ଏଇ ଭାରତରେ

ଜଣେ ସାଧାରଣ ରିକ୍ସାଚାଳକ ଅବହେଳିତ, ଗରିବ ଏବଂ ଅନାଥ ପିଲାଙ୍କ ଜୀବନ ଗଢିବାରେ ସବୁ ଉତ୍ସର୍ଗ କରିଦେବା କିଛି କମ୍‌ କଥା ନୁହେଁ। ଦୃଢ଼ ସଙ୍କଳ୍ପ ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଏଭଳି କାର୍ଯ୍ୟ କରୁଛନ୍ତି ପଶ୍ଚିମବଙ୍ଗ ସିଲିଗୁଡିନିବାସୀ ଶିବ କଟ୍‌ଓ୍ବାଲ। ସେ ଇ-ରିକ୍ସା ଚଲାଇ ୧୯ ବର୍ଷ ହେବ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରୁଛନ୍ତି। ସାକ୍ଷରତା ଅଭିଯାନରେ ତାଙ୍କ ଭୂମିକା ମଧ୍ୟ ଉଲ୍ଲେଖନୀୟ। ତାଙ୍କୁ ଲୋକମାନେ ଲେକ ବାହାଦୁର ନାମରେ ବି ଜାଣନ୍ତି। ପିଲାମାନେ ବି ତାଙ୍କୁ ମାଷ୍ଟରଜୀ ବୋଲି ସମ୍ବୋଧନ କରନ୍ତି। କଟ୍‌ଓ୍ବାଲ ୯ମ ଯାଏ ପଢିଛନ୍ତି। ପରିବାରର ସ୍ଥିତି ଭଲ ନ ଥିବାରୁ ସେ ପାଠପଢା ଛାଡିଦେଇ ଚାକିରି ପାଇଁ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ଏକ ହୋଟେଲରେ ପରିବା କାଟିବା ଏବଂ ବାସନ ମାଜିବା କାର୍ଯ୍ୟ କରୁଥିଲେ। ବେଙ୍ଗାଲୁରୁରେ ନିର୍ଯାତନାର ଶିକାର ହେବାପରେ ସେଠାରୁ ଫେରିବା ସମୟରେ ଏକ ଚା’ ବଗିଚା ପାଖରେ ସେ ଚାରିପାଞ୍ଚ ଜଣ ଗରିବ ପିଲା ବୁଲୁଥିବା ଦେଖିବାକୁ ପାଇଥିଲେ। ଏମାନେ ବଡ଼ ହେଲେ ତାଙ୍କ ଭଳି ଦୁର୍ଦ୍ଦଶା ଯେମିତି ନ ଭୋଗିବେ ଓ ଭଲ ଶିକ୍ଷା ପାଇବେ, ଏହି ସଙ୍କଳ୍ପ ନେଇ ସେ ୨୦୦୦ ମସିହାରେ ଏକ କ୍ଲବ୍‌ ଘରେ ୭ ଜଣ ପିଲାଙ୍କୁ ଶିକ୍ଷାଦାନ ଆରମ୍ଭ କରିଥିଲେ।
ପରେ ସେହି ପାଠଶାଳାର ନାମ ‘ଖୁସି ପାଠଶାଳା’ ରଖିଥିଲେ। ଏବେ କଟ୍‌ଓ୍ବାଲ ସେଠାରେ ଅଷ୍ଟମ ଶ୍ରେଣୀ ଯାଏ ପିଲାଙ୍କୁ ପଢାଉଛନ୍ତି। ରିକ୍ସା ଚଲାଇ ପିଲାମାନଙ୍କ ଶିକ୍ଷା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରୁଛନ୍ତି। ସରକାରୀ କିମ୍ବା ବେସରକାରୀ ସ୍ତରରୁ କିଛି ବି ସାହାଯ୍ୟ ପାଇନାହାନ୍ତି। ଏବେ ତାଙ୍କ ପାଠଶାଳାରେ ୩୭ ଜଣ ପିଲା ପଢୁଛନ୍ତି। କେବଳ ଶିକ୍ଷା ନୁହେଁ, ସମର କଳା, ଜୁଡୋ, କରାଟେ ବି ଶିକ୍ଷା ଦିଆଯାଉଛି ଏହି ପାଠଶାଳାରେ। ଗରିବ ପିଲାମାନଙ୍କୁ ଶିକ୍ଷା ସହ ବ୍ୟକ୍ତିତ୍ୱ ଓ ଆଚରଣ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ଦେଉଛନ୍ତି। ସମାଜର ଦୁଃଖକୁ ଅନୁଭବ କରିବା ପାଇଁ ପ୍ରତି ବର୍ଷ ପିଲାମାନଙ୍କୁ ବୃଦ୍ଧାଶ୍ରମ ଓ ଅନାଥାଶ୍ରମକୁ ବୁଲାଇବାକୁ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣଙ୍କ ପାଇଁ କରତାଳି

ନିରଞ୍ଜନ ସାହୁ   ଛୁଆଟିଏ ଶିଶୁ ଶ୍ରେଣୀରେ ନାଁ ଲେଖାଇବା ଦିନରୁ ମା’ବାପା ତା’ ମୁଣ୍ଡ ଭିତରେ ପୂରାଇଲେ ‘ତୁ ଫାଷ୍ଟ ହଅ’। ଆଉ ଟିକିଏ...

ଜୀବେ ଦୟା

ମାନେକା ଗାନ୍ଧୀ ଜୀବେ ଦୟା ବା ଦୟାପ୍ରଦର୍ଶନ କରିବା କୌଣସି ଅଭିରୁଚି ନୁହେଁ କି ମଣିଷ ଭଲ ମନଃସ୍ଥିତିରେ ଥିଲେ, ପେଟରେ ଭୋକ ନ ଥିଲେ...

ଚାଲ ସାଇକେଲ ଚଢ଼ିବା

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା ପରିବେଶ ଓ ସ୍ବାସ୍ଥ୍ୟ ଉପରେ ସାଇକେଲ ଚଢ଼ାର ଅନୁକୂଳ ପ୍ରଭାବ ବିଚାରକୁ ନେଇ କିଛି ମାସ ତଳେ ଜନସାଧାରଣଙ୍କୁ ସେଥି...

ଏଇ ଭାରତରେ

କରୋନା ସମୟରେ ଅନ୍‌ଲାଇନ୍‌ କ୍ଲାସ ଚାଲୁଥିବାବେଳ ଏହି ପ୍ରକ୍ରିୟାରୁ ବହୁ ଗରିବ ଛାତ୍ର ବାଦ୍‌ ପଡୁଛନ୍ତି। ଏହାବ୍ୟତୀତ ବହୁ ଅଞ୍ଚଳରେ ଇଣ୍ଟର୍‌ନେଟ୍‌ ଉପଲବ୍ଧ ନ ହେବା...

ଆମଠୁ ଛଡ଼ାଇ ନେଉଛନ୍ତି

ରବିବାର ୨୮ ଜୁନ୍‌ ୨୦୨୦ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇ ନାହିଁ। ଏହା ଫଳରେ ଅନେକଙ୍କ ମନରେ ଧାରଣା ସୃଷ୍ଟି ହେଉଥିବ ଯେ...

ସଂସ୍କୃତିର ଅବକ୍ଷୟ

ଆକାର ପଟେଲ ଦୁଇ କି ତିନି ଦଶନ୍ଧି ପୂର୍ବେ ଆମେରିକାର ସଙ୍ଗୀତଜ୍ଞ ରେ କୁଡର୍‌ କ୍ୟୁବା ଗସ୍ତ କରିଥିଲେ। ସେଠାକାର ମହାନ୍‌ ସଙ୍ଗୀତକାରଙ୍କୁ ପୁଣି ଥରେ...

ବାସ୍ତବ ପ୍ରଭୁପୂଜା

ବରଦା ପ୍ରସନ୍ନ ଦାସ ପରମାତ୍ମାଙ୍କ ଶାସନର ସମ୍ବିଧାନ ହେଉଛି ବେଦ। ଭୋଗବିଳାସର ବସ୍ତୁଗୁଡ଼ିକୁ ଶ୍ରେଷ୍ଠ ସମ୍ପଦ ମଧ୍ୟରେ ଗଣାଯାଏ ନାହିଁ। ବାସ୍ତବିକ ମନୁଷ୍ୟର ଶ୍ରେଷ୍ଠ ସମ୍ପଦ...

ଆଫଗାନିସ୍ତାନ ଓ ଦୁଇ ମହାଶକ୍ତି

ଡଜୋମାର୍ଟ ଓଟୋର୍ବାଏଭ୍‌ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ଉପରେ ଚିନ୍ତିତ ଥିତ୍ବା ଭଳି ମନେହେଉଛି। ଜୁନ୍‌ ୧୬ ଜେନେଭା ଶିଖର ସମ୍ମିଳନୀରେ...

Advertisement
Archives

Model This Week