ଏଇ ଭାରତରେ

ଦେଶରେ ଦଶହରାରେ ରାବଣ ପୋଡି ଉତ୍ସାହର ସହ ପାଳନ କରାଯାଇଛି, ହେଲେ ଛତିଶଗଡ଼ରେ ରାବଣ ପୋଡି ପରିବର୍ତ୍ତେ ପଞ୍ଚାୟତ ସଦସ୍ୟଙ୍କ ପ୍ରତିମୂର୍ତ୍ତିକୁ ପୋଡ଼ାଯାଇଛି। ବିଳାସପୁର ମସ୍ତୁରୀ ବ୍ଲକ୍‌ର ବନିୟାଡିହ ପଞ୍ଚାୟତରେ ଦେଖିବାକୁ ମିଳିଛି ଏମିତି ଏକ ଅଜବ ଘଟଣା। ଲୋକମାନେ ରାବଣ ବଦଳରେ ସରପଞ୍ଚ, ସମ୍ପାଦକ ଓ ୧୧ ଜଣ ଓ୍ବାର୍ଡମେମ୍ବରଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ତାହାକୁ ବିଜୟାଦଶମୀରେ ପୋଡ଼ିଛନ୍ତି। ପୂର୍ବ ୫ ବର୍ଷରେ ପଞ୍ଚାୟତରେ କୌଣସି ବିକାଶ ହୋଇ ନ ଥିଲା। ଲୋକମାନେ ପଞ୍ଚାୟତର ସ୍ଥାଣୁତା ବିରୋଧରେ ଏଭଳି ଏକ ପୋଡ଼ିର ଆୟୋଜନ କରି ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିନ୍ତୁ ପଞ୍ଚାୟତରେ ଥିବା ମହିଳା ସଦସ୍ୟଙ୍କୁ ସମ୍ମାନ ଦିଆଯାଇଛି। ମହିଳା ସଦସ୍ୟଙ୍କ ନାମ ପରିବର୍ତ୍ତେ ସେମାନଙ୍କ ପୁଅ କିମ୍ବା ସ୍ବାମୀଙ୍କ ନାମ ଲେଖାଯାଇଥିଲା। ଏହି ପଞ୍ଚାୟତରୂପୀ ରାବଣର ଉଚ୍ଚତା ଥିଲା ୩୫ ଫୁଟ୍‌। ପ୍ରତିମୂର୍ତ୍ତିର ଶରୀରରେ ସରପଞ୍ଚଙ୍କ ସ୍ବାମୀଙ୍କ ନାମ ଲେଖାଯାଇଥିଲା। ରାବଣର ଦଶମୁଣ୍ଡ ମଧ୍ୟରୁ ଗୋଟିଏ ଥିଲା ଗଧର ମୁଣ୍ଡ ଓ ସେଥିରେ ପଞ୍ଚାୟତ ସମ୍ପାଦକଙ୍କ ନାମ ଲେଖାଯାଇଥିଲା। ସରପଞ୍ଚଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଥିବା ଜଣେ ଓ୍ବାର୍ଡମେମ୍ବର ରାମ ସାଜି ତାହାକୁ ଦହନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri