ଏଇ ଭାରତରେ

ମାନବ ସେବା ହିଁ ଈଶ୍ୱର ସେବା। ଏହା ଉପଲବ୍ଧି କରିଛନ୍ତି ଲଦାଖର ଜଣେ ବୌଦ୍ଧ ସନ୍ନ୍ୟାସୀ ଲୋବଜାଙ୍ଗ ଜୋଟ୍‌ପା। ସେ ସେନାର ଅଦରକାରୀ ପାରାଶୁଟ୍‌ ବ୍ୟବହାର କରି ଆରମ୍ଭ କରିଥିବା ଇଂଲିଶ ମାଧ୍ୟମ ସ୍କୁଲରେ ଏଯାବତ୍‌ ହଜାର ହଜାର ପିଲାଙ୍କ ଜୀବନ ଗଢିଛନ୍ତି। ଜୋଟ୍‌ପା ପ୍ରଥମେ ଲେହର ଲାମଡନ୍‌ ମଡେଲ ସିନିୟର ସେକେଣ୍ଡାରୀ ସ୍କୁଲ୍‌ରେ ଶିକ୍ଷକ ଥିଲେ। ସେଠାରୁ ଲଦାଖର ନୁବ୍ରା ଉପତ୍ୟକାକୁ ଫେରିବା ପରେ ୧୯୮୩ରେ ଦୀକ୍ଷିତ ଗାଁରେ ପ୍ରଥମ ଇଂଲିଶ ମାଧ୍ୟମ ସ୍କୁଲ୍‌ ଆରମ୍ଭ କରିଥିଲେ। ଏହାର ନାମ ରଖିଥିଲେ ଲାମଡନ ମଡେଲ ସ୍କୁଲ। ସେ ଲାମଡନ୍‌ ଓ୍ବେଲ୍‌ଫେୟାର ସୋସାଇଟି ପକ୍ଷରୁ ଏହାକୁ ଆରମ୍ଭ କରିଥିଲେ। ସ୍କୁଲ ଆରମ୍ଭ ହେବାବେଳେ ୯ ଜଣ ପିଲା ଥିଲେ। ଏହାକୁ ଚଳାଇବା ଲାଗି କୌଣସି ଫଣ୍ଡ୍‌ ମଧ୍ୟ ନ ଥିଲା। ଦୀକ୍ଷିତର ବାସିନ୍ଦାମାନେ ସ୍କୁଲକୁ ୧ ଏକର ଜମି ଦେଇଥିଲେ। ଏହାସହ ୧୦ରୁ ୫୦ ଟଙ୍କା ଯାଏ ଦାନ କରିଥିଲେ। ଘର ତିଆରି କରିବା ପାଇଁ କାଠ, ପଥର ଏବଂ ବାଲି ବି ଯୋଗାଇଦେଇଥିଲେ। ପରେ ସ୍ଥାନୀୟ ପବ୍ଲିକ ଓ୍ବାର୍କ ଡିପାର୍ଟମେଣ୍ଟ ଓ ସେଠାକାର ସେନା ପକ୍ଷରୁ ସାହାଯ୍ୟ ମିଳିଥିଲା। ସ୍କୁଲ ଘର ନିର୍ମାଣ ହେବା ପୂର୍ବରୁ ଦୀକ୍ଷିତ ରାଜପରିବାର ଅଧୀନରେ କବାଟ କି ଝରକା ନ ଥିବା ଦୁଇଟି ପୁରୁଣା ଭଡ଼ାଘରେ ସ୍କୁଲ ଚାଲିଥିଲା। ଥଣ୍ଡାରୁ ରକ୍ଷାପାଇବା ଲାଗି ସେନାର ଅଦରକାରୀ ପାରାଶୁଟ୍‌ରେ ଏହି ଘରକୁ ଘୋଡାଇ ରଖାଯାଉଥିଲା। ଏବେ ଲାମଡନ ମଡେଲ ସ୍କୁଲରେ ୩୦୦ ପିଲା ପଢୁଛନ୍ତି। ଗୋଟିଏ ହଲ୍‌ ଓ ହଷ୍ଟେଲ ବି ରହିଛି। ହଷ୍ଟେଲରେ ରହୁଛନ୍ତି ୭୦ ପିଲା। ଲଦାଖରେ ପ୍ରଥମେ ପହଞ୍ଚିଥିବା ଫ୍ରାନ୍ସ, ଜର୍ମାନୀ ଓ ବେଲଜିୟମ୍‌ର ଟୁରିଷ୍ଟମାନେ ଏବେ ଏହି ସ୍କୁଲକୁ ଅନୁଦାନ ଦେଉଛନ୍ତି। ୪୦ ବର୍ଷ ମଧ୍ୟରେ ତାଙ୍କ ସ୍କୁଲରୁ ୫ ହଜାରରୁ ଊର୍ଦ୍ଧ୍ୱ ପିଲା ପାସ୍‌ କରି ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଜନାମତ୍କ ସାରସ୍ବତ ସାଧନା

ସରକାରୀ ଚାକିରି ଜୀବନ ଆରମ୍ଭରେ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପକ ଓ ଜଣେ ଆଇଏଏସ୍‌ ଅଫିସରଙ୍କ ବେତନ ପ୍ରାୟତଃ ସମାନ ରହିଥାଏ। କିନ୍ତୁ ପ୍ରଶ୍ନ ଉଠେ, ଆଇଏଏସ୍‌ ଅଫିସର…

ଦୁରାରୋଗ୍ୟ ସଂରକ୍ଷଣ ବ୍ୟାଧି

ମୁଁ କେବେ ଡାକ୍ତର ହୋଇପାରିବିନି, କାରଣ ମୋ ଦୁର୍ଭାଗ୍ୟକୁ ମୁଁ ତଥାକଥିତ ଉଚ୍ଚ ଜାତିରେ ଜନ୍ମ ନେଇଛି। ସଂରକ୍ଷଣ ଭିତ୍ତିରେ ସରକାରୀ କୋଟାରେ ପାଠ ପଢ଼ିବାକୁ ମୋର…

ଏଠାର ପୋଲିସ ସେଠାରେ

କେନ୍ଦ୍ର ଓ ରାଜ୍ୟ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରଖିବା ଦିଗରେ ସଂଘୀୟ ବ୍ୟବସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ହେଲେ ଭାରତରେ ଏହା…

ଯୋଗ ବିୟୋଗର କାହାଣୀ

ସାମାଜିକ ସଂରଚନାରେ ମଧ୍ୟବିତ୍ତ ଶ୍ରେଣୀ ଏପରି ଏକ ଅଦୃଶ୍ୟ ସେତୁ, ଯିଏ ଗରିବର ଅଭାବ ଏବଂ ଧନୀର ବୈଭବ ମଝିରେ ନିଜକୁ ସନ୍ତୁଳିତ ରଖିବାକୁ ଆପ୍ରାଣ ଚେଷ୍ଟା…

କେବଳ ରାଜନୈତିକ ବିଜୟ ନୁହେଁ, ବିକାଶର ଉଦ୍‌ଘୋଷ

ସଦ୍ୟ ୪ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀରେ ସମାପ୍ତ ହୋଇଥିବା ନିର୍ବାଚନ ଏବଂ ସୋମବାର ପ୍ରକାଶିତ ହୋଇଥିବା ଏହାର ଫଳାଫଳ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ…

ନେତା ମତଦାତା

ପୂର୍ବରୁ ଥିଲା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଓ ମୁହଁ ଜଣା ନ ପଡ଼ିଲେ ବିଧାନସଭା ନିର୍ବାଚନ ଲଢ଼ିବା କଷ୍ଟକର। ଏଥିସହିିତ ସବୁବେଳେ କୁହାଯାଉଥିଲା ‘ବିକଳ୍ପ କିଏ’। ଇଂଲିଶ୍‌ରେ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri