ଏଇ ଭାରତରେ

ପରୀକ୍ଷା ଦେବା ପରେ ସମସ୍ତେ ଚାହିଁଥାନ୍ତି ଫଳକୁ। ପାସ୍‌ହେଲେ ସାର୍ଟିଫିକେଟ ଓ ମାର୍କଶିଟ୍‌ ନେଇ ଆଗକୁ ପଢିବେ। କିନ୍ତୁ ୧୩ ବର୍ଷ ପୂର୍ବେ ପରୀକ୍ଷା ଦେଇଥିବା ଜଣେ ଛାତ୍ର ପାସ୍‌ କରି ମଧ୍ୟ ଏଯାବତ ମାର୍କଶିଟ୍‌ ପାଇନାହାନ୍ତି। ମଧ୍ୟପ୍ରଦେଶ ଜବଲପୁରରେ ଏହା ଘଟିଛି। ନୟା ମୁହଲ୍ଲା ନିବାସୀ ମହମ୍ମଦ ଅରିଫ ଜମାଲ କହିଛନ୍ତି, ୨୦୦୬ରେ ସେ ୧୦ମ ପରୀକ୍ଷା ଦେଇ ଗଣିତ, ଇଂରାଜୀ ଓ ହିନ୍ଦୀରେ ଫେଲ୍‌ ହୋଇଥିଲେ । ପୁଣି ୨୦୦୭ରେ ଏହିି ତିନୋଟି ବିଷୟରେ ପରୀକ୍ଷା ଦେଇ ପାସ୍‌ କରିବା ପରେ ମାର୍କଶିଟ୍‌ରେ ଇଂରାଜୀ ଓ ବିଜ୍ଞାନ ମାର୍କ ଯୋଡ଼ି ହୋଇ ନ ଥିଲା। ଏହି ଭୁଲ୍‌ ସୁଧାରିବା ପାଇଁ ମହମ୍ମଦ ୧୩ ବର୍ଷ ହେଲା ଜବଲପୁର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଭୋପାଳ ରାଜ୍ୟ ମୁକ୍ତ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଗଲେଣିି। ଏହା ଏକ ପୁରୁଣା କେସ୍‌ କହି ଅଧିକାରୀମାନେ ସମୟ ଗଡାଇ ଚାଲିଛନ୍ତି। ତାଙ୍କ ପିତାଙ୍କ ନାମ ମହମ୍ମଦ ଫାରୁକ ବଦଳରେ ମାର୍କଶିଟ୍‌ରେ ମହମ୍ମଦ ଅବଦୁଲ କାଦିର ଉଲ୍ଲେଖ କରାଯାଇଛି। ଯେଉଁ ବିଷୟରେ ମହମ୍ମଦ ପରୀକ୍ଷା ଦେଇଥିଲେ ସେହିସବୁ ବିଷୟ ଉଲ୍ଲେଖ ରହିଛି, କିନ୍ତୁ ସେହି ବିଷୟରେ କେତେ ନମ୍ବର ରଖିଛନ୍ତି ତାହା ଦର୍ଶାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଛତୁଚାଷରେ ୯୦୦୦ ମହଳିାଙ୍କୁ ନିୟୋଜିତ କରି ସେମାନଙ୍କୁ ଏକ ନୂଆ ପରିଚୟ ଦେଇଛନ୍ତି ପଶ୍ଚିମବଙ୍ଗର ଦମ୍ପତି ଅନିର୍ବାଣ ଓ ପୌଲମୀ ନନ୍ଦି। ସିଲିଗୁଡ଼ି ଓ ଜଲ୍‌ପାଇଗୁଡ଼ି...

ଆଦିବାସୀ ସଂସ୍କୃତି ଓ ଜଗନ୍ନାଥ

ଉମାଶଙ୍କର ପ୍ରସାଦ ଇତିହାସ ପୃଷ୍ଠା ଅବଲୋକନ କଲେ ଜଣାଯାଏ ଓଡ଼ିଶାର ମୂଳ ସଂସ୍କୃତି ହେଉଛି ଆଦିବାସୀ ସଂସ୍କୃତି। ଏହି ଆଦିମ ଜାତିକୁ ଅନେକେ ଅଷ୍ଟ୍ରିକ ବୋଲି...

ବିପଦରେ ହିମାଳୟ

ଉତ୍ତରାଖଣ୍ଡର ୨୦୧୩ କେଦାରନାଥ ବିପର୍ଯ୍ୟୟ ପରେ ଏବେ ନନ୍ଦାଦେବୀ ପର୍ବତର ହିମସ୍ଖଳନ ଆମକୁ ଚେତାଇ ଦେଇଛି ଯେ ହିମାଳୟ ପରିବେଶଜନିତ ସଙ୍କଟ ଭିତରକୁ ଠେଲି ହୋଇଯାଉଛି।...

Dillip Cherian

ଲାଟେରାଲ ଏଣ୍ଟ୍ରିର ସ୍ଥିତି

ପ୍ରଶାସନିକ କାର୍ଯ୍ୟରେ ଉନ୍ନତି ଆଣିବା ଲାଗି ୨୦୧୮ରେ ମୋଦି ସରକାର ବହୁ ପ୍ରତୀକ୍ଷିତ ପ୍ରୋଗ୍ରାମ ଲାଟେରାଲ ଏଣ୍ଟ୍ରି (ବାହାର କ୍ଷେତ୍ରରୁ ବିଶେଷଜ୍ଞମାନଙ୍କୁ ଆଣି ସରକାରରେ ପ୍ରବେଶ...

ଜିଦ୍‌ ଛାଡ଼

ଦେଶର ପ୍ରମୁଖ ମେଟ୍ରୋ ସହରଗୁଡ଼ିକରେ ଡିଜେଲ ମୂଲ୍ୟ ପେଟ୍ରୋଲଠାରୁ ଅଧିକ ହୋଇଛି। ଓଡ଼ିଶାରେ ମଧ୍ୟ ପେଟ୍ରୋଲ ଅପେକ୍ଷା ଡିଜେଲ ମହଙ୍ଗା- ଏହା ପୂର୍ବରୁ କେବେ ଦେଖାଯାଇ...

ଏଇ ଭାରତରେ

ଗାଁ ନାମ ବାଞ୍ଚା। ମଧ୍ୟପ୍ରଦେଶର ବୈତୁଲ ଜିଲାର ଏହି ଗାଁରେ ନା ଅଛି କାଠଚୁଲା ନା ଅଛି ଗ୍ୟାସ୍‌ ସିଲିଣ୍ଡର। ହେଲେ ଲୋକମାନେ ରୋଷେଇ କରୁଛନ୍ତି।...

Dillip Cherian

ବଡ଼ ବିତର୍କ ଲୋଡ଼ା

କେନ୍ଦ୍ର ସରକାରଙ୍କ ଲାଟେରାଲ ଏଣ୍ଟ୍ରି ନୀତିରେ ଘରୋଇ ଏବଂ ସାର୍ବଜନୀନ କ୍ଷେତ୍ରରୁ ବିଶେଷଜ୍ଞଙ୍କୁ ଆଣି ସରକାରରେ ନିଯୁକ୍ତି ଦିଆଯାଉଛି। କିନ୍ତୁ ଧୀରେଧୀରେ ବରିଷ୍ଠ ବାବୁମାନେ ସର୍ଭିସ...

ବିଦେଶୀଙ୍କ ଚକ୍ଷୁରେ

ନିକଟରେ ସ୍ବିଡେନ୍‌ର ଭେରାଇଟିଜ୍‌ ଅଫ୍‌ ଡେମୋକ୍ରାସି ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତ ଏକ ଇଲେକ୍ଟୋରାଲ ଅଟୋକ୍ରାସି ବା ନିର୍ବାଚିତ ଏକଚ୍ଛତ୍ର...

Advertisement
Archives

Model This Week