା ଲାଗି ସେନାର ଅଦରକାରୀ ପାରାଶୁଟ୍‌ରେ ଏହି ଘରକୁ ଘୋଡାଇ ରଖାଯାଉଥିଲା। ଏବେ ଲାମଡନ ମଡେଲ ସ୍କୁଲରେ ୩୦୦ ପିଲା ପଢୁଛନ୍ତି। ଗୋଟିଏ ହଲ୍‌ ଓ ହଷ୍ଟେଲ ବି ରହିଛି। ହଷ୍ଟେଲରେ ରହୁଛନ୍ତି ୭୦ ପିଲା। ଲଦାଖରେ ପ୍ରଥମେ ପହଞ୍ଚିଥିବା ଫ୍ରାନ୍ସ, ଜର୍ମାନୀ ଓ ବେଲଜିୟମ୍‌ର ଟୁରିଷ୍ଟମାନେ ଏବେ ଏହି ସ୍କୁଲକୁ ଅନୁଦାନ ଦେଉଛନ୍ତି। ୪୦ ବର୍ଷ ମଧ୍ୟରେ ତାଙ୍କ ସ୍କୁଲରୁ ୫ ହଜାରରୁ ଊର୍ଦ୍ଧ୍ୱ ପିଲା ପାସ୍‌ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ରର ରକ୍ଷାକବଚ

ରବିନାରାୟଣ ସାମଲ ପଞ୍ଚାୟତ ନିର୍ବାଚନ ହେଲା। ମାସାଧିକ କାଳ ଭୋଟ-ରାଜନୀତିକୁ ନେଇ ଗଁା ଗଣ୍ଡା ଉଠିଲା ପଡ଼ିଲା। ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବୈରଭାବରେ ଆକ୍ରାନ୍ତ ହେଲା। ଠାଏ...

କ୍ଷତିକାରକ ପାଠ୍ୟପୁସ୍ତକ

ଓଡ଼ିଶାରେ ସବୁ କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନୁଷ୍ଠାନର ନାମଫଳକ ଓଡ଼ିଆ ଭାଷାରେ ଲେଖାଯିବା ସହ କାଗଜପତ୍ର କାମ ଏହି ଭାଷାରେ କରାଯିବା ନେଇ ସରକାରୀ...

ଅବେଳରେ ସାକ୍ଷାତ୍‌କାର

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଏହା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବର ଘଟଣା, ଯେଉଁଥିରୁ ସୂଚନା ମିଳୁଛି ଯେ, ମୋଦି ସରକାର ପୁଣିଥରେ କ୍ଷମତାକୁ...

ଏଇ ଭାରତରେ

ସମାଜରେ ଏମିତି ଶିକ୍ଷକ ଅଛନ୍ତି ଯେଉଁମାନେ ନିଜସ୍ବ ଉଦ୍ୟମରେ ସାମ୍ପ୍ରତିକ ଶିକ୍ଷା ବ୍ୟବସ୍ଥାର ବିକାଶ କରିବା ପାଇଁ ପ୍ରୟାସ କରିଥାନ୍ତିି। ତେବେ ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର...

ପ୍ରକୃତ ପ୍ରାଣୀ କଲ୍ୟାଣ

ମାନେକା ଗାନ୍ଧୀ ସବୁଠାରୁ ବାଜେ ଜିନିଷ ମଧ୍ୟରୁ ଗୋଟିଏ ହେଉଛି change.com ନାମକ ଏକ ଅନ୍ତର୍ଜାତୀୟ ଓ୍ବେବ୍‌ସାଇଟ୍‌। ଏହାର କାର୍ଯ୍ୟାଳୟ ଅନେକ ଦେଶରେ ଅଛି ଏବଂ...

ପ୍ରଥମେ ସୁରକ୍ଷା

କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ବ୍ୟାପିବା ପରେ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟ ସରକାର ଦେଶର ସବୁଅଞ୍ଚଳରୁ ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ।...

ବିରୋଧ ନୁହେଁ, ଇଚ୍ଛାଶକ୍ତି ଲୋଡ଼ା

ପ୍ରଭାତ କୁମାର ଦାସ କିଛିଦିନ ହେଲା ‘ବିରୋଧ’ ଏକ ସଂକ୍ରାମକ ବ୍ୟାଧି ଭଳି ଆମ ରାଜ୍ୟକୁ ଗ୍ରାସ କରିଛି। ଯେ କୌଣସି କାମ ହେଉ ବିରୋଧ...

ଦଳର ବଳ

ଆକାର ପଟେଲ ଆପଣ www.bjp.orgରେ ଲଗ୍‌ଅନ୍‌ କଲେ ଗୋଟିଏ ବାର୍ତ୍ତା ଦେଖିବାକୁ ପାଇବେ ‘ଓ୍ବେଲ୍‌କମ୍‌ ଟୁ ଦ ଓ୍ବେବ୍‌ସାଇଟ୍‌ ଅଫ୍‌ ଦ ଓ୍ବାର୍ଲଡ୍‌ସ ଲାର୍ଜେଷ୍ଟ ପାର୍ଟି’।...

Advertisement
Archives

Model This Week