ଏଇ ଭାରତରେ

ନବଜାତ ଶିଶୁଙ୍କୁ ସୁସ୍ଥ ହେବା ପାଇଁ ଚେଙ୍କ ଦେବା ଭଳି ଅନ୍ଧବିଶ୍ୱାସ ବିଭିନ୍ନ ଅଞ୍ଚଳରେ ପ୍ରଚଳିତ ଥିବାବେଳେ ଉତ୍ତରପ୍ରଦେଶରେ ଦେଖିବାକୁ ମିଳେ ଆଉ ଏକ ଯନ୍ତ୍ରଣାଦାୟକ ପରମ୍ପରା। ଏଠାରେ ନବଜାତ ଶିଶୁଙ୍କୁ ଫୁଟନ୍ତା କ୍ଷୀରରେ ସ୍ନାନ କରାଯାଏ। ବାରାଣସୀ ଓ ମିରଜାପୁର ଜିଲାରେ କରହା ପୂଜନ ଅନୁଷ୍ଠିତ ହୁଏ। ଏହି ପୂଜା ବିବାହ କିମ୍ବା ଅନ୍ୟ ଶୁଭ ଅବସରରେ ପାଳନ କରାଯାଏ। ପରମ୍ପରା ଅନୁଯାୟୀ ଜଣେ ମହିଳା ଏକ ମାଟିପାତ୍ରରେ କ୍ଷୀର ଫୁଟାନ୍ତି। କ୍ଷୀର ଫୁଟିଲା ପରେ ଶିଶୁର ପିତା ଶିଶୁକୁ ଆଣି ପ୍ରଥମେ ଶିଶୁର ଗୋଡ଼କୁ ସେହି କ୍ଷୀରରେ ବୁଡ଼ାଇଦିଅନ୍ତି। ଏହାପରେ ସେହି କ୍ଷୀରକୁ ଶିଶୁର ଶରୀରରେ ଢାଳି ଦିଅନ୍ତି। ଏହାପରେ ଶିଶୁର ପିତା ନିଜେ ମଧ୍ୟ କ୍ଷୀରରେ ସ୍ନାନ କରନ୍ତି। ଏହି ସ୍ନାନ ବିଧି ସାଧାରଣତଃ ସ୍ଥାନୀୟ ମନ୍ଦିରରେ ପାଳନ କରାଯାଇଥାଏ। ଏହାକୁ ଦେଖିବା ପାଇଁ ଲୋକଙ୍କ ସମାଗମ ହୋଇଥାଏ। ମନ୍ଦିରର ପୂଜକ ସ୍ନାନ ସମୟରେ ମନ୍ତ୍ର ଉଚ୍ଚାରଣ କରନ୍ତି। ଏହି ପରମ୍ପରା ଦ୍ୱାରା ଶିଶୁର ମଙ୍ଗଳ ହେବା ସହ ଭଗବାନଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ପରମ୍ପରା ଉପରେ ଉତ୍ତରପ୍ରଦେଶ ସରକାରଙ୍କ କଟକଣା ସତ୍ତ୍ୱେ ପ୍ରତିବର୍ଷ ନବରାତ୍ର ଅବସରରେ ବିଭିନ୍ନ ସ୍ଥାନରେ ଏହା ପାଳନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri