ଏଇ ଭାରତରେ

ମଦ୍ୟପାନ ଦୂର କରିବା ପାଇଁ ଗୁଜରାଟର ଏକ ଗାଁ ଅଜବ ଉପାୟ ଆପଣାଇଛି। ଗାଁର ନାଁ ଖାଟିସିତାରା। ବନାସକାନ୍ଥା ଜିଲା ଅନ୍ତର୍ଗତ ଏହି ଆଦିବାସୀବହୁଳ ଗାଁରେ ଯଦି କୌଣସି ବ୍ୟକ୍ତି ମଦ ପିଇ ଧରାପଡ଼ନ୍ତି ତେବେ ଗାଁର ନିଷ୍ପତ୍ତିକ୍ରମେ ଲଗାଯାଇଥିବା ଜରିମାନା ତାଙ୍କ ନିଶା ଖସାଇଦେଉଛି। ମଦ୍ୟପାନ କରିଥିବା ବ୍ୟକ୍ତି ଗ୍ରାମବାସୀଙ୍କୁ ମାଂସ ତରକାରି ଭୋଜି ଦେଉଛନ୍ତି। ଏହାବାଦ ୨,୦୦୦ ଟଙ୍କା ଜରିମାନା ଗଣିବାକୁ ପଡୁଛି। ପୂର୍ବରୁ ୨୦୧୩-୧୪ରେ ମଦ୍ୟପାନ କଲେ ୨୦୦୦ ଓ ପାଟିତୁଣ୍ଡ କଲେ ୫୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା। କିନ୍ତୁ ଏଥିରେ ମଦ୍ୟପଙ୍କ ସଂଖ୍ୟା କମିିଲାନାହିଁ। ଏହାଦ୍ୱାରା ଗାଁରେ ହିଂସା ମଧ୍ୟ ବୃଦ୍ଧିପାଇଲା। ଏବେ ମଦ ପିଇଥିବା ବ୍ୟକ୍ତି ଧରାପଡିଲେ ତାଙ୍କୁ ଗାଁର ୭୦୦ରୁ ୮୦୦ ଲୋକଙ୍କୁ ମାଂସ ଭୋଜି ଦେବାକୁ ଯାଇ ୨୦ରୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏହି ନୂଆ ନିୟମ ଲାଗୁ ହେବା ପରେ ଗାଁରେ କେହି ମଦ ପିଇବା ଏକପ୍ରକାର ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri