ଏଇ ଭାରତରେ

ହିନ୍ଦୁଧର୍ମରେ ବୈଦିକ ରୀତିନୀତିରେ ଅଗ୍ନିକୁ ସାକ୍ଷୀ ରଖି ବାହାଘର କରାଯାଉଥିବାବେଳେ ରାଜସ୍ଥାନରେ ସମ୍ବିଧାନକୁ ସାକ୍ଷୀ ରଖି ବାହା ହୋଇଛନ୍ତି ବର-କନ୍ୟା। ଏମିତି ନିଆରା ବାହାଘର ଖର୍ଚ୍ଚ କମ୍‌ କରିବା ସହ ଲୋକଙ୍କ ପାଖରେ ଏକ ସାମାଜିକ ବାର୍ତ୍ତା ପହଞ୍ଚାଇଛି। ଉକ୍ତ ବାହାଘର ଅଲଓ୍ବାର ସହରଠାରୁ ୨୦ କିଲୋମିଟର ଦୂର କରୋଲି ଗାଁରେ ହୋଇଛି। ଏକ ଘରୋଇ କମ୍ପାନୀରେ କାମ କରୁଥିବା ଅଜୟ ଯାଦବ ଓ ବବିତା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏଠି ବର କନ୍ୟା ଘରକୁ ଯାଇ ନ ଥିଲେ, ବରଂ ଏକ ସୁସଜ୍ଜିତ ରଥରେ ବସି କନ୍ୟା ଶୋଭାଯାତ୍ରାରେ ଅଜୟଙ୍କ ଘରେ ପହଞ୍ଚତ୍ଥିଲେ। ଝିଅ-ପୁଅ ସମାନ ଓ ଲିଙ୍ଗ ସମାନତାର ସନ୍ଦେଶ ଦେବା ଲକ୍ଷ୍ୟରେ ବର ଘରକୁ ଯାଇଛନ୍ତି ବୋଲି ମତ ଦେଇଛନ୍ତିି ବବିତା। ସେ ଯେଉଁ ରଥରେ ବସି ବର ଘରକୁ ଯାଇଥିଲେ ତା’ର ଗୋଟିଏ ପାଖରେ ଆମ୍ବେଡକର ଓ ଅନ୍ୟପଟେ ଗୌତମ ବୁଦ୍ଧଙ୍କ ଫଟୋ ରଖାଯାଇଥିଲା। ବାହାଘରରେ କେହି ପଣ୍ଡିତ ନ ଥିଲେ କି କିଛି ମନ୍ତ୍ର ଉଚ୍ଚାରଣ କରାଯାଇ ନ ଥିଲା। ଅଜୟ ଓ ବବିତା ଖଣ୍ଡେ ଲେଖା ସମ୍ବିଧାନ କପିକୁ ଧରି ସଙ୍କଳ୍ପ ନେଇଥିଲେ। ବାହାଘରକୁ ଆମନ୍ତ୍ରିତ ହୋଇ ଆସିଥିବା ଅତିଥିମାନେ ନବବିବାହିତଙ୍କୁ କେବଳ ବହି ଉପହାର ଦେଇଥିଲେ। ପ୍ରାୟ ୩୦ ହଜାର ଟଙ୍କାର ଏହି ବହିଗୁଡିକୁ ସେମାନେ କରୋଲିରେ ଥିବା ଲାଇବ୍ରେରିକୁ ଦାନ କରିଦେଇଛନ୍ତି। ଏହି ଉତ୍ସବ ପୂରା ପ୍ଲାଷ୍ଟିକ୍‌ମୁକ୍ତ ରହିଥିଲା। ଆମନ୍ତ୍ରିତ ସମସ୍ତ ଅତିଥିଙ୍କୁ ସମ୍ବିଧାନର ଏକ କପି ମଧ୍ୟ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣ୍ଡା ଗପ

ଡ.କୁଳାଙ୍ଗାର   ସିଏ ସାହିର ଗୋଟେ ଛୋଟକାଟିଆ ବଦମାସ୍‌ ଥିଲା। ଛକରେ ଛିଡ଼ାହୋଇ ଝିଅ ବୋହୂଙ୍କୁ କମେଣ୍ଟ ମାରିବା, ଦୁର୍ଘଟଣା ହେଲେ ମାହାଳିଆ ମାଡ଼ ମାରିବା...

ହସ୍ତତନ୍ତ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା

କିଶୋର ମେହେର କୃଷି ପରେ ବୟନ କ୍ଷେତ୍ର ହିଁ ସବୁଠାରୁ ବେଶି କର୍ମନିଯୁକ୍ତି ସୃଷ୍ଟି କରେ। ଭାରତୀୟ ଅର୍ଥ ବ୍ୟବସ୍ଥାରେ ଏହା ଏକ ବହୁ ପୁରୁଣା...

ଏଇ ଭାରତରେ

ଔପଚାରିକ ଶିକ୍ଷାରୁ ବଞ୍ଚିତ ତଥା ଅଧାରୁ ପାଠ ଛାଡ଼ିଦେଉଥିବା ଏଭଳି ବସ୍ତି ପିଲାଙ୍କୁ ଶିକ୍ଷାର ଧାରାରେ ସାମିଲ କରୁଛନ୍ତି ରାଜସ୍ଥାନର ଭୁନେଶ ଶର୍ମା। ଜୟପୁର ନିବାସୀ...

ଆଳଙ୍କାରିକ ପ୍ୟାକେଜ

ପୂର୍ବରୁ ଗଡ଼ି ଆସିଥିବା ଆର୍ଥିକ ବିଫଳତା ସହ କରୋନା ମହାମାରୀଜନିତ ସଙ୍କଟ ଭାରତୀୟ ଅର୍ଥନୀତିକୁ ଏକ ପ୍ରକାର ସ୍ଥାଣୁ କରିଦେଇଛି। ନିକଟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ...

କରୋନା ମୃତ୍ୟୁ

ଗୌରାଙ୍ଗ ଚରଣ ପରିଡ଼ା   କରୋନା ମହାମାରୀରେ ମୃତ୍ୟୁସଂଖ୍ୟାକୁ ନେଇ ଏବେ ସବୁଠି ବେଶ ଚର୍ଚ୍ଚା। ଏ ସଂଖ୍ୟା ନେଇ ସରକାରୀ ହିସାବ ଠିକ୍‌ ନୁହେଁ...

ଏଇ ଭାରତରେ

ସମାଜରେ ଅନେକେ ଅଛନ୍ତି ଯେଉଁମାନଙ୍କ ଉଦ୍ୟମ କେବଳ ଭଲ କାର୍ଯ୍ୟ ଲାଗି ଅଭିପ୍ରେତ। ଏମାନଙ୍କ ମଧ୍ୟରୁ ଛତିଶଗଡ଼ର ଶ୍ରଦ୍ଧା ସାହୁ ଜଣେ। ପରିବେଶକୁ ପ୍ରଦୂଷଣ ପ୍ରକୋପରୁ...

ଧଳା ବଦଳରେ…

ମହାଭାରତ ଯୁଦ୍ଧ ସରିଗଲା। ରାଜଗାଦିରେ ଅଧିଷ୍ଠିତ ହେବାକୁ ଥିବା ଧର୍ମାମତ୍ା ଯୁଧିଷ୍ଠିର କିନ୍ତୁ ଅତ୍ୟନ୍ତ ବିମର୍ଷ ଥାଇ ଚିନ୍ତା କରୁଥାନ୍ତି ”ଭାଇ, ବନ୍ଧୁ, ଗୁରୁ ଓ...

କରୋନା ଓ ମାଂସାହାର

ଡ. ପ୍ରଫୁଲ୍ଲ କୁମାର ସାହୁ ମହାମାରୀ କରୋନାରେ ସମଗ୍ର ବଶ୍ୱର ପ୍ରାୟ ସବୁ ଦେଶର ଲୋକ ଏବେ ଗୃହବନ୍ଦୀ। କୁହାଯାଉଛି ଅସତର୍କ ଚାଇନାବାସୀଙ୍କ ବିକୃତ ଖାଦ୍ୟାଭ୍ୟାସରୁ...

Advertisement
Archives

Model This Week