ଏଇ ଭାରତରେ

ସ୍ବଚ୍ଛତା ଅଭିଯାନ ଦେଶରେ ଲାଗୁ ହେବା ପୂର୍ବରୁ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେବ ନିଜ ଗାଁକୁ ସଫା କରୁଛନ୍ତି। ବିହାରର ନଭାଦା ଜିଲା ବାରିସଲିଗଞ୍ଜ ପଞ୍ଚାୟତ ଅନ୍ତର୍ଗତ ସାମ୍ବେ ନିବାସୀ କିଶୋରୀ ସିଂ ଏଭଳି କାର୍ଯ୍ୟରେ ନିଜକୁ ସମର୍ପିତ କରିଦେଇଛନ୍ତି। ସ୍ବଚ୍ଛତାର ସିପାହି କିଶୋରୀଙ୍କୁ ବର୍ତ୍ତମାନ ବୟସ ୬୮ ବର୍ଷ। ସେ ୫୧ ବର୍ଷ ହେବ ଏହି କାର୍ଯ୍ୟରେ ଲାଗିଛନ୍ତି। ଏଥିପାଇଁ ତାଙ୍କୁ ସାଂସାରିକ ଜୀବନରେ ବହୁ ଘାତ ପ୍ରତିଘାତର ସାମ୍‌ନା କରିବାକୁ ପଡିଛି। ଏହି କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ତାଙ୍କୁ ତାଙ୍କର ଦୁଇ ପନତ୍ୀ ବି ଛାଡି ଚାଲିଯାଇଛନ୍ତି। ଅନେକେ ବି ତାଙ୍କୁ ପାଗଳ ବୋଲି କୁହନ୍ତି। ତଥାପି ତାଙ୍କର ଏଭଳି କାର୍ଯ୍ୟରେ କିଛି ଫରକ ପଡିନି। ନିୟମିତ ସକାଳୁ ଉଠି ଝାଡୁ ଧରି ସଫା କରିବା ପାଇଁ ବାହାରିଯାଆନ୍ତି। ତାଙ୍କ ପ୍ରଥମ ବାହାଘର ସମୟରେ ଆୟୋଜିତ ଭୋଜି ପରେ ସବୁଆଡେ ଅପରିଷ୍କାର ହୋଇଯିବା ପରେ ସେ ନିଝେ ଝାଡୁ ଧରି ତାହାକୁ ନିଜେ ସଫା କରିଥିଲେ ଓ ପରେ ନିତିଦିନିଆ କାର୍ଯ୍ୟରେ ତାହା ପରିଣତ ହୋଇଗଲା। ଏହାପରେ ସେ ପୂରା ଗାଁ ସଫା କରିବାରେ ଲାଗିଗଲେ। କିଶୋରୀ ଭୋର୍‌ ୪ଟାରୁ ଉଠି ଝାଡୁ ଓ ଟୋକେଇ ଧରି ବାହାରିଯାନ୍ତି। ଅପରାହ୍ଣ ୪ଟା ଯାଏ ଚାଲେ ତାଙ୍କର ଏହି ସଫେଇ କାର୍ଯ୍ୟ। ଗାଁର ସବୁ ଗଳିକନ୍ଦି ସଫା କରନ୍ତି। କେହି କେହି ତାଙ୍କୁ ଚା’ ଦିଅନ୍ତ ଓ ତାହକୁ ପିଇ ସେ ପୁଣି ସଫା କରନ୍ତି। ସଫେଇ କାର୍ଯ୍ୟ ଶେଷ କରି ଘରେ ପହଞ୍ଚି ସ୍ନାନକରି ରୋଷେଇ କରିବା ପରେ ଖାଆନ୍ତି କିଶୋରୀ। ସପ୍ତାହରେ ଗୋଟିଏ ଦିନ ମନ୍ଦିର ଓ ସ୍କୁଲ ମଧ୍ୟ ସଫା କରନ୍ତି। ସାମ୍ପ୍ରତିକ ସମୟରେ ଗୁରୁତ୍ୱ ବହନ କରୁଥିବା ତାଙ୍କର ଏହି କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri