ଏଇ ଭାରତରେ

ବର୍ଷକରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବାକୁ ବାରଣ କରାଯାଇଥାଏ। ବାରାଣସୀର ମଣିକର୍ଣ୍ଣିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚଳିଆସୁଛି ଏହି ନିଆରା ପରମ୍ପରା। ଦମ୍ପତିଙ୍କ ପାଇଁ ଏହି ପରମ୍ପରା ବେଶ କଡାକଡି ଭାବେ ପାଳନ କରାଯାଏ। କୌଣସି ବ୍ୟକ୍ତି ଏହାକୁ ପାଳନ ନ କଲେ ଏହାକୁ ଚରମ ଅବମାନନା ବୋଲି ଧରି ନିଆଯାଏ। ତେବେ ଏଠାରେ ବର୍ଷକୁ ୫ ଦିନ ଦମ୍ପତିଙ୍କୁ ଏହି ପରମ୍ପରା ପାଳନ କରିବାକୁ ପଡିଥାଏ। ଅଗଷ୍ଟ ୧୭ରୁ ୫ଦିନ ଧରି ଏପରି ଏକ ଅଜବ ପରମ୍ପରା ପାଳନ କରାଯାଇଥାଏ। ଏହି ସମୟରେ ସ୍ତ୍ରୀ-ସ୍ବାମୀ କେହି କାହା ସହିତ ହସଖୁସି କରିବା ମନା। ପୁଣି ଏହି ୫ ଦିନ ମଦ୍ୟପାନ ବି ନିଷେଧ ହୋଇଥାଏ। ଗଁା ଲୋକଙ୍କ କହିବା ଅନୁଯାୟୀ ଯେତେବେଳେ ଲାହୁଆ ଘୋଣ୍ଡ ଦେବତା ପିଡି ଗାଁକୁ ଆସିଥିଲେ ସେତେବେଳେ ଏଠାରେ ରାକ୍ଷସମାନଙ୍କର ରାଜୁତି ଚାଲିଥିଲା। ଏହି ରାକ୍ଷସମାନେ ମଣିଷଙ୍କୁ ମାରି ଦେଉଥିଲେ। ଲାହୁଆ ଘୋଣ୍ଡ ଦେବତା ଏହା ଦେଖିବା ପରେ ଏଠାରେ ଥିବା ରାକ୍ଷସମାନଙ୍କୁ ୫ ଦିନ ମଧ୍ୟରେ ବିନାଶ କରିଥିଲେ। ସେବେଠାରୁ ଆଜି ପର୍ଯ୍ୟନ୍ତ ଉକ୍ତ ୫ ଦିନକୁ ଏହିଭଳି ଢଙ୍ଗରେ ପାଳନ କରି ଆସୁଛନ୍ତି ଏଠାକାର ଅଧିବାସୀ। ପ୍ରାଚୀନ କାଳରୁ ଚଳିଆସୁଥିବା ଏହି ପରମ୍ପରା ଆଧୁନିକ ସମାଜ ପାଇଁ ଅଗ୍ରହଣୀୟ ହେଲେ ବି ଆନନ୍ଦଦାୟୀ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

ଝାଡୁ ଓ କଲମ

ତାକୁ ଗୋଟେ କୋଣକୁ କିଆଁ ଫୋପାଡ଼ିଦେଲ? ସିଏ ତୁମ ଘରଦ୍ୱାର ସଫା କରିଦେଲା। ତୁମ ଘର ସଫା ରହିଲାରୁ ଲକ୍ଷ୍ମୀ ବିଜେ କଲେ। ଧନଧାନ୍ୟରେ ଘର ପୂରିଉଠିଲା।…

ଦୁଇ ବର୍ଷର ଅବିସ୍ମରଣୀୟ ବିକାଶ ଯାତ୍ରା

ଆଜି ଦିନଟି ଆଧୁନିକ ଓଡ଼ିଶାର ରାଜନୈତିକ ଚିତ୍ରପଟରେ ସବୁଦିନ ପାଇଁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ବୋଧହୁଏ, ଆଜି ପର୍ଯ୍ୟନ୍ତ କୌଣସି ରାଜ୍ୟର ସଫଳତା ପାଳନ କରିବା…

ସ୍ମାର୍ଟ କୂଟନୀତି

ସମ୍ପ୍ରତି ଭାରତୀୟ ବୈଦେଶିକ ସେବା (ଆଇଏଫ୍‌ଏସ୍‌)କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମାଲୋଚନା ହେଉଛି ଏକ ନିରାଶାର ଅଭିବ୍ୟକ୍ତି। ଏଥିରୁ ଏକ ସ୍ପଷ୍ଟ ସତର୍କ ବାର୍ତ୍ତା ମିଳେ…

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri