ଏଇ ଭାରତରେ

ପିଲାମାନେ ବିଦ୍ୟାଳୟ ଛାଡି କେମିତି ନ ଯିବେ କିମ୍ବା ବିଦ୍ୟାଳୟକୁ ଆସୁ ନ ଥିବା ପିଲାମାନଙ୍କୁ କେମିତି ଅଣାଯିବ ତାହା ପାଇଁ ଏକ ଭିନ୍ନ ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଶିକ୍ଷକ ସୁଭାଷଚନ୍ଦ୍ର ଯାଦବ। ଝାଡ଼ଖଣ୍ଡର ମାଓବାଦୀପ୍ରବଣ ତଥା ଶିକ୍ଷା କ୍ଷେତ୍ରରେ ଅତି ପଛୁଆ ପାକୁଡ ଅଞ୍ଚଳ ଲିଟ୍ଟିପଡା ବ୍ଲକ୍‌। ଏହି ବ୍ଲକ୍‌ର ଜୋରଡିହା ଉଚ୍ଚବିଦ୍ୟାଳୟ ତିନିବର୍ଷ ପୂର୍ବେ ଏକମାତ୍ର ଶିକ୍ଷକ ଅଶୋକ ପାଣ୍ଡେଙ୍କ ଦେହାନ୍ତ ହେବା ପରେ ସ୍କୁଲ ଏକପ୍ରକାର ବନ୍ଦ ହୋଇଯାଇଥିଲା। ଅଶୋକଙ୍କ ଜାଗାରେ ସେଠାରେ ଯାଦବଙ୍କୁ ନିଯୁକ୍ତି ଦିଆଗଲା। ସେହି ସମୟରେ ବିଦ୍ୟାଳୟରେ ୬୦ ପିଲା ନାମ ଲେଖାଇଥିଲେ, କିନ୍ତୁ ବିଦ୍ୟାଳୟକୁ କେହି ଆସୁ ନ ଥିଲେ। ସେମାନେ ଅନ୍ୟ ବିଦ୍ୟାଳୟକୁ ପଢିବାକୁ ଯାଉଥିଲେ। ସୁଭାଷ ଏକ ଏନ୍‌ଜିଓ ସହ ଯୋଗାଯୋଗ କରି ସେହି ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ସକ୍ଷମ ହେଲେ। ସ୍କୁଲରେ ପିଲାଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ସେ ବିଦ୍ୟାଳୟରେ ପାର୍କ ନିର୍ମାଣ ସହ କେତେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦେଉଛନ୍ତି। ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ସଚେତନ କରିବା ପାଇଁ ଅଶୋକ ଢୋଲ ନାଗରା ବି ବଜାଉଛନ୍ତି। ଟ୍ରାକ୍ଟରରେ ବେଲୁନ ସଜାଇ ଗାଁ ଗାଁ ବୁଲୁଛନ୍ତି। ଅଶୋକଙ୍କ ଏହି ଅଭିଯାନର ପ୍ରଭାବ ପଡୁଛି। ଏବେ ବିଦ୍ୟାଳୟରେ ମୋଟ ୧୭୮ ପିଲା ପଢୁଛନ୍ତି। ପ୍ରତିଦିନ ୯୦ ପ୍ରତିଶତ ପିଲା ଉପସ୍ଥିତ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

ଏଇ ଭାରତରେ

ଗଙ୍ଗାନଦୀରେ ଡଲ୍‌ଫିନ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଥାଏ। ହେଲେ ଏମାନଙ୍କ ଜୀବନ ପ୍ରତି ବିପଦ ଏବେ ସୃଷ୍ଟି ହୋଇଛି। ଗଙ୍ଗା ଓ ଏହାର ଉପନଦୀଗୁଡ଼ିକରେ ପାଖାପାଖି ୬,୩୨୪…

ଭୁଲ୍‌ ପ୍ରସଙ୍ଗ

ନିଜର ଭୁଲ୍‌ ପ୍ରାୟ ସବୁବେଳେ ମଲ୍ଲୀ, ହେନା, କିଆ, କେତକୀ, ଶେଫାଳୀ, ରଜନୀଗନ୍ଧା ଫୁଲର ବାସ ପରି ମହମହ ବାସେ ! ସାଧାରଣତଃ ଆମେ ନିଜ ଭୁଲ୍‌କୁ…

ଭିଡ଼ହିଂସା କାରଣ ଓ ନିରାକରଣ

ଭିଡ଼ହିଂସା ଏଇ କିଛିମାସ ହେଲା ଓଡ଼ିଶାର ବିଭିନ୍ନ ଜାଗାରେ ଯେପରି କ୍ରମାଗତ ଭାବରେ ସୃଷ୍ଟିହୋଇଛି, ହୁଏତ ତାହାର ଉଦାହରଣ ଆଗରୁ ଏତେ ନ ଥିଲା। ଏକ ଅନିୟନ୍ତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri