ଏଇ ଭାରତରେ

ଦୀପାବଳି ପାଳନର ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳିଛି ଛତିଶଗଡ଼ର ଧମତରୀ ଜିଲାରେ। ଏହି ଜିଲାର ସେମରା ଗାଁରେ ଏକ ସପ୍ତାହ ପୂର୍ବରୁ ଦୀପାବଳି ପାଳନ କରାଯିବାର ବିଧି ପିଢି ପିଢି ଧରି ଚଳିଆସୁଛିି। କାର୍ତ୍ତିକ ଅମାବାସ୍ୟାରେ ଦୀପାବଳି ପାଳନ ନ ହୋଇ କାର୍ତ୍ତିକ ଅଷ୍ଟମୀରେ ଏହା ପାଳନ କରାଯାଏ। ଲୋକମାନେ ପରିବାର ସହ ଦୀପ ଜଳାନ୍ତି, ବାଣ ଫୁଟାନ୍ତି ଓ ମିଠାଇ ବି ବାଣ୍ଟନ୍ତି। ଦୀପାବଳି ଅବସରରେ ହର-ପାର୍ବତୀଙ୍କ ବରାତ ମଧ୍ୟ ବାହାର କରାଯିବାର ପରମ୍ପରା ଏଠାରେ ଚଳିଆସୁଛି। ଏଭଳି ବିଧିରେ ଦୀପାବଳି ପାଳନ କରିଯିବା ପଛରେ ଏକ କାରଣ ରହିଛି। ଶହ ଶହ ବର୍ଷ ପୂର୍ବେ ସେମରାକୁ ଜଣେ ବୟସ୍କ ବ୍ୟକ୍ତି ଆସିଥିଲେ। ସେ ଗାଁରେ ରହିବା ପରେ ଗାଁର ସବୁ ସମସ୍ୟା ଦୂର ହୋଇଯାଇଥିଲା। ଏଥିପାଇଁ ଗାଁ ଲୋକମାନେ ତାଙ୍କୁ ଗ୍ରାମଦେବତା ଭାବେ ପୂଜା କରିବାରେ ଲାଗିଲେ। ତାଙ୍କ ପାଇଁ ଗାଁରେ ବି ଏକ ମନ୍ଦିର ପ୍ରତିଷ୍ଠା କରାଗଲା। ଗ୍ରାମଦେବତା ଗାଁର ମଙ୍ଗଳ ପାଇଁ ସ୍ବପ୍ନରେ ଦର୍ଶନ ଦେଇ ସବୁ ପର୍ବକୁ ଏକ ସପ୍ତାହ ପୂର୍ବରୁ ପାଳନ କରିବା ପାଇଁ କହିଥିଲେ। ସେବେଠାରୁ ଲୋକମାନେ ଦୀପାବଳି ସହ ହୋଲି, ହରେଲି ଆଦି ପର୍ବ ହିନ୍ଦୁ କ୍ୟାଲେଣ୍ଡରରେ ସ୍ଥିରୀକୃତ ତାରିଖର ଏକ ସପ୍ତାହ ପୂର୍ବରୁ ପାଳନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ବର୍ଣ୍ଣବୋଧ

ଡ. ପ୍ରଫୁଲ୍ଲ କୁମାର ସାହୁ ପ୍ରତ୍ୟେକ ବ୍ୟକ୍ତିର ଜାତୀୟତାର ପରିଚୟ ହେଉଛି ତା’ର ଭାଷା। ମାତ୍ର ଭାଷାର ବ୍ୟବହାର ଉପରେ ନିର୍ଭର କରେ ସେହି ପରିଚୟ...

ନେତା ଚୟନର ଶାସ୍ତ୍ରୀୟ ବିଧି

ଡ. ଭାରତ ଭୂଷଣ ରଥ ରାଜତନ୍ତ୍ର ଏବଂ ଗଣତନ୍ତ୍ରକୁ ନେଇ ବିଶ୍ୱର ଶାସନ ବ୍ୟବସ୍ଥା ପ୍ରଚଳିତ। କେତେକ ଦେଶରେ ଏବେ ବି ରାଜତନ୍ତ୍ର ଚାଲିଛି। ତେବେ...

ସଂକ୍ରାମକ ରୋଗ ଓ ଆଣ୍ଟିବାୟୋଟିକ୍‌

ଡା. କାନ୍ତୀ ନାୟକ ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ଭାରତରେ ଟିକାଦାନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ତେବେ ଏହି ସମୟରେ ସଂକ୍ରମିତ ରୋଗରୁ ଆରୋଗ୍ୟ...

ମାତୃଭାଷାର ଭିନ୍ନ ରୂପ

ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ “ଗତ କେଇଦିନ ଧରି ଓଡ଼ିଶାରେ କରୋନା ସେଞ୍ଚୁରି ମାରି ଚାଲିଛି। ଅଗଷ୍ଟ ପନ୍ଦର ବେଳକୁ କରୋନା ପାଇଁ ଯଦି...

ନ୍ୟାୟ ମିଳୁଛି କି

ଆକାର ପଟେଲ ଶାହିନବାଗ ପ୍ରତିବାଦସ୍ଥଳକୁ ଅଣାଯିବା ପରେ ଜଣେ ଶିଶୁର ମୃତ୍ୟୁ ହେବା ଘଟଣାର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ନିଜ ତରଫରୁ ଇଚ୍ଛା ପ୍ରକାଶ କରିଛନ୍ତି।...

ସେକାଳ ଚିଠି

ଡା. ବାସୁଦେବ ପ୍ରଧାନ ଆଜି ବାକ୍ସ ଭିତରୁ ପୁରୁଣା ଚିଠିଟିଏ ପାଇ ଚିଠି ବିଷୟରେ ଦୁଇପଦ ଲେଖିବାକୁ ଇଚ୍ଛା ହେଲା। ଚିଠି ବହୁ ପୁରୁଣା କଥା...

ଏଇ ଭାରତରେ

ଚାକିରି ପରେ କିଏ କେମିତି ବିଶ୍ରାମ ନେବା ପାଇଁ ଚାହଁୁଥିବାବେଳେ ଗୁଜରାଟର ୭୧ ବର୍ଷୀୟା ମାଟ୍ରୋନ ଜେମିନିବେନ୍‌ ଜୋଷୀ ଏବେ ଅବସର ସମୟକୁ କୋଭିଡ୍‌ ରୋଗୀଙ୍କ...

ଓଡ଼ିଶା ଉଚ୍ଚଶିକ୍ଷାର ଦଶା ଓ ଦିଶା

ଜ୍ଞାନରଞ୍ଜନ ପଣ୍ଡା ବିଶିଷ୍ଟ ମାର୍କିନ୍‌ ସମାଜ ସଂସ୍କାରକ ମାଲକମ୍‌ ଏକ୍ସ କହିଥିଲେ, ଶିକ୍ଷା ଭବିଷ୍ୟତ ପାଇଁ ପାସ୍‌ପୋର୍ଟ। ବାସ୍ତବରେ ଉପଯୁକ୍ତ ଶିକ୍ଷା ପାଇଥିବା ସମାଜର ଭବିଷ୍ୟତ...

Advertisement


Archives

Model This Week