ଏଇ ଭାରତରେ

ଯେକୌଣସି ବୃତ୍ତିରୁ ଜଣେ କର୍ମଚାରୀ ଅବସର ନେଲେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହେବା ପରମ୍ପରା ରହିଛି। ଏହା ଲାଗି କେତେ କ’ଣ ଆୟୋଜନ ହେଉଛି। ଉପହାରଠାରୁ ଆରମ୍ଭ କରି ଭୋଜିର ଆସର ଜମୁଛି। ହେଲେ ଶୁଣିଛନ୍ତି କି କୃଷକଙ୍କ ଅବସର କଥା? ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି ମହାରାଷ୍ଟ୍ରରେ। ମହାରାଷ୍ଟ୍ରର ଭଣ୍ଡରା ଜିଲା ମୋହଗାଁଓର ଜଣେ କୃଷକ ଅବସର ଘୋଷଣା କରିଛନ୍ତି। ତାଙ୍କ ଲାଗି ପାଳିତ ହୋଇଛି ସ୍ବତନ୍ତ୍ର ଉତ୍ସବ। ମୋହଗାଁଓର କାଲେ ପରିବାରରେ ୬୦ ବର୍ଷ ଧରି ଚାଷ କରୁଥିବା ପରିବାରର ମୁଖିଆ ଗଜାନନ କାଲେ କୃଷିରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ। ଅବସର ନେବା ପରେ ସେ ଆଉ ଚାଷ କରିବେ ନାହଁ। ପରିବାର ପକ୍ଷରୁ ତାଙ୍କ ଲାଗି ବିଦାୟ ସମ୍ବଦ୍ଧର୍ର୍ନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ୧୦ ଜଣ କୃଷକଙ୍କୁ ବି ସମ୍ମାନିତ କରାଯାଇଛି। ପରେ ଏହି ଉତ୍ସବରେ ବଳଦଗାଡିରେ ଗଜାନନ ଓ ସମ୍ମାନିତ କୃଷକମାନେ ବସି ଏକ ଶୋଭାଯାତ୍ରାରେ ବାହାରିଥିଲେ। ଗଜାନନଙ୍କ ପରିବାରରେ ଛୋଟବଡ଼ ୧୯ ଜଣ ସଦସ୍ୟ ରହିଛନ୍ତି। ତାଙ୍କର ୨୫ ଏକର ଜମି ରହିଛି। ବୟସ ଅଧିକ ହେବାରୁ ଗଜାନନଙ୍କୁ ଚାଷକାମରୁ ମୁକ୍ତ କରାଯାଇଛି ବୋଲି କହିଛନ୍ତି ତାଙ୍କ ସାନଭାଇ ଯଶବନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ଭାରତୀୟ ବୀରଙ୍କୁ ସମ୍ମାନ

ଆକାର ପଟେଲ ଜିନ୍ନାଙ୍କ ଦ୍ୱାରା ପ୍ରତିଷ୍ଠିତ ପାକିସ୍ତାନର ଡନ୍‌ ଖବରକାଗଜରେ ଜୁନ୍‌ ୨୮ ତାରିଖ ଶୁକ୍ରବାର ଏହି ଖବର ପ୍ରକାଶ ପାଇଛି: ଏକ ବର୍ଣ୍ଣିଳ ଉତ୍ସବରେ...

ମହାପରୀକ୍ଷାର ମନ୍ତ୍ରଧାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତ ବହୁବିଧ ଭାଷା ବ୍ୟବହାର କରୁଥିବା ଦେଶ। ହେଲେ ‘ଏକ ରାଷ୍ଟ୍ର, ଏକ ଭାଷା’ ଲାଗୁ କରିବା ନିମିତ୍ତ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ...

ନମସ୍ତେ, ଖୁସିରେ ରୁହ ସମସ୍ତେ

ପ୍ରକାଶ ତ୍ରିପାଠୀ ଭାରତୀୟ ସଭ୍ୟତା, ସଂସ୍କୃତି, ପରମ୍ପରା ଓ ଚଳଣି କ’ଣ ଏତେ ଖରାପ ଯେ ତାକୁ ତ୍ୟାଗକରି ବିଦେଶୀ ସଂସ୍କୃତିକୁ ଆମେ ଆପଣେଇବା? ଘର...

ସହରାଞ୍ଚଳରେ ଶିଶୁ ଅଧିକାରର ସୁରକ୍ଷା

ଘାସିରାମ ପଣ୍ଡା   ଗାଁ ଛାଡ଼ି ସହରକୁ ଆସିଥିବା ପ୍ରତ୍ୟେକ ଲୋକ ସୁବିଧାରେ ନ ଥା’ନ୍ତି। ଭୂମିହୀନ, ଦିନ ମଜୁରିଆମାନେ ରୋଜଗାର ଆଶାରେ ସହରକୁ ଆସନ୍ତି।...

ଛାତିରେ ହାତ ରଖି କହିପାରିବା କି

ଉପେନ୍ଦ୍ର ବିଶ୍ୱାଳ “ମୋ ରାଜ୍ୟରେ ଏମିତି କେତେ ଜଣ ଓଏଏସ ଅଫିସର ଅଛନ୍ତି, ଯେଉଁମାନେ କି ଛାତିରେ ହାତ ରଖି କହିପାରିବେ ସଚ୍ଚୋଟ ବୋଲି” -ବାଲେଶ୍ୱରଠାରେ...

ନୀତି କାହା ସ୍ବାର୍ଥରେ

ଆକାର ପଟେଲ ନୀତି ଆୟୋଗ ମୁଖ୍ୟ ଏମିତି କିଛି କହିଲେ ଯାହା ଅନେକଙ୍କୁ ଚିନ୍ତାରେ ପକାଇଦେଇଛି। ଏଥିପାଇଁ ତାଙ୍କୁ ନିଜକୁ ବୁଝାଇବାକୁ ପଡ଼ିଲା। ଏହା ଅବଶ୍ୟ...

ଗଣେଶପୂଜା: ସେଦିନ ଓ ଆଜ

ଡ. ଭାଗ୍ୟଲିପି ମଲ୍ଲ ଆମ ସାମାଜିକ ଓ ସାଂସ୍କୃତିକ ଜୀବନରେ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ସ୍ବତନ୍ତ୍ର। ସେହି ଦିନଟିକୁ ଆମେ କହୁ ଗଣେଶ ଚତୁର୍ଥୀ।...

କାଷ୍ଠ ପାଷାଣ ତରୁ ତୃଣେ

ଦୋଳଗୋବିନ୍ଦ ପଣ୍ଡା ଭାରତରେ ଶକ୍ତି-ଆରାଧନାର ପରମ୍ପରା କେବେ ଆରମ୍ଭ ହେଲା କହିବା ସହଜ ନୁହେଁ। ପୁରାଣରୁ ଯାହା ଜଣାଯାଏ ସତ୍ୟଯୁଗରେ ରାଜା ସୁରଥ ଏବଂ ତ୍ରେତାଯୁଗରେ...

Advertisement

BGU

Archives

Model This Week

Why Dharitri