ଏଇ ଭାରତରେ

ଭୋଟ ଅଧିକାର ଉପରେ ସଚେତନତା ଆଣିବାରେ ଛତିଶଗଡ଼ର ଯୁବକ ପ୍ରେମଲାଲ ସାହୁଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଠେଲାଗାଡିରେ ବିଭିନ୍ନ ସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଛନ୍ତି। ରାଜ୍ୟରେ ଡିସେମ୍ବର ୨୧ରେ ହେବାକୁ ଥିବା ପୌର ନିର୍ବାଚନରେ ଲୋକମାନେ କେମିତି ଅଧିକ ସଂଖ୍ୟାରେ ଭୋଟ ଦେବେ ସେଥିପାଇଁ ନିଜ ଅଞ୍ଚଳରେ ସେ ଏକ ନିଆରା ଘୋଷଣା କରିଛନ୍ତି। ଭୋଟ ଦେବା ପ୍ରତ୍ୟେକ ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ବୋଲିି ସେ ଲୋକଙ୍କୁ ନିବେଦନ କରିଛନ୍ତି। ପୌର ନିର୍ବାଚନରେ ଯିଏ ଭୋଟ ଦେଇ କାଳିଲଗା ଅଙ୍ଗୁଳି ଦେଖାଇବେ ତାଙ୍କୁ ଦୋକାନର ସବୁ ଜିନିଷରେ ୨୫ ପ୍ରତିଶତ ରିହାତି ମିଳିବ ବୋଲି ସେ କହିଛନ୍ତି।
ରାୟପୁରରେ ଏନ୍‌ଆଇଟି ସାମ୍‌ନାରେ ଗଜା ବୁଟ, ମୁଗ ଓ ବିଭିନ୍ନ ଫଳରୁ ପ୍ରସ୍ତୁତ ସାଲାଡ ବିକ୍ରି କରୁଛନ୍ତି। ବେମେତରା ଜିଲା ସଦର ମହକୁମାଠାରୁ ପାଖାପାଖି ୨୫ କିଲୋମିଟର ଦୂର ଶ୍ୟାମପୁରକମ୍ପା ଭଳି ଛୋଟ ଗାଁରେ ତାଙ୍କ ଘର। ସାମ୍ବାଦିକତାରେ ପ୍ରେମଲାଲ୍‌ ସ୍ନାତକୋତ୍ତର ହାସଲ କରି ଗଣମାଧ୍ୟମରେ କିଛି ଦିନ କାର୍ଯ୍ୟ କରିବା ପରେ ଏବେ ଏହି ବ୍ୟବସାୟ କରୁଛନ୍ତି। ପ୍ରେମଲାଲ୍‌ ଭାରତୀୟ ସେନାକୁ ନେଇ ଗର୍ବ ଅନୁଭବ କରନ୍ତି। ତାଙ୍କ ଠେଲାଗାଡିରେ ବିକ୍ରି କରୁଥିବା ପ୍ରତିଟି ଜିନିଷ ଯବାନମାନଙ୍କୁ ପୂରା ମାଗଣାରେ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri