ଏଇ ଭାରତରେ

ଉତ୍ତରପ୍ରଦେଶର ଜଣେ ଯୁବକ ତାଙ୍କ ପ୍ରଚେଷ୍ଟାରେ ପିଲାମାନଙ୍କ ଲାଗି ସଫଳତାର ସୌଧ ଗଢୁଛନ୍ତି। ନୋଏଡାନିବାସୀ ପ୍ରଦ୍ୟୁତ ବୋଲେଟି ଏଭଳି ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ସେ ମଧ୍ୟ କୌନ ବନେଗା କରୋଡପତିରେ ୧୭ ଲକ୍ଷ ଟଙ୍କା ଜିତିଛନ୍ତି। କିନ୍ତୁ ଏହି ଟଙ୍କାକୁ ଗାଁ ପିଲାମାନେ କିପରି ବାସ୍କେଟ୍‌ବଲ ଚାମ୍ପିୟନ ହେବେ ସେଥିଲାଗି ବ୍ୟୟ କରୁଛନ୍ତି। ପ୍ରଦ୍ୟୁତ ୨୦୧୪ରେ ଆମେରିକାରେ ବାସ୍କେଟ୍‌ବଲ ପ୍ରଶିକ୍ଷଣ ନେଇ ସ୍ବଦେଶ ଫେରି ନୋଏଡା ପାଖ ଗାଁ ଗେଜାରେ ପ୍ରଥମେ ପିଲାମାନଙ୍କୁ ବାସ୍କେଟବଲ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ। ଏହି ଗାଁରେ ପ୍ରାୟ ୬୫୦ ପିଲାଙ୍କ ପାଖରେ ଏହି ଖେଳକୁ ପହଞ୍ଚାଇବା ଲାଗି ପ୍ରାରମ୍ଭରୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। ପରେ ସମସ୍ତଙ୍କୁ ଏକାଠି କରି ଖେଳ ପ୍ରଶିକ୍ଷଣ ଦେବା ଆରମ୍ଭ କରି ଏବେ ଆଖପାଖ ଗାଁର ପ୍ରାୟ ଦେଢ଼ ହଜାର ପିଲାଙ୍କୁ ଏଥିରେ ସାମିଲ କରିଛନ୍ତି। ସେ ୫ ବର୍ଷ ହେବ ଡ୍ରିବଲ୍‌ ଏକାଡେମୀ ପ୍ରତିଷ୍ଠା କରି କୋଚ୍‌ମାନଙ୍କୁ ନିଯୁକ୍ତି ଦେଇଛନ୍ତି ଓ ସେମାନେ ପ୍ରତି ଗାଁରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କ ଏକାଡେମୀରୁ ବହୁ ପିଲା ଆମେରିକାରେ ଖେଳି ଫେରିଲେଣି। ୧୪ ବର୍ଷରୁ କମ୍‌ ରାଜ୍ୟ ଟିମ୍‌ରେ ତାଙ୍କ ଏକାଡେମୀର ପିଲାମାନେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି। କେତେଜଣ ଜାତୀୟ ଟିମ୍‌କୁ କ୍ୱାଲିଫାଏ ବି କରିଛନ୍ତି। ଏହି ପିଲାମାନଙ୍କୁ ନେଇ ବିଭିନ୍ନ ଟୁର୍ନାମେଣ୍ଟରେ ସେ ଭାଗ ନେଉଛନ୍ତି ଓ ଯେଉଁ ଅର୍ଥ ରାଶି ଜିତୁଛନ୍ତି ତାହାକୁ ପିଲାମାନଙ୍କ ପାଇଁ ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କୁ ବାସ୍କେଟବଲ୍‌, ଜୋତା ଓ ପୋଷାକ ମଧ୍ୟ ଯୋଗାଇ ଦେଉଛନ୍ତି ପ୍ରଦ୍ୟୁତ।


Enter your email to get our daily news in your inbox.

All Right Reserved By Dharitri.Com

ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ…

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri