ଏଇ ଭାରତରେ

ନିତିଦିନ ଜୀବନରେ ଜଳର ଆବଶ୍ୟକତା କେତେ ତାହା ଅନୁଭବ କରିଛନ୍ତି ମଧ୍ୟପ୍ରଦେଶର ସରଳା ତ୍ରିପାଠୀ। ତାଙ୍କୁ ଏବେ ବୟସ ୯୪ ବର୍ଷ। ଗ୍ବାଲିୟର ଗାନ୍ଧୀନଗରରେ ରୁହନ୍ତି ସରଳା। ବୟସର ଅପରାହ୍ଣରେ ରେଳଷ୍ଟେଶନରେ ସେ ଲୋକମାନଙ୍କୁ ଥଣ୍ଡାପାଣି ପିଆଉଛନ୍ତି। ସେ ଏହି ସେବା ୨୭ ବର୍ଷ ହେବ କରି ଆସୁଛନ୍ତି। ଏଥିପାଇଁ ଦିନକୁ ୮ଘଣ୍ଟା ସମୟ ଦେଉଛନ୍ତି। ଏଥିରୁ ସମୟ ପାଇଲେ ଶିକ୍ଷା ଓ ସ୍ବାସ୍ଥ୍ୟ ପାଇଁ କାମ କରୁଛନ୍ତି। ଏହି ସେବା ପାଇଁ ସମର୍ପିତ ସରଳାଙ୍କୁ ଗ୍ବାଲିୟରର ଏକ ସଂସ୍ଥା ମଦର ଟେରେସା ସମ୍ମାନରେ ସମ୍ମାନିତ କରିଛି। ତାଙ୍କର ଏହି ମହତ୍‌ ସେବାକୁ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ‘ମନ୍‌ କି ବାତ୍‌’ରେ ପ୍ରଶଂସା କରିଛନ୍ତି। ୧୯୯୩ ମସିହାରେ ଖରାଦିନେ ସରଳା ଟ୍ରେନ୍‌ରେ ଫେରୁଥିବାବେଳେ ଷ୍ଟେଶନ୍‌ରେ ପାଣି ସମସ୍ୟାକୁ ଭଲଭାବେ ଉପଲବ୍ଧି କରିଥିଲେ। ଟ୍ରେନ୍‌ ଛାଡିଦେବା ଭୟରେ ଲୋକମାନେ ତଳକୁ ଓହ୍ଲାଇ ପାଣି ନେଇ ପାରନ୍ତିନି। ଠିକ୍‌ ପରଦିନ ସେ ଷ୍ଟେଶନ୍‌ରେ ପହଞ୍ଚି ସେଠାରେ ପାଣି ଦେଉଥିତ୍ବା ପଞ୍ଜାବୀ ପରିଷଦ ସହ ମିଶି ପାଣି ଦେବା ଆରମ୍ଭ କରିଥିଲେ। ସେବେଠାରୁ ୨୭ ବର୍ଷ ବିତି ଗଲାଣି, ପଞ୍ଜାବୀ ପରିଷଦର ବହୁ କର୍ମକର୍ତ୍ତା ବଦଳି ଗଲେଣି, କିନ୍ତୁ ସରଳା ତ୍ରିପାଠୀ ସେମିତି ନିଃସ୍ବାର୍ଥ ସେବା କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri