ଏଇ ଭାରତରେ

ପ୍ଲାଷ୍ଟିକ୍‌ ପ୍ରଦୂଷଣ କମ୍‌ କରିବା ଲାଗି ଡେରାଡୁନ ସ୍ମାର୍ଟସିଟି ଲିଃ (ଡିଏସ୍‌ସିଏଲ୍‌) ଅପଣାଇଥିବା ନିଆରା ଉପାୟ ପ୍ରଶଂସନୀୟ। ଡିଏସ୍‌ସିଏଲ୍‌ ଏଥିପାଇଁ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିଛି। ଏହା ମାଧ୍ୟମରେ ‘ପ୍ଲାଷ୍ଟିକ୍‌ ଓ୍ବାପ୍‌ସି ଅଭିଯାନ’କୁ ତ୍ୱରାନ୍ବିତ କରି ଲୋକମାନଙ୍କୁ ଥରେ ବ୍ୟବହୃତ ପ୍ଲାଷ୍ଟିକ୍‌ ଫେରାଇଦେବା ଲାଗି ସଚେତନ କରୁଛି। ଏଥିରେ ଡେରାଡୁନର ନାଗରିକମାନଙ୍କ ଦ୍ୱାରା ଗଠିତ ‘ଗତି’ ଅନୁଷ୍ଠାନ ସହଯୋଗ କରୁଛି। ଡେରାଡୁନ୍‌ର ୧୦୦ଟି ଓ୍ବାର୍ଡ ମଧ୍ୟରୁ ୧୦ଟିରେ ଥିବା ୨୦ଟି ସରକାରୀ ସ୍କୁଲ୍‌ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ପ୍ରତି ସ୍କୁଲ୍‌ର ଜଣେ କର୍ମଚାରୀଙ୍କୁ ସେହି ସ୍କୁଲ୍‌ର ‘ପ୍ଲାଷ୍ଟିକ ଯୋଦ୍ଧା’ ଭାବେ ନିଯୁକ୍ତି ଦିଆଯାଉଛି। ଏହାବାଦ୍‌ ୨୦ଟି ସ୍କୁଲ୍‌ର ପ୍ରତି ଶ୍ରେଣୀରୁ ଜଣେ କରି ମୋଟ ୧୬୮ ଜଣ ‘ପ୍ଲାଷ୍ଟିକ୍‌ ପ୍ରହରୀ’ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ପିଲାମାନେ ଘର, ପଡ଼ୋଶୀ ଓ ଦୋକାନ ଆଦିରୁ ଥରେ ବ୍ୟବହୃତ ପ୍ଲାଷ୍ଟିକ୍‌ ସଂଗ୍ରହ କରୁଛନ୍ତି। ସବୁ ପିଲା ମୋଟ ୫୫୫ କିଲୋ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିସାରିଛନ୍ତି। ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ଡିଜେଲ୍‌ ଓ ପେଟ୍ରୋଲ୍‌ ପ୍ରସ୍ତୁତ କରୁଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ପେଟ୍ରୋଲିୟମ୍‌ ସହ ଏହି ଅଭିଯାନ ହାତ ମିଳାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ଦେହରୁ ବିନାଶ

ହରେକୃଷ୍ଣ ଦାସ ମହାଭାରତ ଯୁଦ୍ଧରେ ଆତ୍ମୀୟସ୍ବଜନଙ୍କ ବିରୋଧରେ ଲଢ଼ିବାର ଔଚିତ୍ୟକୁ ନେଇ ସଂଶୟରେ ଥିବା ଅର୍ଜୁନକୁ ଭଗବାନ୍‌ ଶ୍ରୀକୃଷ୍ଣ ତାତ୍ତ୍ୱିକ ଉପଦେଶ ତଥା ସଦ୍‌ଜ୍ଞାନ ପ୍ରଦାନ...

ପିଢ଼ି ପରିବର୍ତ୍ତନକାରୀ

ଉଚ୍ଚାଭିଳାଷ ବ୍ୟକ୍ତିକୁ ବଡ଼ ହେବା ପାଇଁ ପ୍ରେରଣା ଦେଇଥାଏ। ଯୁବପିଢ଼ି ହିଁ ପରିବର୍ତ୍ତନର ରୂପକାର ପାଲଟିଥାଆନ୍ତି। ଏକବିଂଶ ଶତାବ୍ଦୀରେ ଅଭିଜ୍ଞ ତଥା ବରିଷ୍ଠ ବ୍ୟକ୍ତିମାନେ ଯେଉଁ...

ଆଜିର ଅର୍ଥନୀତି/ଟୋକନ୍‌ର ସ୍ଥାନୀୟକରଣ କର

ଧାନ ଉତ୍ପାଦନରେ ଓଡ଼ିଶା ଏକ ବଳକା ରାଜ୍ୟ ଭାବେ ଜଣାଶୁଣା। ଅର୍ଥାତ୍‌ ଏଠାରେ ଯେତିକି ଧାନ ଅମଳ ହୁଏ, ତାହା ରାଜ୍ୟବାସୀ ବର୍ଷକ ଖାଇବା ପରେ...

ଗ୍ରାମାଞ୍ଚଳର ଆତ୍ମହତ୍ୟା ସମସ୍ୟା

ଡ. ବାସନ୍ତୀ ମହାନ୍ତି ଆତ୍ମହତ୍ୟା ପ୍ରବଣତା ଏବେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା ହୋଇପଡ଼ିଛି। ଏବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ...

ଏଇ ଭାରତରେ

ସମସ୍ତେ ଜାଣନ୍ତି ଯେ ଗୋବରରୁ ଖତ ହୁଏ, ଗୋବରରୁ ଉତ୍ପନ୍ନ ଗ୍ୟାସ୍‌ରେ ରୋଷେଇ କରାଯାଏ। କିନ୍ତୁ ଏ ବିଷୟ କେବେ ଶୁଣିଛନ୍ତି କି ଗୋବରରୁ କାଗଜ...

ଏଇ ଭାରତରେ

ବିଦ୍ୟୁତ୍‌ ପହଞ୍ଚି ନ ଥିବା ଗାଁର ଲୋକେ ବଲ୍‌ବଟିଏ ଜଳିବା ଦେଖିଲେ କେତେ ଖୁସି ମିିଳେ ତାହା ଅନୁଭବୀ ହିଁ କହିପାରିବେ। ଏମିତି ଏକ ଖୁସିର...

ଅଧୁରା ସ୍ବପ୍ନ

ଦ୍ୱିତୀ ଚନ୍ଦ୍ର ସାହୁ ସ୍ବପ୍ନ କାଳେ କ୍ଷଣ ସ୍ଥାୟୀ ଠିକ୍‌ କଳାହାଣ୍ଡିଆ ମେଘ ପରି । ଆସିବ ରାଝିଯିବ । ନ ହେଲେ ପବନ ସହ...

ଡାଟା ଗହଳିରେ ଜୀବନ

ଈପ୍ସିତା ମହାନ୍ତି ତିରିଶ ବର୍ଷ ପୂର୍ବେ ଲୋକେ ଇଣ୍ଟରନେଟ୍‌ର ନାମ ହିଁ ଶୁଣି ନଥିଲେ, କିନ୍ତୁ ବର୍ତ୍ତମାନ ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ...

Advertisement
Archives

Model This Week