ଏଇ ଭାରତରେ

ଆଲ୍ଲାହାବାଦରେ ଅନୁଷ୍ଠିତ ସର୍ବପୁରାତନ ରାମଲୀଳା ମହୋତ୍ସବରେ ମୁସଲମାନଙ୍କ ଯୋଗଦାନ ସାମ୍ପ୍ରଦାୟିକ ସଦ୍‌ଭାବନାର ପ୍ରତୀକ ସାଜିଛିି। ଏହି ମହୋତ୍ସବରେ ହନୁମାନଙ୍କ ପ୍ରତିକୃତି ଗଢିଥାନ୍ତି ଏକ ମୁସଲମାନ ପରିବାର। ରାମଲୀଳା ଲାଗି ଆକର୍ଷଣୀୟ ରଥ ଓ ପାରମ୍ପରିକ ଅସ୍ତ୍ରଶସ୍ତ୍ର ମଧ୍ୟ ତିଆରି କରନ୍ତି ଏମାନେ। ଆଲ୍ଲାହାବାଦର ପାଥରଛତିରେ ଅନୁଷ୍ଠିତ ଏହି ରାମଲୀଳାରେ ନିସାର ଅହମ୍ମଦ ଓ ତାଙ୍କ ପରିବାରର ୮ ଜଣ ସଦସ୍ୟ ଭାଗନେବା ଭାଇଚାରାର ବାର୍ତ୍ତା ଦେଉଛି। ନିସାରଙ୍କୁ ଏବେ ୫୬ ବର୍ଷ ବୟସ ଓ ସେ ଜଣେ ପେଣ୍ଟର ଭାବେ ଧୁମନଗଞ୍ଜରେ କାର୍ଯ୍ୟ କରନ୍ତି। ୨୧ ବର୍ଷ ବୟସରୁ ସେ ଏହି କାର୍ଯ୍ୟ କରିଆସୁଛନ୍ତିି। ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଦୁଇ ଜଣ ବ୍ୟକ୍ତିଙ୍କୁ ବି ଆଣିଥାନ୍ତି। ଏମାନଙ୍କ ମଧ୍ୟରୁ ଜଣଙ୍କର ନାମ ହନୁମାନ ଓ ଆଉ ଜଣଙ୍କର ନାମ ମିଥିଳେଶ। ସେମାନେ ନିସାରଙ୍କ ସହ ୨୦ ବର୍ଷ ହେବ କାର୍ଯ୍ୟ କରୁଛନ୍ତି। ଆସୁରିକ ଶକ୍ତି ଉପରେ ସତ୍ୟର ଜୟ ବୋଲି ରାମଲୀଳାକୁ ସେଠାକାର ବହୁ ମୁସଲମାନ ଗ୍ରହଣ କରନ୍ତି। ଏହି ରାମଲୀଳାରେ ୬୫ ବର୍ଷୀୟ ଇକ୍‌ବାଲ ଅହମ୍ମଦ ରାମଙ୍କୁ ଗଙ୍ଗାନଦୀ ପାର କରିଥିବା କୈବର୍ତ୍ତ ଭୂମିକାରେ ଅଭିନୟ କରନ୍ତି। ସୁହେଲ ଖାନ୍‌ ବି ରାଜା ଦଶରଥ ଭୂମିକାରେ ଅଭିନୟ କରୁଛନ୍ତି। ରାମାୟଣ ମୁସଲମାନଙ୍କ ମଧ୍ୟରେ ଆଦୃତ ଓ ଏଥିପାଇଁ ସେମାନେ ରାମାୟଣର ବିଭିନ୍ନ ଚରିିତ୍ରରେ ସହଜରେ ଅଭିନୟ କରିପାରୁଛନ୍ତି ବୋଲି କୁହନ୍ତି ସୋହେଲ। ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri