ଏଇ ଭାରତରେ

ଭାରତରେ ପୁଣି ତାଲିବାନୀ ନିଷ୍ପତ୍ତି- ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ପୂରା ସତ। ବିହାରର ମଧୁବନୀ ଜିଲାର ହତ୍ଥାପୁର ପରସା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ନେତୃତ୍ୱରେ ଓ ଏବକାର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ପରସା ଗାଁରେ ଅନୁଷ୍ଠିତ ବୈଠକରେ ଅଜବ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ଲଗାଇଛି ତୋଗଲକୀ କଟକଣା। ଗାଁର କୌଣସି ଝିଅ ଏକୁଟିଆ ମୋବାଇଲରେ କଥା ହୋଇପାରିବେ ନାହିଁ। ଯଦି ଚାହିଁବେ ଅଭିଭାବକଙ୍କ ସମ୍ମୁଖରେ କଥା ହୋଇପାରିବେ। ଝିଅମାନେ ବାହାରକୁ ଯାଇଥିତ୍ଲେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବାକୁ ବାଧ୍ୟ। କଟକଣାରୁ ଶୌଚ ବି ବାଦ୍‌ ପଡିନି। ସନ୍ଧ୍ୟା ପରେ ଓ ସକାଳ ହେବା ପୂର୍ବରୁ ପରସା ଗାଁର କୌଣସି ଝିଅ ପଦାକୁ ଶୌଚ ପାଇଁ ଯାଇପାରିବେ ନାହିଁ ବୋଲି ପଞ୍ଚାୟତର ବୈଠକରେ ନିଷ୍ପତ୍ତି ନିଆଯାଇଛି। କେହି ଗାଁରେ ଅଶ୍ଳୀଳ ଭୋଜପୁରୀ ସଙ୍ଗୀତ ବଜାଇପାରିବେ ନାହିଁ। ଗାଁର କୌଣସି ବ୍ୟକ୍ତି ବି ନିଶାସେବନ କରିପାରିବେ ନାହିଁ। କେହି ରାସ୍ତାକଡରେ ଖୋଲାରେ ଶୌଚ କରିପାରିବେ ନାହିଁ। ରାତି ସାଢେ ୮ଟା ପରେ ଦଳ ଦଳ ହୋଇ ରାସ୍ତାରେ ବୁଲିବା ଉପରେ କଟକଣା ଲଗାଯାଇଛି। ଗାଁର ସବୁ ଉତ୍ସବରେ ବାଜା ବନ୍ଦ। ବିବାହ ଉତ୍ସବରେ ରାସ୍ତାରେ ଝିଅ-ପୁଅ ନାଚିବା ମନା। ଯଦି ନାଚିବେ ତେବେ ଘର ଭିତରେ ନାଚିପାରିବେ। ପରିବେଶ ଦୂଷିତ ନ ହେବା, ସାମାଜିକ ଶାନ୍ତି କେମିତି ବଜାୟ ରହିବ ସେଥିପାଇଁ ଏହି ନିଷ୍ପତ୍ତି ଗ୍ରାମବାସୀଙ୍କ ସହ ବିଚାରବିମର୍ଶ କରାଯାଇ ନିଆଯାଇଥିବା ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଥ୍ୟ ହିଁ ଚିକିତ୍ସା

ଡ. ଦୀପକ ଭଟ୍ଟାଚାର୍ଯ୍ୟ ରୋଗୀ ପାଇଁ ଉପଯୁକ୍ତ ଖାଦ୍ୟକୁ ହିଁ ପଥ୍ୟ କୁହାଯାଏ। ରୋଗୀର ଚିକିତ୍ସା ପାଇଁ ଔଷଧ ଯେତିକି ଗୁରୁତ୍ୱପୂର୍ଣ୍ଣ ପଥ୍ୟ ମଧ୍ୟ ତତୋଽଧିକ।...

ବଦଳି ପାଲା

କେନ୍ଦ୍ରରେ ମୋଦି ସରକାର ପ୍ରଶାସନିକ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏଥିରେ ୧୮ ଜଣ ସଚିବଙ୍କୁ ବଦଳି କରାଯାଇ ସେମାନଙ୍କୁ ବିଭିନ୍ନ ମନ୍ତ୍ରଣାଳୟ...

ଅଭିବୃଦ୍ଧି ଓ ଗୁଣାତ୍ମକ ଜୀବନ

ଡ. ସନ୍ତୋଷ କୁମାର ମହାପାତ୍ର   ଭାରତରେ ଅନେକ ବୁଦ୍ଧିଜୀବୀ ଅଛନ୍ତି, ଯେଉଁମାନଙ୍କର ଜ୍ଞାନ ଅଛି, କିନ୍ତୁ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସରକାରଙ୍କ ବିଫଳତାକୁ ଘୋଡ଼ାଇବା...

ସଚେତନତା ହିଁ ରକ୍ଷାକବଚ

ଅଲେଖ ଚନ୍ଦ୍ର ମିଶ୍ର ଆଜିକାଲି ଗଣମାଧ୍ୟମରେ ନାରୀବିରୋଧୀ ଅପରାଧ ବେଶି ପ୍ରକାଶ ପାଉଛି। ଏଭଳି ଅପରାଧର ଧାରାକୁ ରୋକିବା ପାଇଁ ଅନେକ ଗଣ ସଚେତନତା ସୃଷ୍ଟି...

ପ୍ରେରଣାଦାୟୀ ପର୍ବତାରୋହୀ

ଇନ୍‌ହେଲର ବା ଆଘ୍ରାଣ ପାଇଁ ଔଷଧୀୟ ବାଷ୍ପ ଛାଡ଼ୁଥିବା ଉପକରଣ ନ ହେଲେ ୧୦୦ ମିଟର ଦୌଡ଼ିବା ତାଙ୍କ ସକାଶେ ଅତି କଷ୍ଟକର କାର୍ଯ୍ୟ ଥିଲା।...

ସୁବିଧାରେ ନୀରବ

କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଭାରତ ସମେତ ବିଶ୍ୱର ୧୦୮ ଦେଶରେ ତା’ର କାୟା ବିସ୍ତାର କରିଛି। ଏହା ଅତ୍ୟନ୍ତ ଘାତକ ସାବ୍ୟସ୍ତ ହୋଇ...

ଜଳବାୟୁ ପରିବର୍ତ୍ତନର ପରିଣାମ

ଡ. ରମେଶ ଚନ୍ଦ୍ର ପରିଡ଼ା ଜାତିସଂଘ ପରିଚାଳିତ ଗ୍ଲୋବାଲ ‘ଏନ୍‌ଭାଇରନ୍‌ମେଣ୍ଟ ଆଉଟ୍‌ଲୁକ୍‌’ ଦ୍ୱାରା ଚଳିତ ବର୍ଷ (୨୦୧୯ରେ) ପ୍ରକାଶିତ ବିବରଣୀ ଅନୁସାରେ ଜାଗତିକ ଉଷ୍ମତା ବୃଦ୍ଧି...

ଦୃଷ୍ଟିଭଙ୍ଗ ହେଲାଣି

କରୋନା ମହାମାରୀଜନିତ ସ୍ଥିତିକୁ ପରିଚାଳନା କରିବାରେ ଭାରତ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଏହା ଦେଶର କୋଣ ଅନୁକୋଣରେ ଆଲୋଚନା ହେଉଛି। ସେପ୍ଟେମ୍ବର ୨୦୨୦ରେ କୋଭିଡ୍‌-୧୯...

Advertisement
Archives

Model This Week