ଏଇ ଭାରତରେ

ଦେଶର ଅନେକ ଅଞ୍ଚଳ ବର୍ଷାରେ ତ୍ରାହି ତ୍ରାହି ଡାକୁଛି, ହେଲେ ବିଦର୍ଭରେ ବର୍ଷା ପାଇଁ ଲୋକମାନେ ଆପଣାଉଛନ୍ତି ଅଜବ ପରମ୍ପରା। ମହାରାଷ୍ଟର ଏହି ଅଞ୍ଚଳରେ ଥିବା ଚନ୍ଦ୍ରପୁର ଓ ଗାଡଛିରୋଲି ଜିଲାରେ ରହୁଥିବା କୁନ୍‌ବିସ୍‌ ବା କ୍ଷୁଦ୍ରଚାଷୀ ବର୍ଗର ଲୋକମାନେ ବର୍ଷା ଲାଗି ଅନ୍ଧବିଶ୍ୱାସର ସାହାରା ନେଉଛନ୍ତି। ବର୍ଷସାରା ଏମିତିକି ବର୍ଷାଦିନେ ବି ଏହି ଦୁଇ ଜିଲା ଶୁଖିଲା ରହେ। ଏଣୁ ବର୍ଷା ପାଇଁ ଜ୍ୟେଷ୍ଠମାସ (ଜୁନ-ଜୁଲାଇ)ରେ ଜନ୍ମିତ ଜଣେ ବ୍ୟକ୍ତିଙ୍କୁ ସାରୁପତ୍ରରେ ବର୍ଷା ଜଳ ସଂଗ୍ରହ କରିବାକୁ କୁହାଯାଏ। ସେହି ବ୍ୟକ୍ତି ଏହା କରିବା ପରେ ତାହାକୁ ଏକ ସୂତାରେ ବାନ୍ଧି ଛପରଘରେ ଝୁଲାଇ ଦିଅନ୍ତି। ବହୁ ସମୟରେ ଗ୍ରାମବାସୀ ପ୍ୟାଣ୍ଟ୍‌ଶାର୍ଟ ପିନ୍ଧି ନ ଥିବା ଜଣେ ପିଲାକୁ ମଧ୍ୟ ସାରୁପତ୍ରରେ ବର୍ଷାପାଣି ସଂଗ୍ରହ କରିବା ପାଇଁ କହିଥାନ୍ତି। ପିଲାଟି ବର୍ଷାପାଣି ସଂଗ୍ରହ କରିବା ପରେ ତାକୁ ଭଲଭାବରେ ବାନ୍ଧି ମଧ୍ୟ ଛପର ଘରେ ଝୁଲାଇ ଦିଆଯାଏ। ଆଉ ମଧ୍ୟ ସେହି ପିଲାଙ୍କୁ ଏକ ପାତ୍ରରେ ଜଳନ୍ତା କୋଇଲା ନେଇ ଆକାଶକୁ ଫିଙ୍ଗିବାକୁ କୁହାଯାଏ। ପିଲାମାନେ ଏପରି କରିବା ଦ୍ୱାରା ବର୍ଷା ହୁଏ ବୋଲି କୁନ୍‌ବିସ୍‌ମାନଙ୍କର ବିଶ୍ୱାସ ରହିଛି। କେବଳ ଏତିକି ନୁହେଁ ସେମାନେ ବର୍ଷା ପାଇଁ ଆଉ ଏକ ପର୍ବ ପାଳନ କରନ୍ତି। ଏହି ଦିନ ସେମାନେ ଏକ ସ୍ବତନ୍ତ୍ର ମିଠା ପ୍ରସ୍ତୁତ କରି ଖାଆନ୍ତି। ‘ମେଘ ମିଠା’ କୁହାଯାଉଥିବା ଏହି ମିଠାକୁ ଖାଇଲେ ଭଲ ବର୍ଷା ହେବ ବୋଲି ସେମାନେ ବିଶ୍ୱାସ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲୁପ୍ତି ପଥେ ପୂର୍ବଜଙ୍କ ସମ୍ପଦ

ପ୍ରାୟ ଆମେ ସମସ୍ତେ ଆମ ପୂର୍ବପୁରୁଷଙ୍କ ସମ୍ପଦକୁ ନେଇ ବର୍ତ୍ତମାନର ଜୀବନ ବଞ୍ଚୁଛେ। ପୂର୍ବପୁରୁଷ ରହୁଥିବା ଘର, ସେମାନଙ୍କ ଦ୍ୱାରା ଅର୍ଜିତ କୃଷିକ୍ଷେତ୍ର, ଜାଗାବାଡ଼ି ଏପରିକି ଅନେକ…

ବାଗ୍‌ଦାଦରେ ମହାକାଳ

ତ୍ରୟୋଦଶ ଶତାବ୍ଦୀର ପ୍ରାରମ୍ଭିକ ମୁସଲିମ ଶାସକମାନେ ନିଜକୁ ସୁଲତାନ ବୋଲି କହୁଥିଲେ। କିନ୍ତୁ ୧୬ଶ ଶତାବ୍ଦୀରେ ମୋଗଲମାନେ ନିଜକୁ ବାଦଶାହ ବୋଲି କହିଲେ। ଏହାର କାରଣ ହେଉଛି…

ଶିକ୍ଷାରେ ବହୁ ଭାଷା

ଭାରତୀୟ ଶିକ୍ଷା, ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ(ଏନ୍‌ସିଇଆର୍‌ଟି) ମାଧ୍ୟମିକ ସ୍ତରରେ ତିନୋଟି ଭାଷା ଶିକ୍ଷାକରିବା ଲାଗି ନିୟମ କଲାପରେ ଏହାକୁ ନେଇ କେତେକ ରାଜ୍ୟରେ ପ୍ରତିବାଦର ସ୍ବର…

ମୋ ଭାରତ ବଦଳୁଛି

ସମୟ ବଦଳିବା ସହିତ ଦେଶର ଚିତ୍ର ଓ ଚରିତ୍ର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ବଦଳୁଛି ସମୟ, ବଦଳୁଛି ସ୍ଥିତି, ବଦଳୁଛି ମୋ ଦେଶର ଭାଗ୍ୟ ଓ…

ଦିଗହରା ଆମେରିକା

ଇରାନ ଉପରେ ୨୮ ଫେବୃଆରୀ ୨୦୨୬ରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ପରେ ହୋଇଥିବା ଘମାଘୋଟ ଯୁଦ୍ଧ ବେଳେ ଗତ ୬୦ ଦିନିଆ ଅସ୍ତ୍ରବିରତି ସାମୟିକ…

ଏଇ ଭାରତରେ

ତୃଣମୂଳସ୍ତରରେ ଜଣେ ସରପଞ୍ଚ ଭାବେ ନିରୁ ଯାଦବ ବ୍ୟାପକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛନ୍ତି। ନିରୁ ରାଜସ୍ଥାନର ଲାମ୍ବି ଅହିର ଗ୍ରାମପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ। ସେ…

ବିକାଶ ଦାବିରେ ପିଲାଙ୍କ ଭବିଷ୍ୟତ

ଆଜି ସକାଳୁ ଖବରକାଗଜ ପଢୁ ପଢୁ ଏକ ଶିରୋନାମା ଉପରେ ନଜର ପଡିଲା। ଭଙ୍ଗା ଛାତତଳେ ପ୍ରାଥମିକ ଶିକ୍ଷା। ଖବର ପଢିବା ପରେ ମନ ଭିତରେ ଉଙ୍କି…

ଜାଣି ଅଜଣା

ଆମେ କିଛି ଅନ୍ୟାୟ, ଅନୀତି, ଦୁର୍ନୀତି ସମ୍ପର୍କରେ ବିଭିନ୍ନ ଖବରକାଗଜ କିମ୍ବା ପତ୍ରପତ୍ରିକାରୁ, ଟିଭି ପରଦାରୁ, ସାମାଜିକ ଗଣମାଧ୍ୟମରୁ, ବିଭିନ୍ନ ସଭାସମିତିରୁ ଅବଗତ ହେଉ। କିନ୍ତୁ ଜାଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri