ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ବିନା କିଛି ପାଇବା ଆଶାରେ ବିଭିନ୍ନ ସେବା ଯୋଗାଇ ଦେଇଥାନ୍ତି। ତେବେ ଜଣେ ସାଧାରଣ ଓ୍ବେଲ୍‌ଡର ମାଗଣାରେ ଅକ୍ସିଜେନ ସିଲିଣ୍ଡର୍‌ ଯୋଗାଇଦେବା କିଛି କମ୍‌ କଥା ନୁହେଁ। ଛତିଶଗଡ଼ର ଏହି ବ୍ୟକ୍ତିଙ୍କ ନାମ ସତ୍ୟନାରାୟଣ ସୋନି। ସେ ମାଗଣାରେ ରୋଗୀମାନଙ୍କୁ ଅକ୍ସିଜେନ ସିଲିଣ୍ଡର୍‌ ଯୋଗାଇ ଦେଉଛନ୍ତି। ବିଳାସପୁରର ପିଣ୍ଡ୍ରା ନିବାସୀ ସତ୍ୟନାରାୟଣ ୯ ବର୍ଷ ହେବ ଏହି କାର୍ଯ୍ୟ କରିଆସୁଛନ୍ତି। ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ଡାକନ୍ତି ସିଲିଣ୍ଡରବାଲା ଭାଇ ସାହେବ । ପିଣ୍ଡ୍ରାର ନୂଆ ବସ୍‌ଷ୍ଟାଣ୍ଡ୍‌ ନିକଟରେ ତାଙ୍କର ଏକ ଦୋକାନ ରହିଛି। ସେଠାରେ ସେ ଓ୍ବେଲ୍ଡିଂ କାମ କରନ୍ତି। ଦୋକାନରେ ସବୁବେଳେ ସିଲିଣ୍ଡର୍‌ ମହଜୁଦ ରଖି ୨୪ ଘଣ୍ଟା ଫୋନ୍‌ କଲ୍‌ ରିସିଭ୍‌ କରି ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସଜାଗ ରହୁଛନ୍ତିି। ଏଯାବତ୍‌ ସତ୍ୟନାରାୟଣ ମାଗଣାରେ ସିଲିଣ୍ଡର୍‌ ଯୋଗାଇ ଦେଇ ୫୦୦ ଲୋକଙ୍କ ଜୀବନ ବଞ୍ଚାଇ ସାରିଲେଣି। ଏକାଦଶ ଯାଏ ପଢ଼ିଥିବା ସତ୍ୟନାରାୟଣ କୁହନ୍ତି, ତାଙ୍କ ମା’ ଶ୍ୱାସରୋଗରେ ପୀଡିତ ଥିଲେ ଓ ତାଙ୍କୁ ପିଣ୍ଡ୍ରାସ୍ଥିତ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଅକ୍ସିଜେନ ସିଲିଣ୍ଡର ନ ଥିବାରୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ସତ୍ୟନାରାୟଣ ଅତ୍ୟନ୍ତ ଦୁଃଖିତ ହୋଇଥିଲେ। ସେବେଠାରୁ ଏଭଳି ପରିସ୍ଥିତିର କେହି ସାମ୍‌ନା ନ କରନ୍ତୁ ବୋଲି ଭାବି ରୋଗୀମାନଙ୍କୁ ଏଭଳି ସେବା ଯୋଗାଇ ଆସୁଛନ୍ତି। ପିଣ୍ଡ୍ରା ଏକ ପଛୁଆ ଅଞ୍ଚଳ। ଏଠାରେ ରୋଗୀଙ୍କ ପାଇଁ ଆବଶ୍ୟକ ଅକ୍ସିଜେନ ସିଲିଣ୍ଡର ଉପଲବ୍ଧ ହୁଏ ନାହିଁ। ଏଣୁ ଲୋକମାନେ ଚିକିତ୍ସା ଲାଗି ପାଖ ସହରକୁ ଯାଆନ୍ତି। ଏହି ଅସୁବିଧା ଦୂର କରିବା ଲାଗି ସତ୍ୟନାରାୟଣ ରୋଗୀମାନଙ୍କୁ ଅକ୍ସିଜେନ ସିଲିଣ୍ଡର ଯୋଗାଇଦେଇ ଅନେକ ଜୀବନ ବଞ୍ଚାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିର ମୋହ ଆଗରେ ପିଏଚ୍‌ଡିର ଆକର୍ଷଣ ଫିକା ପଡ଼ିଛି ଇନ୍‌ଶାହା ରସୁଲଙ୍କ ଜୀବନରେ। କଶ୍ମୀରର ଏହି ମହିଳା ବେଙ୍ଗାଲୁରୁର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ସାଇନ୍ସରେ ଶିକ୍ଷା ଶେଷ...

ଭାତହାଣ୍ଡିରୁ ଭାତଟିଏ

ଅକ୍ଷୟ କୁମାର ମିଶ୍ର ଅଳ୍ପ ଦିନ ତଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ବିଦ୍ୟାଳୟରେ ଫି ଆଦାୟକୁ ନେଇ କେମିତି ଏକ ଅମାନବୀୟ ଘଟଣା ଘଟିଲା ତାହା...

ଗୁଣ୍ଡା ଗପ

ଡ.କୁଳାଙ୍ଗାର   ସିଏ ସାହିର ଗୋଟେ ଛୋଟକାଟିଆ ବଦମାସ୍‌ ଥିଲା। ଛକରେ ଛିଡ଼ାହୋଇ ଝିଅ ବୋହୂଙ୍କୁ କମେଣ୍ଟ ମାରିବା, ଦୁର୍ଘଟଣା ହେଲେ ମାହାଳିଆ ମାଡ଼ ମାରିବା...

ଏଇ ଭାରତରେ

ଜଳ ସଙ୍କଟର ଭୟାବହତା ଭଲଭାବେ ହୃଦୟଙ୍ଗମ କରିଛନ୍ତି ୮୭ ବର୍ଷୀୟ ଆବିଦ୍‌ ଶ୍ରୁତି। ସେ ଜଳ ସଂରକ୍ଷଣର ନୂଆ ବାଟ ଆପଣାଇ ଏକ ଦୃଷ୍ଟାନ୍ତ ସୃଷ୍ଟି...

ଏଇ ଭାରତରେ

ଗୋଟିଏ କି ଦୁଇଟି ପ୍ରକାର ଧାନ ନୁହେଁ, ୬୫୦ ପ୍ରକାର ଧାନ ଚାଷ କରୁଛନ୍ତି କେରଳର ସତ୍ୟନାରାୟଣନ ବେଲେରି। କସାରଗଡର ନେତିନେଗେ ଗାଁ ନିବାସୀ ସତ୍ୟନାରାୟଣନ...

ନୀତିଶିକ୍ଷାକୁ ଗୁରୁତ୍ୱ ଦିଅ

ଡ. ଭରତ ଝୁନ୍‌ଝୁନ୍‌ଓ୍ବାଲା ଅଯୋଧ୍ୟାରୁ ମାତା ସୀତା ନିର୍ବାସିତ ହେବା ପରେ ବାଲ୍ମୀକି ଆଶ୍ରମରେ ରହିଥିଲେ। ଏହି ଆଶ୍ରମର ଅବସ୍ଥିତି ଉପରେ ଏବେ ପାଞ୍ଚଟି ସ୍ଥାନକୁ...

ଡ୍ୟୁଟି ନ କଲେ ବି ଦରମା ମିଳୁଛି

ସହଦେବ ସାହୁ ଏବେ ପ୍ରତି ନାଗରିକଙ୍କ ମନରେ ସନ୍ଦେହ ଉଠିଲାଣି ‘ଆମ ଏମ୍‌ପିମାନଙ୍କୁ ଦିଆଯାଉଥିବା ପଇସାର ମୂଲ୍ୟ ମିଳୁଛି ତ?’ (ସମାନ ସନ୍ଦେହ ଓ ପ୍ରଶ୍ନ...

ସଜାଗ ହେବା ବେଳ

ବିପ୍ଳବ ଦିଲ୍ଲୀ ବାୟୁ ପ୍ରଦୂଷଣ ସମସ୍ତଙ୍କୁ ଚିନ୍ତାରେ ପକେଇ ଦେଇଛି। ଏପରିକି ଏଥିପାଇଁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ତାଗିଦ କରିବାକୁ ପଡ଼ିଲା ଆଉ ସରକାର କଠୋର...

Advertisement
Archives

Model This Week