ଏଇ ଭାରତରେ

ଗୁଜରାଟର ପାଳନପୁର ତହସିଲ ଅନ୍ତର୍ଗତ ବାଘଣା ଗାଁର ଲୋକଙ୍କ ସହ ଯୋଡିହୋଇ ରହିଛି ଏକ ଅଜବ ପରମ୍ପରା। ଆଷାଢ ଚତୁର୍ଦ୍ଦଶୀରୁ ଦଶହରା ଯାଏ ଓଟଗାଡି, ବଳଦଗାଡି, ରଥ, ଦୁଇଚକିଆ ଓ ଚାରିଚକିଆ ଯାନ ଏହି ଗାଁ ଭିତରକୁ ଯିବା ମନା। ଅନ୍ୟ ଗାଁର ଲୋକମାନେ ଆସିଲେ ଗାଁ ବାହାରେ ଗାଡି ରଖିଥାନ୍ତି। ଗୁରୁ ମହାରାଜାଙ୍କ ଆଦେଶକ୍ରମେ ରୋଗରୁ ମୁକ୍ତି ପାଇବା ସକାଶେ ଏଭଳି ପରମ୍ପରା ଆରମ୍ଭ କରାଯାଇଥିଲା। ଏହି ଗାଁରେ ଗୁରୁ ମହାରାଜାଙ୍କର ଏକ ପୁରୁଣା ମନ୍ଦିର ରହିଛି। ତାଙ୍କ ଆଶୀର୍ବାଦରୁ ଗାଁରେ କୌଣସି ବଡ଼ ରୋଗର ପ୍ରକୋପ ଦେଖାଯାଏ ନାହିଁ ବୋଲି ଲୋକେ ବିଶ୍ୱାସ କରନ୍ତିି। ୩୫୦ ବର୍ଷ ତଳର ଏହି ପରମ୍ପରା ଆଜି ବି ଶ୍ରଦ୍ଧା ଓ ବିଶ୍ୱାସର ସହ ପାଳନ କରାଯାଉଛି। ବହୁବର୍ଷ ପୂର୍ବେ ଗାଁରେ ମହାମାରୀ ବ୍ୟାପିବା ଦ୍ୱାରା ଅନେକ ଲୋକଙ୍କ ମୃତ୍ୟୁ ହେଉଥିଲା ଓ ଏହା ବି ପ୍ରତିବର୍ଷ ଲାଗି ରହୁଥିଲା। ଏଥିରୁ ରକ୍ଷା ପାଇବା ପାଇଁ ଗୁରୁ ମହାରାଜା ଆଷାଢ ଚତୁର୍ଦ୍ଦଶୀଠାରୁ ଦଶହରା ଯାଏ କୌଣସି ଗାଡି ଗାଁ ଭିତରେ ପ୍ରବେଶ କରିବାକୁ ମନା କରିଥିଲେ। ଏହା ପାଳନ କରିବା ପରେ ରୋଗର ପ୍ରକୋପ ଆଉ ଦେଖିବାକୁ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାହ୍ୟ ମଳମୁକ୍ତ ଗ୍ରାମ

ବିଚିତ୍ର ବିଶ୍ୱାଳ ରାସ୍ତାରେ ଯାଉଥିବା ସମୟରେ ଦୁଇପଟେ ପଡ଼ୁଥିବା ଗାଁଗୁଡ଼ିକର ଆରମ୍ଭ ମୁଣ୍ଡରେ ‘ବାହ୍ୟ ମଳମୁକ୍ତ ଗ୍ରାମ’ ଲେଖାଥିବା ଗୋଟିଏ ସିମେଣ୍ଟ ଫଳକ ସମସ୍ତଙ୍କ ନଜରରେ...

ସଡ଼କ ନିରାପତ୍ତାର ଆହ୍ବାନ

ଈପ୍ସିତା ମହାନ୍ତି ପ୍ରତି ମୁହୂର୍ତ୍ତରେ ଆମ ଦେଶର କୋଣ ଅନୁକୋଣରେ ଘଟିଚାଲିଛି ଛୋଟବଡ଼ ସଡ଼କ ଦୁର୍ଘଟଣା। ବର୍ଷକୁ ବର୍ଷ ଦେଶରେ ଏଥିଜନିତ ସାଧାରଣ ଆହତ, ଗୁରୁତର...

ଏଇ ଭାରତରେ

ମହାରାଷ୍ଟ୍ର ପିପଲ ଗାଁର ହରିଶ ଶାହା ଏବେ ୨୦୦୦ ପକ୍ଷୀ ଏକାବେଳକେ ଖାଇବା ଭଳି ସବୁଠୁ ବଡ଼ ବାର୍ଡ ଫିଡର ନିର୍ମାଣ କରିଛନ୍ତି। ସେ ପ୍ରଥମେ...

ବିକାଶର ସଂଘ

ଡଜୋମାର୍ଟ ଓଟୋର୍ବାଏଭ ୧୯୯୩ରେ ମୁଁ ପ୍ରଥମେ ତୁର୍କୀ ଯାଇଥିଲି ଓ ସେହି ସ୍ମୃତି ଏବେ ବି ଜୀବନ୍ତ ରହିଛି। ସୋଭିଏଟ ରୁଷିଆ ପତନର ଦୁଇବର୍ଷ ପୂର୍ବରୁ...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ଲହରରେ ଦେଶକୁ ଅକ୍ସିଜେନ ଅଭାବର ସାମ୍ନା କରିବାକୁ ପଡ଼ିଛି। ତେବେ ସରକାରୀ ସ୍ତରରେ ଏହି ସଙ୍କଟ ଦୂର କରିବା ଲାଗି ପଦକ୍ଷେପ...

ଏଇ ଭାରତରେ

କଳା ଓ ସଂସ୍କୃତି ସୁରକ୍ଷା ପାଇଁ ଜଣେ ଫଟୋଗ୍ରାଫରଙ୍କ ପ୍ରୟାସ ବାସ୍ତବରେ ପ୍ରଶଂସନୀୟ। ମୁମ୍ବାଇର ଏହି ଫଟୋଗ୍ରାଫର ହେଉଛନ୍ତି ୫୩ ବର୍ଷୀୟ ହେମନ୍ତ ଚତୁର୍ବେଦୀ। ସେ...

ପ୍ଲାଷ୍ଟିକ୍‌ ଖାଉଛି ଭାଲୁ

ଇ-କମର୍ସ କମ୍ପାନୀ ଆମାଜନ ପକ୍ଷରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ଯେତିକି ସୃଷ୍ଟି କରାଯାଇଛି, ତାହା ପୃଥିବୀକୁ ୮୦୦ ଥର ବୁଲିପାରିବ ବୋଲି ଏନଭାଇରନମେଣ୍ଟ ଗ୍ରୁପ ‘ଓସେନା’ ପକ୍ଷରୁ...

ଯାନବାହନର ଯନ୍ତ୍ରଣା

ପ୍ରତ୍ୟେକ ମୋଟରଯାନ ଯାହା ଦୁଇ, ତିନି, ଚାରି ବା ଅଧିକ ସଂଖ୍ୟକ ଚକବିଶିଷ୍ଟ ହୋଇଥାଉନା କାହିଁକି ତା’ର ଗୋଟିଏ ଚେସିସ୍‌ ନମ୍ବର ଥାଏ। ପୁନଶ୍ଚ ଗୋଟିଏ...

Advertisement
Archives

Model This Week