ଏଇ ଭାରତରେ

ଦେଶର ବିଭିନ୍ନ ସ୍ଥାନରେ ନବରାତ୍ର ପାଳନ କରାଯାଉଛି, ହେଲେ ଗୁଜରାଟର ସୁରତରେ ଏଥର ଏହା ଭିନ୍ନ ଢଙ୍ଗରେ ପାଳିତ ହୋଇଛି। ଏଠାରେ ଆୟୋଜିତ ଗରବା ନୃତ୍ୟରେ ଭକ୍ତି ସହ କର୍ତ୍ତବ୍ୟବୋଧ ତଥା ସଚେତନତାର ବାର୍ତ୍ତା ଯୋଡାଯାଇଛିି। ସୁରତର ଏକ ମଲ୍‌ରେ ଆୟୋଜିତ ନବରାତ୍ର ସମାରୋହରେ ଭାଗନେଇ ଏକ ଡ୍ୟାନ୍ସ ଗ୍ରୁପ୍‌ ଗରବା ନୃତ୍ୟ ମାଧ୍ୟମରେ ସଡ଼କ ସୁରକ୍ଷା ଉପରେ ସଚେତନତା ଭିତ୍ତିକ ବାର୍ତ୍ତା ଦେଇଛି। ମଲ୍‌ରେ ପ୍ରଦର୍ଶିତ ହୋଇଥିବା ଏହି ସାଂସ୍କୃତିକ ସମାରୋହରେ ଡ୍ୟାନ୍ସ ଗ୍ରୁପର ସଦସ୍ୟମାନେ ହେଲ୍‌ମେଟ ପିନ୍ଧି ନୃତ୍ୟ ପରିବେଷଣ କରିଛନ୍ତି। ଜୀବନ ସୁରକ୍ଷିତ ରହିଲେ ସବୁ ପର୍ବର ଆନନ୍ଦ ନେବା ସମ୍ଭବ ଓ ସେଥିପାଇଁ ହେଲ୍‌ମେଟ ପିନ୍ଧିବା ଜରୁରୀ ବୋଲି କହିଛନ୍ତି ଡ୍ୟାନ୍ସ ଗ୍ରୁପର ଜଣେ ସଦସ୍ୟ ।
ଏହି ସମାରୋହରେ ମହିଳାମାନେ ପରମ୍ପରା ସହ ଟାଟୁକୁ ବି ସ୍ଥାନ ଦେଇଛନ୍ତି। ଟାଟୁଗୁଡିକ ରାଷ୍ଟ୍ରୀୟ ଘଟଣା ଉପରେ ଆଧାରିତ। ଗରବା ନୃତ୍ୟରେ ଭାଗ ନେଇଥିବା ମହିଳାମାନେ ପିଠିରେ ଧାରା ୩୭୦, ଚନ୍ଦ୍ରୟାନ-୨ ସମ୍ବନ୍ଧିତ ଟାଟୁ କରିଥିଲେ। ପିଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାଟୁ ମଧ୍ୟ ଦେଖିବାକୁ ମିଳିଛିି। ପ୍ଲାଷ୍ଟିକ୍‌ରୁ ପୃଥିତ୍ବୀକୁ ରକ୍ଷା କରିବା ପାଇଁ ଟାଟୁ ମାଧ୍ୟମରେ ବି ବାର୍ତ୍ତା ଦିଆଯାଇଛି ଏହି ନୃତ୍ୟରେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri