ଏଇ ଭାରତରେ

ପରୀକ୍ଷା ଦେବା ପରେ ସମସ୍ତେ ଚାହିଁଥାନ୍ତି ଫଳକୁ। ପାସ୍‌ହେଲେ ସାର୍ଟିଫିକେଟ ଓ ମାର୍କଶିଟ୍‌ ନେଇ ଆଗକୁ ପଢିବେ। କିନ୍ତୁ ୧୩ ବର୍ଷ ପୂର୍ବେ ପରୀକ୍ଷା ଦେଇଥିବା ଜଣେ ଛାତ୍ର ପାସ୍‌ କରି ମଧ୍ୟ ଏଯାବତ ମାର୍କଶିଟ୍‌ ପାଇନାହାନ୍ତି। ମଧ୍ୟପ୍ରଦେଶ ଜବଲପୁରରେ ଏହା ଘଟିଛି। ନୟା ମୁହଲ୍ଲା ନିବାସୀ ମହମ୍ମଦ ଅରିଫ ଜମାଲ କହିଛନ୍ତି, ୨୦୦୬ରେ ସେ ୧୦ମ ପରୀକ୍ଷା ଦେଇ ଗଣିତ, ଇଂରାଜୀ ଓ ହିନ୍ଦୀରେ ଫେଲ୍‌ ହୋଇଥିଲେ । ପୁଣି ୨୦୦୭ରେ ଏହିି ତିନୋଟି ବିଷୟରେ ପରୀକ୍ଷା ଦେଇ ପାସ୍‌ କରିବା ପରେ ମାର୍କଶିଟ୍‌ରେ ଇଂରାଜୀ ଓ ବିଜ୍ଞାନ ମାର୍କ ଯୋଡ଼ି ହୋଇ ନ ଥିଲା। ଏହି ଭୁଲ୍‌ ସୁଧାରିବା ପାଇଁ ମହମ୍ମଦ ୧୩ ବର୍ଷ ହେଲା ଜବଲପୁର ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଓ ଭୋପାଳ ରାଜ୍ୟ ମୁକ୍ତ ଶିକ୍ଷା ପରିଷଦ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହୋଇଗଲେଣିି। ଏହା ଏକ ପୁରୁଣା କେସ୍‌ କହି ଅଧିକାରୀମାନେ ସମୟ ଗଡାଇ ଚାଲିଛନ୍ତି। ତାଙ୍କ ପିତାଙ୍କ ନାମ ମହମ୍ମଦ ଫାରୁକ ବଦଳରେ ମାର୍କଶିଟ୍‌ରେ ମହମ୍ମଦ ଅବଦୁଲ କାଦିର ଉଲ୍ଲେଖ କରାଯାଇଛି। ଯେଉଁ ବିଷୟରେ ମହମ୍ମଦ ପରୀକ୍ଷା ଦେଇଥିଲେ ସେହିସବୁ ବିଷୟ ଉଲ୍ଲେଖ ରହିଛି, କିନ୍ତୁ ସେହି ବିଷୟରେ କେତେ ନମ୍ବର ରଖିଛନ୍ତି ତାହା ଦର୍ଶାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri