ଏଇ ଭାରତରେ

ପିଲା ହଜିଗଲେ ପୋଲିସ ଯେମିତି ଖୋଜେ ଠିକ୍‌ ସେମିତି ଶୁଆକୁ ଖୋଜା ଚାଲିଛି ଉତ୍ତରପ୍ରଦେଶର ବାରାଣସୀରେ। ପାଞ୍ଚଦିନ ହେବ ପୋଲିସ ଖୋଜୁଛି ଶୁଆକୁ। ଜୋତପୁର ଥାନା ଅନ୍ତର୍ଗତ ଦାରାନଗରରେ ଘଟିଛି ଏମିତିକା ଘଟଣା। ଦାରାନଗରନିବାସୀ ଶିକ୍ଷକ ଅରବିନ୍ଦ କୁମାର ଏକ ଶୁଆ ପାଳିଥିଲେ । ତା’ ନାଁ ଆଲେକ୍ସ। ଶୁଆଟି କେଉଁଆଡେ ଉଡିଯିବା ପରେ ଅରବିନ୍ଦ ଥାନାରେ ଏ ସଂକ୍ରାନ୍ତରେ ରିପୋର୍ଟ କରିଛନ୍ତି। ରିପୋର୍ଟ ପାଇବା ପରେ ପୋଲିସ ପୂରା ଦମ୍‌ରେ ଶୁଆକୁ ଖୋଜିବାରେ ଲାଗିପଡିଛି। ଅରବିନ୍ଦଙ୍କ ପରିବାର ସ୍ଥାନୀୟ ଅଞ୍ଚଳର ସବୁ ଗଳିକନ୍ଦିରେ ପୋଷ୍ଟର ଛାଇ କରିଦେଇଛନ୍ତି। ସୋସିଆଲ ମିଡିଆରେ ବି ବିଜ୍ଞାପନ ଦିଆଯାଇଛି। କେବଳ ଏତିକି ନୁହେଁ, ଯିଏ ଶୁଆକୁ ଖୋଜିଦେବେ ତାଙ୍କୁ ୫୧୦୦ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ଶୁଆଟି ପରିବାର ଲୋକଙ୍କ ସାଙ୍ଗରେ ଖାଏ, ଶୁଏ । ପିଲାଙ୍କ ସାଥୀରେ ଭିଡିଓ ଗେମ୍‌ ଖେଳେ ଓ ଟିଭି ବି ଦେଖେ । ଶୁଆଟି ପରିିବାରର ସଦସ୍ୟ ଭଳି ଥିବାରୁ ତାକୁ ଖୋଜିବା ପାଇଁ ପୋଲିସରେ ରିପୋର୍ଟ କରାଯାଇଛି ବୋଲି କୁହନ୍ତି ଅରବିନ୍ଦ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ‘ରାମସାର କ୍ଷେତ୍ର’ ସାତକୋଶିଆ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ନିକଟରେ (୨ ଅଗଷ୍ଟ ୨୦୨୨) ଆମ ରାଜ୍ୟର ଅନ୍ୟତମ ବନଭୂମିବେଷ୍ଟିତ ସୁପ୍ରସିଦ୍ଧ ଆର୍ଦ୍ରଭୂମି ସାତକୋଶିଆକୁ ‘ରାମସାର କ୍ଷେତ୍ର’ ରୂପେ ସ୍ବୀକୃତି...

ଆଇସିସି ଓ ପରିବେଶଗତ ଅପରାଧ

କାଟେ ମ୍ୟାକିନ୍‌ଟୋସ, ଜୋଜୋ ମେହେଟା ବନ୍ୟା, ବନାଗ୍ନି, ଅତ୍ୟଧିକ ତାପମାତ୍ରା ବୃଦ୍ଧି ଏବଂ ଜୀବବାହିତ ସଂକ୍ରାମକ ରୋଗ ମୁଖ୍ୟତଃ ଜଳବାୟୁ ଏବଂ ଜୈବମଣ୍ଡଳୀୟ ସଙ୍କଟ ସୃଷ୍ଟି...

ଭବିଷ୍ୟତର ଇନ୍ଧନ

ଜୋର୍ଗ ହାସ୍‌ ଆଜିକାଲି ସବୁଜ ଉଦ୍‌ଜାନର ଆଦର ଢେର ବଢିଛି। ଗତ ବର୍ଷ ନଭେମ୍ବରରେ ଇଜିପ୍ଟରେ ଅନୁଷ୍ଠିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୭) ରେ ଜର୍ମାନୀ...

ଏଇ ଭାରତରେ

ଜଣେ ସାଧାରଣ ରିକ୍ସାଚାଳକ ଅବହେଳିତ, ଗରିବ ଏବଂ ଅନାଥ ପିଲାଙ୍କ ଜୀବନ ଗଢିବାରେ ସବୁ ଉତ୍ସର୍ଗ କରିଦେବା କିଛି କମ୍‌ କଥା ନୁହେଁ। ଦୃଢ଼ ସଙ୍କଳ୍ପ...

ବିପ୍ଳବୀ ପଦକ୍ଷେପ

ଶାହା ଫୈଜଲ ୧୦ ଅଗଷ୍ଟ ୨୦୨୦ରେ ରାଜନୈତିକ ଦଳ ଜମ୍ମୁ ଓ କଶ୍ମୀର ପିପୁଲ୍ସ ମୁଭ୍‌ମେଣ୍ଟ (ଜେକେପିଏମ୍‌)ର ଅଧ୍ୟକ୍ଷ ପଦ ତ୍ୟାଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଫୈଜଲ...

ଚତୁର୍ଥ ଶିଳ୍ପ ବିପ୍ଳବ ଓ ପ୍ରଯୁକ୍ତି

ଭିକ୍ଟର ଗାଲାଜ ସୂଚନା ପ୍ରଯୁକ୍ତିର ପେଣ୍ଠ ସିଲିକନ ଭ୍ୟାଲି। ଏଠାକାର ନେତୃମଣ୍ଡଳୀ ଆମକୁ କୁହନ୍ତି, ଚତୁର୍ଥ ଶିଳ୍ପ ବିପ୍ଳବ ହିଁ ଆମକୁ ପର୍ଯ୍ୟାପ୍ତ ଲାଭ ଦେବ।...

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଜମା ଟଙ୍କା

ନଟବର ଖୁଣ୍ଟିଆ ଭାରତ ୧୯୯୨ରେ ଉଦାରୀକରଣ ଅର୍ଥନୀତି ଗ୍ରହଣ କରିବା ପରେ ସରକାରୀ କ୍ଷେତ୍ର ବ୍ୟାଙ୍କ ପ୍ରତି ଗୁରୁତ୍ୱ ନ ଦେଇ ଘରୋଇ ବ୍ୟାଙ୍କ ପ୍ରତିଷ୍ଠା...

ଆଜିର ଅର୍ଥନୀତି/ ଫିକା ସୁନା ବଜାର

ସୁନାର ମାତ୍ରାଧିକ ମୂଲ୍ୟବୃଦ୍ଧି ଆସନ୍ତା ଦୀପାବଳି ଅବସରରେ ଲୋକଙ୍କ ସୁନାକିଣା ମାନସିକତା ଉପରେ ଖୁବ୍‌ ପ୍ରତିକୂଳ ପ୍ରଭାବ ପକାଇବ। ଗହଣା ଦୋକାନୀମାନେ ବିକ୍ରିବଟାର ସମ୍ଭାବ୍ୟ ମାନ୍ଦା...

Advertisement
Archives

Model This Week