ଏଇ ଭାରତରେ

ରାଜସ୍ଥାନ ମଓ୍ବୋଡ୍‌-ମାରଓ୍ବାଡ୍‌ରେ ରହୁଥିବା ଗାଡୋଲିୟା ଲୋହାରଙ୍କ ସହ ଯୋଡି ହୋଇ ରହିଛି ଏକ ଅଜବ କାହାଣୀ। ପାଞ୍ଚଶହ ବର୍ଷ ପୂର୍ବେ ନେଇଥିବା ଶପଥକୁ ପାଳନ କରି ଏବେ ସୁଦ୍ଧା ଯାଯାବର ଜୀବନ ଜିଉଛନ୍ତି ଏହି ଜାତି। ଏମାନେ ମଓ୍ବୋର ରାଜା ରାଣାପ୍ରତାପଙ୍କ ସୈନିକ ଥିଲେ। ଯେପର୍ଯ୍ୟନ୍ତ ମଓ୍ବୋର ସ୍ବାଧୀନ ହୋଇନାହିଁି ସେ ପର୍ଯ୍ୟନ୍ତ ପକ୍କାଘରେ ନ ରହି ଯାଯାବର ଜୀବନ ବିତାଇବେ ବୋଲି ଶପଥ ନେଇଥିଲେ। ମୋଗଲ ଶାସନ ଭାରତରେ ପ୍ରତିଷ୍ଠା ହେଲା ପରେ ଏମାନଙ୍କୁ ଯୁଦ୍ଧ ଅପରାଧୀର ପରିଚୟ ମିଳିଥିଲା। ଏହାପରେ ବ୍ରିଟିଶ ଶାସନରେ ଏମାନଙ୍କୁ ସମାନ ବ୍ୟବହାର କରାଯାଇଥିଲା। ଭାରତ ସ୍ବାଧୀନ ହେଲା,କିନ୍ତୁ ଏମାନେ ପିଢି ପରେ ପିଢି ଶପଥକୁ ମନେରଖିଛନ୍ତି ଓ ଲୁହା ଜିନିଷ ବିକ୍ରି କରିବା ପାଇଁ ସବୁ ରାଜ୍ୟରେ ବୁଲୁଛନ୍ତି। ପ୍ରଥମେ ଏମାନେ କାଠ ତିଆରି ଗାଡ଼ିିରେ ରହୁଥିଲେ। ଏବେ ଲୁହାନିର୍ମିତ ଯାନ ବା ମୋଟରଯାନରେ ରହୁଛନ୍ତି ପରିବାର ସହ। ପିଲାମାନଙ୍କ ଶିକ୍ଷା ଓ ସବୁ ଯୋଜନାରୁ ଏମାନେ ବହୁ ଦୂରରେ। ସବୁଠାରୁ ବଡ଼କଥା ହେଉଛି ଏମାନଙ୍କ ମଧ୍ୟରୁ କିଛି ଶିକ୍ଷାଲାଭ କଲେଣି ସତ, କିନ୍ତୁ ଜଣେ ହେଲେ ବି ସରକାରୀ ଚାକିରି କରିପାରିନାହାନ୍ତି। ରାଜସ୍ଥାନ ସରକାର ଏମାନଙ୍କୁ ସ୍ଥାୟୀ ବାସଗୃହ ଯୋଗାଇ ଦେବା ପାଇଁ ଯୋଜନା କରି ଗ୍ରାମାଞ୍ଚଳରେ ୧୫୦ ବର୍ଗଫୁଟ ଓ ସହରରେ ୫୦ ବର୍ଗଫୁଟ ଜାଗା ଯୋଗାଇଦେବା ସହ ୩୫ ହଜାର ଟଙ୍କା ଅନୁଦାନ ଦେଲେ ବି ସେମାନେ ରହୁନାହାନ୍ତି। ଏମାନଙ୍କୁ ଖୋଜି ସ୍ଥାୟୀବାସର ବ୍ୟବସ୍ଥା କରିବା ଦାୟିତ୍ୱ ରହିଥିଲେ ମଧ୍ୟ ଏଯାବତ ସରକାରଙ୍କ ପାଖରେ ରାଜ୍ୟରେ କେତେ ଗାଡୋଲିୟା ଲୋହାର ରହିଛନ୍ତି ତା’ର ହିସାବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍‌ଏସ୍‌ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ...

ଏଇ ଭାରତରେ

ନୂଆବସ୍ତ୍ର ପିନ୍ଧି, ମିଠେଇ ଖାଇ ବାଣ ଫୁଟାଇ ଦୀପାବଳି ପାଳନ କରାଯିବାର ପରମ୍ପରା ରହିଛି। କିନ୍ତୁ ଏଥର ଗ୍ରୀନ୍‌ ଦୀପାବଳି ପାଳନ କରିବାର ସୁଯୋଗ ଦେଇଛି...

ଦେଲୁ ମୋତେ ମହାଶିକ୍ଷା

ଡ. ନରହରି ବେହେରା ପ୍ରବନ୍ଧର ଶୀର୍ଷକ ଗୋଟିଏ କବିତାର ଶୀର୍ଷକରୁ ଉଦ୍ଧୃତ। କବିତାର ପୃଷ୍ଠଭୂମି ଥିଲା- ଥରେ ଜଣେ ରାଜା ବନ ବିହାର କରୁଥିବାବେଳେ ହଠାତ୍‌...

ଷଣ୍ଢମାନଙ୍କୁ ନିର୍ଯାତନା

ମାନେକା ଗାନ୍ଧୀ ବିଶ୍ୱରେ ଭାରତରେ ସବୁଠୁ ବେଶି ଗୋରୁ ଅଛନ୍ତି। ସେମାନେ ମନ୍ଦିରରେ ପୂଜା ପାଉନାହାନ୍ତି କି ସେମାନଙ୍କୁ ଆଉ ଗ୍ରାମାଞ୍ଚଳର ଖୋଲା ସ୍ଥାନରେ ବୁଲି...

ଏଇ ଭାରତରେ

ମହାରାଷ୍ଟ୍ରରେ କୃଷିଋଣ ଯୋଗୁ କୃଷକ ଆମତ୍ହତ୍ୟା ସବୁଠୁ ବେଶି ହେଉଥିବାବେଳେ ୩୦ ଲକ୍ଷ ଟଙ୍କା ଋଣରେ ଥିବା ଜଣେ ମହିଳା ଅଙ୍ଗୁର ଚାଷ କରି ଏବେ...

ବିଶ୍ୱ ଭ୍ରାତୃତ୍ୱଭାବର ବାସ୍ତବତା

ଅନେକ ବିଜ୍ଞ ବ୍ୟକ୍ତିଙ୍କ ବିଶ୍ୱ ଭ୍ରାତୃତ୍ୱ ସପକ୍ଷରେ ଦେଉଥିବା ସ୍ଲୋଗାନ ପ୍ରତି ଦୃଷ୍ଟି ଆକର୍ଷଣ କରି ସ୍ବାମୀ ବିବେକାନନ୍ଦ ଭାରତର ଏକ ପୁରାତନ କାହାଣୀ ମନେ...

ସମ୍ପାଦକୀୟ/ ମୂଷା ଯନ୍ତା

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ର ପୂର୍ବତନ କୁଳପତି ଆଶିଷ ଦତ୍ତା, ପ୍ରଖ୍ୟାତ ବୈଜ୍ଞାନିକ ଆର୍‌. ରାଜାରାମନ୍‌ ଏବଂ ଐତିହାସିକ ରୋମିଲା ଥାପରଙ୍କ ସମେତ ୧୨ ସେବାନିବୃତ୍ତ...

ଏଇ ଭାରତରେ

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଦେଶର ଏବେ ବି ଅନେକ ସ୍ଥାନରେ ମହିଳାମାନେ ପାଣି ପାଇଁ ମାଇଲ ମାଇଲ ଯାଉଛନ୍ତି। ହେଲେ ମଧ୍ୟପ୍ରଦେଶର ଜଣେ ମହିଳା...

Advertisement
Archives

Model This Week