ଏଇ ଭାରତରେ

ଟ୍ରାଫିକ୍‌ ନିୟମ କଡାକଡି କରାଯାଇ ନିୟମ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିବାବେଳେ ଜଣେ ମୃତକଙ୍କ ନାମରେ ଟ୍ରାଫିକ୍‌ ନିୟମ ଭଙ୍ଗ ଅଭିଯୋଗ ଅଣାଯିବା ଘଟଣା ସାମ୍‌ନାକୁ ଆସିଛି। ରାଜସ୍ଥାନ ଝାଲାଓ୍ବାଡ଼ ଜିଲା ପରିବହନ ବିଭାଗ ୮ ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିବା ରାଜେନ୍ଦ୍ର କସେରାଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ତାଙ୍କ ଘରକୁ ନୋଟିସ ପଠାଇଛି। ୨୦୧୧ ସେପ୍ଟେମ୍ବରରେ ରାଜେନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା। ସିଟ୍‌ ବେଲ୍‌ଟ ନ ବାନ୍ଧି ସେ ଦ୍ରୁତ ବେଗରେ ଗାଡି ଚଲାଉଥିବାବେଳେ ଧରାପଡିଥିଲେ ବୋଲି ସେଥିରେ ଉଲ୍ଲେଖ କରାଯାଇଛି। ରାଜେନ୍ଦ୍ରଙ୍କ ପରିବାରକୁ ସେପ୍ଟେମ୍ବର ୧୧ରେ ପରିବହନ ବିଭାଗର ଏହି ନୋଟିସ୍‌ ମିଳିଛି ଓ ସେଥିରେ ତାଙ୍କୁ ବିଭାଗ ନିକଟରେ ଉପସ୍ଥିତ ହେବାକୁ କୁହାଯାଇଛି। ନୂତନ ମୋଟର ଯାନ ଅଧିନିୟମ ଅନୁସାରେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ପ୍ରକ୍ରିୟା ଶେଷ କରିବା ପାଇଁ ମୃତକଙ୍କୁ ପରିବହନ ବିଭାଗ କାର୍ଯ୍ୟାଳୟକୁ ଡ଼କାଯାଇଛି ବୋଲି କୁହନ୍ତି ତାଙ୍କ ପୁତ୍ର ମନୋଜ କସେରା। ଚିଠିରେ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ନମ୍ବର ମଧ୍ୟ ଉଲ୍ଲେଖ କରାଯାଇଛି ଓ ତାହା ପୁଣି ଚାରି ଚକିଆ ଯାନର। କିନ୍ତୁ ରାଜେନ୍ଦ୍ରଙ୍କ ପାଖରେ କେବେ ବି ଚାରି ଚକିଆ ଯାନ ନଥିଲା। ସେ ବାଇକ୍‌ରେ ଝାଲାଓ୍ବାଡ଼ରେ ବାସନ ବିକୁଥିଲେ। ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ପରିବହନ ବିଭାଗ ମୃତକଙ୍କ ପାଖକୁ ନୋଟିସ ପଠାଇ ବିଭଗର ଖାମଖିଆଲି ଭାବକୁ ପଦାରେ ପକାଇଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନବାବୁଙ୍କ ସଂରକ୍ଷଣ ନିୟମ

କମଳାକାନ୍ତ ଜେନା ସୁନ୍ଦରଗଡ଼ କଲେଜରେ ଅଧ୍ୟାପନା କରିବା ସମୟରେ ସାନବାବୁ ମତେ ପଚାରିଲେ, ”ଆପଣ ଶକ୍ତି ସଂରକ୍ଷଣ ନିୟମ ପଢ଼ାନ୍ତି ପରା?“ ମୁଁ କହିଲି, ”ହଁ,...

ଏଇ ଭାରତରେ

ସହରରେ ଏବେ ଛାତ ଉପରେ ଚାଷ କରିବାକୁ ଅନେକେ ପସନ୍ଦ କରୁଥିବାବେଳେ ସେମାନଙ୍କ ପାଇଁ ଥାନେ ସୋସାଇଟି ପଥପ୍ରଦର୍ଶନ ପାଲଟିବ ବୋଲି କୁହାଯାଇପାରେ। କାରଣ ଏହି...

ପାତିବା ନାହିଁ ହାତ

ଶ୍ରୀ ସନ୍ନ୍ୟାସୀ ଚାରିଆଡ଼େ ମରୁଡ଼ି। ସବୁଠି ହା ଅନ୍ନ ଚିତ୍କାର। ଗାଁଟିର ନାଁ ହେଉଛି ସିରେଇ। ସେଇଠି ଖୋଲା ହୋଇଛି ରିଲିଫ୍‌ କେନ୍ଦ୍ର। ଦାସେ ଆପଣେ...

ଏଇ ଭାରତରେ

କୋଭିଡ୍‌-୧୯ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। କାମଧନ୍ଦା ହରାଇ ଏମାନେ ରୋଜଗାରଶୂନ୍ୟ ହୋଇଯାଉଥିବାବେଳେ ଅରୁଣାଚଳ ପ୍ରଦେଶର ଆଇଏଏସ୍‌ ଅଧିକାରୀ ଦେବାଂଶ ଯାଦବ ହଜାର...

ସାମ୍ପ୍ରତିକ ଶିକ୍ଷାବ୍ୟବସ୍ଥା ଓ ଚାପଗ୍ରସ୍ତ ଛାତ୍ରୀଛାତ୍ର

ଅଧ୍ୟାପକ ଶରତ କୁମାର ଦାସ ସାରା ଭାରତରେ ଜୀବନ ଜୀବିକା ନେଇ ଯେତିକି ଚର୍ଚ୍ଚା ଚାଲିଛି, ସମପରିମାଣରେ ଚର୍ଚ୍ଚା ଜୋର୍‌ ଧରିଛି ଆମ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ...

କୂଅର ଜଳ

ଅଞ୍ଜନ ଚାନ୍ଦ ଅନେକ ଦିନ ତଳର କଥା। ଥରେ ଜଣେ ବଣିକ ତୀର୍ଥ ଯାତ୍ରାରେ ବାହାରିଲେ। ଯିବା ଆଗରୁ ସେ ବାଡ଼ିରେ ଦୁଇଟି କୂଅ ଖୋଳାଇଲେ।...

ଏଇ ଭାରତରେ

କର୍ପୋରେଟ ବିଶ୍ୱରେ ୧୬ ବର୍ଷ କଟାଇବା ପରେ ୨୦୧୬ରେ ଚାକିରି ଛାଡି କୃଷିକୁ ଆଦରି ନେଇଛନ୍ତି ମହାରାଷ୍ଟ୍ରର ଅନିଶ ଶାହା। ବର୍ଷକୁ ପାଖାପାଖି ୬୦ ଲକ୍ଷ...

ଭଲ ଦିଗ ପ୍ରତି ଅଣଦେଖା କାହିଁକି

ଈପ୍ସିତା ମହାନ୍ତି କିଛିମାସ ଧରି ଡ୍ରଗ୍ସ ତସ୍କର ଓ ବଲିଉଡ ମାଫିଆଙ୍କ ମଧୁଚନ୍ଦ୍ରିକାକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି; ଯାହାର ପ୍ରଭାବ ମନୋରଞ୍ଜନ ଦୁନିଆ ସହ...

Play 250+ Trending Games
Archives

Model This Week

Why Dharitri