ଏଇ ଭାରତରେ

ନିଜେ ପଢୁଛନ୍ତି, କିନ୍ତୁ ଟ୍ୟୁଶନରୁ ରୋଜଗାର କରି ବୁଲାକୁକୁରଙ୍କ ସେବା କରୁଛନ୍ତି ଜଣେ ଛାତ୍ରୀ। ହରିୟାଣାର ସୋନିପତ ଅଞ୍ଚଳରେ ରହୁଥିବା ଇଞ୍ଜିନିୟରିଂ ଛାତ୍ରୀ ଶେନ ଆରୋରା ବୁଲା କୁକୁରଙ୍କ ସାହାରା ପାଲଟିଛନ୍ତି। କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି, ରୋଗରେ ପଡିଲେ ଔଷଧ ଦେଉଛନ୍ତି। କୁକୁରମାନେ ରହିବା ଲାଗି ଏକ ଘର ମଧ୍ୟ ନିର୍ମାଣ କରିଛନ୍ତି। ସେହି ଘରେ ରହୁଥିବା ୬୫ଟି ବୁଲା କୁକୁରଙ୍କ ଯତ୍ନ ନେଉଛନ୍ତି। ପ୍ରବଳ ଥଣ୍ଡାରୁ ରକ୍ଷା କରିବା ପାଇଁ କୁକୁରଙ୍କୁ କମ୍ବଳ ଘୋଡାଇ ଦେଉଛନ୍ତି ଓ ଆବଶ୍ୟକ ପଡିଲେ ସେମାନଙ୍କ ପାଖରେ ନିଆଁ ଜାଳିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଶେନଙ୍କ ଏହି କାର୍ଯ୍ୟରେ ପ୍ରଭାବିତ ହୋଇ ସହରରେ ୫୦ରୁ ଊଦ୍ଧ୍ୱର୍ର୍ ଛାତ୍ର ସେମାନଙ୍କ ଗଳିରେ ଗୋଟିଏ ଗୋଟିଏ କୁକୁରର ଦାୟିତ୍ୱ ନେଇଛନ୍ତି। ୪ ବର୍ଷ ହେବ ଶେନ କୁକୁରଙ୍କ ସେବାରେ ଲାଗିଛନ୍ତି। ପ୍ରଥମେ ତାଙ୍କ ପାଖରେ ଗୋଟିଏ କୁକୁର ଥିଲା। ପରେ ସେ ଆଉ ୧୦ରୁ ୧୨ଟି କୁକୁରଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ଘରେ ରୋଷେଇ କରି କୁକୁରଙ୍କୁ ଭାତ, ତରକାରି ଓ କ୍ଷୀର ଖାଇବାକୁ ଦେଉଛନ୍ତି। ଏହା ସହ କୌଣସି କୁକୁର ରୋଗରେ ପଡିଲେ ତା’ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରୁଛନ୍ତି। ପ୍ରତି ମାସରେ ସେ ଏ ବାବଦରେ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଅର୍ଥ ଯୋଗାଡ କରିବା ପାଇଁ ସେ ତାଙ୍କ ଘରେ ଦିନକୁ ତିନିବେଳା ଟ୍ୟୁଶନ କରୁଛନ୍ତି। ଶେନଙ୍କୁ ଏହି ସେବା ଲାଗି ପରିବାରର ସହଯୋଗ ମଧ୍ୟ ମିଳୁଛି। ଶେନଙ୍କ ମା’ ଜଣେ ଅଧ୍ୟାପିକା ଓ ପିତା ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତିକୁ ଆଦରିନିଅ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ୍‌ଙ୍କ ଭାଷାରେ ‘ଗଣତନ୍ତ୍ର ହେଉଛି ଲୋକଙ୍କର, ଲୋକଙ୍କ ଦ୍ୱାରା ଓ ଲୋକଙ୍କ ପାଇଁ’। ଅର୍ଥାତ୍‌ ଜନସାଧାରଣ ନିଷ୍ପତ୍ତି ନେବେ, କିଏ...

ମନ ତୋହର ନିଜ ଗୁରୁ

ଡ. ନରେନ୍ଦ୍ର ସେଠୀ   ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଭାଗବତର ଏହି ଅମୂଲ୍ୟ ଦୁଇ ଧାଡ଼ିର ଅର୍ଥ ହେଲା...

ମୋଦିଙ୍କ ଛାଟ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନର ଦ୍ୱିତୀୟ ପାଳି ଆରମ୍ଭ କରିବା ଅବସରରେ ବାବୁମାନଙ୍କୁ ଏକ ବଳିଷ୍ଠ ବାର୍ତ୍ତା ଦେଇଛନ୍ତି...

ଦାନ ଧର୍ମ

ହରେକୃଷ୍ଣ ଦାସ   ପତ୍ନୀଙ୍କ ସହ ମନ୍ଦିର ଭିତରକୁ ଯାଇ ପୂଜା କରିବାକୁ ଅମଙ୍ଗ ହେବାରୁ ମୋର ବନ୍ଧୁଙ୍କୁ ତାଙ୍କ ପତ୍ନୀ ‘ବିଧର୍ମୀ କୋଉଠିକାର…’ କହିି...

ବେକାରି ଓ ଅଗ୍ନିପଥ

କିଶୋର ଜେନା   ଭାରତ ସାରା ବ୍ୟାପିଚାଲିଛି ସଶସ୍ତ୍ର ବାହିନୀର ଏହି ନୂତନ କର୍ମସଂସ୍ଥାନ ଯୋଜନା ‘ଅଗ୍ନିପଥ’ ବିରୋଧୀ ଆନ୍ଦୋଳନ। ୨୨୫ ବର୍ଷର ପୁରୁଣା ନିଯୁକ୍ତି...

ସହରୀ ବନ୍ୟା

ଡ. ଦେବାନନ୍ଦ ବେଉରା ସହରରେ ବନ୍ୟା ସୃଷ୍ଟି ଏକ ନିୟମିତ ପ୍ରକ୍ରିୟାରେ ପରିଣତ ହୋଇଗଲାଣି। ଖାଲି ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ପ୍ରାୟତଃ ଊଣା ଅଧିକେ,...

ଜଗୁଛି ପେଗାସସ୍‌

ଇସ୍ରାଏଲର ସାଇବର ସୁରକ୍ଷା ଘରୋଇ କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରର ପୁନର୍ବାର ଭୂମିକା ନେଇ ଏବେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି।...

ଏଇ ଭାରତରେ

ଆସାମର ତିନି ଜଣ ସାଙ୍ଗ ବର୍ଜ୍ୟବସ୍ତୁରୁ ଇଟା ତିଆରି କରୁଛନ୍ତି। ସେମାନେ ‘ଜେରୁଣ୍ଡ ବ୍ରିକ୍ସ ଷ୍ଟାର୍ଟଅପ’‌ ମାଧ୍ୟମରେ ଏହାକୁ ପ୍ରସ୍ତୁତ କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ପରିବେଶ...

Advertisement
Archives

Model This Week