ଏଇ ଭାରତରେ

ବେଙ୍ଗାଲୁରୁର କେତେଜଣ ଯୁବକଙ୍କ ସେବା ମନୋଭାବ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛି। ୨୨ ବର୍ଷୀୟ ଆଣ୍ଡ୍ରିିୟୁ ବାପଟିଷ୍ଟ୍‌ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ଦୀର୍ଘ ୪ ବର୍ଷ ହେବ ଅସହାୟ ଲୋକମାନଙ୍କୁ କମ୍ବଳ ବାଣ୍ଟୁଛନ୍ତି। ଆଣ୍ଡ୍ରିୟୁ ୨୦୧୬ରେ ବେଙ୍ଗାଲୁରୁର ସେଣ୍ଟ୍‌ ଷ୍ଟିଫେନ୍ସ ପିୟୁ କଲେଜ, ମାଉଣ୍ଟ କାର୍ମେ କଲେଜ, କେଆଇଏମ୍‌ଏସ୍‌, ସେଣ୍ଟ ଜୋସେଫ କଲେଜ ଅଫ୍‌ କମର୍ସର ଛାତ୍ରସଂଘ ସହ ଆଲୋଚନା କରିବା ପରେ ଏଭଳି ସେବା ଆରମ୍ଭ କରିଥିଲେ। ପରେ ଏହି କଲେଜଗୁଡିକରେ ଏ ସମ୍ପର୍କରେ ଘୋଷଣା କରାଯିବା ପରେ କମ୍ବଳ ସଂଗ୍ରହ ଆରମ୍ଭ ହୋଇଥିଲା ଓ ଏହାକୁ ବାଣ୍ଟାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଶୀତଦିନେ ସେମାନେ ଏହି ଅଭିଯାନରେ ୧୨ ଶହ କମ୍ବଳ ବାଣ୍ଟି ସାରିଛନ୍ତିି। ଡିସେମ୍ବର ୨୦୧୯ରୁ ପୁଣି ତାଙ୍କ ଅଭିଯାନ ଆରମ୍ଭ କରି ଏବେ ସୁଦ୍ଧା ୩୦୦ରୁ ଊର୍ଦ୍ଧ୍ୱ କମ୍ବଳ ବାଣ୍ଟିିଛନ୍ତି। ଏବେ ଲୋକମାନେ ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି। ସେମାନେ ଆଣ୍ଡ୍ରିୟୁଙ୍କ ଟିମ୍‌କୁ ଡାକି କମ୍ବଳ ଦାନ କରୁଛନ୍ତି। ସେ ସୋସିଆଲ ମିଡିଆରେ ‘ଶେୟାର ଏ ବ୍ଲାଙ୍କେଟ୍‌ କ୍ୟାମ୍ପେନ୍‌’ ଆରମ୍ଭ କରିଛନ୍ତି। ଏଥିରେ ଅଧିକରୁ ଅଧିକ ଯୁବକ ସାମିଲ ହୋଇ ନିଜ ଖର୍ଚ୍ଚରେ ଲୋକମାନଙ୍କ ଘରକୁ ଯାଇ କମ୍ବଳ ସଂଗ୍ରହ କରୁଛନ୍ତି। ପ୍ରତିବର୍ଷ ଆଣ୍ଡ୍ରିୟୁଙ୍କ ଟିମ୍‌ ଶୀତଦିନେ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନ କିମ୍ବା ବସ୍‌ଷ୍ଟାଣ୍ଡ ନିକଟରେ ରହୁଥିବା ଅସହାୟ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ କମ୍ବଳ ଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବର୍ଜ୍ୟ ପରିଚାଳନା କ୍ଷେତ୍ରରେ ଭାରତରେ ଯେଉଁ କେତେଜଣ ସକ୍ରିୟ ଭୂମିକା ନେଉଛନ୍ତି ସେମାନଙ୍କ ମଧ୍ୟରେ ବିଶାଳ ଖାଲ୍‌ଡେ ଅନ୍ୟତମ। ମହାରାଷ୍ଟ୍ରର ପୁଣେରେ ବିଶାଳ ଜିଓନ ୱେଷ୍ଟ୍‌...

ଏଇ ଭାରତରେ

ମଧ୍ୟପ୍ରଦେଶ ଝାବୁଆ ଜିଲାର ଆଦିବାସୀ ଝିଅମାନେ ଏବେ ବାଉଁଶରେ ଦୀପ ତିଆରି କରି ଉଦାହରଣ ପାଲଟିଛନ୍ତି। ସେମାନେ ଦୀପାବଳି ଲାଗି ୯ ହଜାର ଦୀପ ତିଆରି...

‘ମୁଁ’ର ଅନୁଭବ

ଡ. ନରେନ୍ଦ୍ର କୁମାର ସେଠୀ ଜଣେ ସଫଳ ମଣିଷ ପାଖରେ ସବୁକିଛି ଥାଏ। ଭଲ ଘର, ପରିବାର, ଧନ, ସମ୍ପତ୍ତି ସବୁକିଛି ଯାହା ସେ ଚାଁହୁଥିଲା...

ସମ୍ପାଦକୀୟ/ଠକ ମାଷ୍ଟର

ଓଡ଼ିଶାରେ ସ୍କୁଲ ଶିକ୍ଷା ଅତି ଦୟନୀୟ ଥିବା ଦୃଷ୍ଟାନ୍ତ ନିକଟରେ ଦେଖିବାକୁ ମିଳିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଏକକ ପରୀକ୍ଷା କରାଯିବା ବିଷୟ...

ଗ୍ରାମ୍ୟ ଶିଳ୍ପାୟନ ମାଧ୍ୟମରେ ନିଯୁକ୍ତି ସୃଷ୍ଟି

ଅମରେନ୍ଦ୍ର ଦାସ କରୋନାରେ ସମଗ୍ର ବିଶ୍ୱ ବ୍ୟାପକ ଭାବରେ ପ୍ରଭାବିତ ହେଉଥିବା ସମୟରେ ଏହା ଅନେକ ନୂତନ ସମ୍ଭାବନାର ଆଶା ସଞ୍ଚାର କରିଛି। ଏହି ସୁଯୋଗକୁ...

ଏଇ ଭାରତରେ

ଏକ ବ୍ୟବସ୍ଥିତ ଓ ପ୍ରଭାବୀ ବର୍ଜ୍ୟ ପରିଚାଳନା ପାଇଁ କେଦାର ଶୋହୋନି ଏବଂ ତାଙ୍କ ଟିମ୍‌ ସମ୍ପୂର୍ଣ୍ଣ ସମର୍ପିତ। ସେମାନେ ମୁମ୍ବାଇ ଓ ଏହାର ଆଖପାଖ...

ଏଇ ଭାରତରେ

ଦୁନିଆରେ ଏମିତି ଜଣେ ଜଣେ ବ୍ୟକ୍ତି ଥାଆନ୍ତି ଯିଏ ଦାନ କରି ମହାନତାର ପରିଚୟ ଦିଅନ୍ତି। ଏମିତି ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ସିବିଆର୍‌...

ଧନୀଙ୍କ ଘୃଣ୍ୟ ଚେହେରା

ଡ. ସନ୍ତୋଷ କୁମାର ମହାପାତ୍ର ଧନୀ ହେବା, ଅର୍ଥ ଅର୍ଜନ କରିବା ଓ ସମ୍ପଦ ବୃଦ୍ଧି କରିବା କିଛି ଭୁଲ୍‌ ନୁହେଁ। ଅର୍ଥ ଓ ସମ୍ପଦ...

Advertisement
Archives

Model This Week