ଏଇ ଭାରତରେ

ମଦ୍ୟପାନ ଦୂର କରିବା ପାଇଁ ଗୁଜରାଟର ଏକ ଗାଁ ଅଜବ ଉପାୟ ଆପଣାଇଛି। ଗାଁର ନାଁ ଖାଟିସିତାରା। ବନାସକାନ୍ଥା ଜିଲା ଅନ୍ତର୍ଗତ ଏହି ଆଦିବାସୀବହୁଳ ଗାଁରେ ଯଦି କୌଣସି ବ୍ୟକ୍ତି ମଦ ପିଇ ଧରାପଡ଼ନ୍ତି ତେବେ ଗାଁର ନିଷ୍ପତ୍ତିକ୍ରମେ ଲଗାଯାଇଥିବା ଜରିମାନା ତାଙ୍କ ନିଶା ଖସାଇଦେଉଛି। ମଦ୍ୟପାନ କରିଥିବା ବ୍ୟକ୍ତି ଗ୍ରାମବାସୀଙ୍କୁ ମାଂସ ତରକାରି ଭୋଜି ଦେଉଛନ୍ତି। ଏହାବାଦ ୨,୦୦୦ ଟଙ୍କା ଜରିମାନା ଗଣିବାକୁ ପଡୁଛି। ପୂର୍ବରୁ ୨୦୧୩-୧୪ରେ ମଦ୍ୟପାନ କଲେ ୨୦୦୦ ଓ ପାଟିତୁଣ୍ଡ କଲେ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା। କିନ୍ତୁ ଏଥିରେ ମଦ୍ୟପଙ୍କ ସଂଖ୍ୟା କମିିଲାନାହିଁ। ଏହାଦ୍ୱାରା ଗାଁରେ ହିଂସା ମଧ୍ୟ ବୃଦ୍ଧିପାଇଲା। ଏବେ ମଦ ପିଇଥିବା ବ୍ୟକ୍ତି ଧରାପଡିଲେ ତାଙ୍କୁ ଗାଁର ୭୦୦ରୁ ୮୦୦ ଲୋକଙ୍କୁ ମାଂସ ଭୋଜି ଦେବାକୁ ଯାଇ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହି ନୂଆ ନିୟମ ଲାଗୁ ହେବା ପରେ ଗାଁରେ କେହି ମଦ ପିଇବା ଏକପ୍ରକାର ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌-୧୯

ସମଗ୍ର ବିଶ୍ୱକୁ ଆତଙ୍କିିତ କରିଥିବା କରୋନା ଭୂତାଣୁ ଅଦ୍ୟାବଧି ପ୍ରାୟ ୬ ହଜାର ବ୍ୟକ୍ତିଙ୍କ ଜୀବନ ନେଇ ସାରିଥିବା ବେଳେ ପ୍ରାୟ ୧ ଲକ୍ଷ ୬୧...

ଜୀବନ ଏମିତି ଚାଲିବ

ଆକାର ପଟେଲ ପୂର୍ବରୁ କିଛି ସପ୍ତାହ ପର୍ଯ୍ୟନ୍ତ ଭାରତର ଗଣମାଧ୍ୟମରେ କୋଭିଡ୍‌ ପରିଚାଳନା ଘଟଣା ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏପରିକି ତାହା କିଛିଦିନ ଧରି ବିଶ୍ୱ...

ମ୍ୟାଲେରିଆ ନିରାକରଣ ଅସ୍ତ୍ର

କ୍ରିଷ୍ଟିନା ଡୋନିନି, ଡୋରିନ ଆକିୟୋ ୟୋମୋହ ସ୍ବସ୍ଥ୍ୟ କ୍ଷେତ୍ରରେ ବିଗତ ୩ ବର୍ଷ ହେଲା କୋଭିଡ୍‌-୧୯ ପ୍ରମୁଖ ଖବର ହୋଇଆସିଛି ଏବଂ ଏହା ମଧ୍ୟ ବୈଜ୍ଞାନିକ...

ସତ୍ୟର ପ୍ରଳାପ କାହିଁକି

ପିଲାଦିନର କଥା ମନେପଡ଼ିଯାଏ। ବିଦ୍ୟାଳୟରେ ଗୁରୁଜୀ କହୁଥିଲେ ମଧୁବାବୁଙ୍କ ବର୍ଣ୍ଣବୋଧ ବହିରୁ ‘ଆହେ ଦୟାମୟ ବିଶ୍ୱବିହାରୀ’ ପ୍ରାର୍ଥନାଟିକୁ ଆଖି ବନ୍ଦକରି ବୋଲିବାକୁ। କାରଣ ଏହାକୁ ଗାନ...

ଆଲୋକର ପର୍ବ ଦୀପାବଳି

ଉମା ଶଙ୍କର ପ୍ରସାଦ ଭାରତରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହୁଏ। ଏଥିରେ ଦୀପାବଳିର ମହତ୍ତ୍ୱ ସର୍ବୋଚ୍ଚ ଓ ମହନୀୟ। ଜାତୀୟ ପର୍ବ ଦୀପାବଳିର ପାଳନ ମୂଳରେ...

ନାଗରିକତ୍ୱ ଆଇନର ବିପଦ

ଭାଲଚନ୍ଦ୍ର ଷଡ଼ଙ୍ଗୀ ନାଗରିକତ୍ୱ ଆଇନରେ ସଂଶୋଧନକୁ ନେଇ ଅଭୂତପୂର୍ବ ପ୍ରତିକ୍ରିୟା ଦେଖାଯାଇଛି। ଦେଶର ବିଭିନ୍ନ ରାଜ୍ୟରେ ହୋଇଥିବା ପ୍ରତିବାଦରେ ଏଯାଏ ୨୫ ଜଣ ପୋଲିସ ଗୁଳିରେ...

ଏଇ ଭାରତରେ

ପରୀକ୍ଷା ସମୟ ଆସିଲେ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ପ୍ରତି ଅତ୍ୟଧିକ ଯନତ୍ଶୀଳ ହୋଇଯାଆନ୍ତି। କହିବାକୁ ଗଲେ ପରୀକ୍ଷା ଚିନ୍ତା ପିଲାଙ୍କୁ ଯେତିକି ନୁହେଁ, ଅଭିଭାବକଙ୍କୁ ତାହାଠାରୁ...

ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଜମା ଟଙ୍କା

ନଟବର ଖୁଣ୍ଟିଆ ଭାରତ ୧୯୯୨ରେ ଉଦାରୀକରଣ ଅର୍ଥନୀତି ଗ୍ରହଣ କରିବା ପରେ ସରକାରୀ କ୍ଷେତ୍ର ବ୍ୟାଙ୍କ ପ୍ରତି ଗୁରୁତ୍ୱ ନ ଦେଇ ଘରୋଇ ବ୍ୟାଙ୍କ ପ୍ରତିଷ୍ଠା...

Advertisement
Archives

Model This Week