ଏଇ ଭାରତରେ

ମନ୍ଦିର ଉପରୁ ତଳକୁ ଫିଙ୍ଗି ଶିଶୁର ଉଜ୍ଜ୍ୱଳ ଭାଗ୍ୟ ଓ ଦୀର୍ଘ ଜୀବନ କାମନା କରାଯାଇଥାଏ ମହାରାଷ୍ଟ୍ର ସୋଲାପୁର ଜିଲାର ମଙ୍ଗାସୁଲି ଗାଁରେ। ଏହି ଗାଁର ଖଣ୍ଡୋବା ମନ୍ଦିରରେ ଏଭଳି ପରମ୍ପରା ଚଳିଆସୁଛି। ଗ୍ରାମବାସୀ ଖଣ୍ଡୋବାଙ୍କୁ ଶିବଙ୍କ ଅବତାର ଭାବେ ଗ୍ରହଣ କରନ୍ତି। ଲୋକେ ଶିଶୁଙ୍କୁ ଏହି ମନ୍ଦିର ଉପରୁ ତଳକୁ ପକାନ୍ତି। ପକାଇବାବେଳେ ତଳେ ବେଡ୍‌ଶିିଟ୍‌ ଧରି ଲୋକମାନେ ଠିଆ ହୋଇଥାନ୍ତି। ଶିଶୁଟି ବେଡ୍‌ସିଟ୍‌ ଉପରେ ଥରେ ପଡି ଉପରକୁ ଉଠିଲା ପରେ ତାକୁ ତା’ ମା କିମ୍ବା ବାପାଙ୍କୁ ଦିଆଯାଏ। ଲୋକମାନେ ଏହି ଶିଶୁଫିଙ୍ଗା ଦୃଶ୍ୟ ଦେଖିବା ଲାଗି ଭିଡ଼ ଜମାନ୍ତି। ଉକ୍ତ ପରମ୍ପରା ୭୦୦ ବର୍ଷର ପୁରୁଣା। ଯେତେବେଳେ ଏହି ଅଞ୍ଚଳରେ ଅଧିକ ସଂଖ୍ୟାରେ ଶିଶୁମୃତ୍ୟୁ ହେଉଥିଲା ସେବେଠାରୁ ଏହି ପରମ୍ପରା ଆରମ୍ଭ ହୋଇଛି। ଥରେ ଜଣେ ସାଧୁ ଗାଁକୁ ଆସିଥିଲେ। ଯେଉଁମାନଙ୍କ ଶିଶୁ ମୃତ୍ୟୁମୁଖରେ ପଡୁଥିଲେ ସେମାନଙ୍କୁ ମନ୍ଦିିର ନିର୍ମାଣ କରିବାକୁ କହିଲେ। ସାଧୁଙ୍କ କଥାରେ ମନ୍ଦିର ନିର୍ମାଣ ହେଲା। ଏହାପରେ ସାଧୁ ଜଣକ ସେହି ମନ୍ଦିର ଉପରୁ ରୋଗଗସ୍ତ ଶିଶୁଙ୍କୁ ତଳକୁ ଫିଙ୍ଗିବାକୁ କହିଥିଲେ। ଲୋକମାନେ ତାହା ହଁି କଲେ ଓ ସେତେବେଳେ ଏକ ଅଦ୍ଭୁତ ଘଟଣା ଘଟିଲା। ମନ୍ଦିରରୁ ଚାଦରର ଏକ ଝୁଲଣ ବାହାରି ଶିଶୁଙ୍କୁ କୋଳେଇ ନେଲା। ଶିଶୁ ବି ସୁସ୍ଥ ରହିଲା। ସେବେଠାରୁ ଶିଶୁଟିଏ ଜନ୍ମ ହେଲେ ତା’ର ସୁସ୍ଥତା କାମନାକରି ତାକୁ ମନ୍ଦିର ଉପରୁ ତଳକୁ ଫିଙ୍ଗିିଥାନ୍ତି ଗ୍ରାମବାସୀ। ଏଥିପାଇଁ ପିଲା ଦୀର୍ଘଜୀବୀ ହେବାସହ ସେମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୁଏ ବୋଲି ବିଶ୍ୱାସ ରହିଛି। ପିଲା ଜନ୍ମହେବାର ଦୁଇମାସ ଭିତରେ ଏହା ପାଳନ କରାଯାଏ। ମଙ୍ଗାସୁଲିର ଆଖପାଖ ଗାଁ ଏବଂ କର୍ନାଟକର ନାଗ୍ରାଲା ଗାଁରେ ମଧ୍ୟ ଏମିତିକା ପରମ୍ପରା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ଚିହ୍ନରେ ପ୍ରାଣୀ

ପରିବେଶ ପରିଚିନ୍ତା ମାନେକା ଗାନ୍ଧୀ ବହୁ ବର୍ଷତଳେ ଯେତେବେଳେ ଟି.ଏନ୍‌. ଶେଷାନ୍‌ ନିର୍ବାଚନ କମିଶନର ଥିଲେ ସେତେବେଳେ ଡ. ଜୟଲଳିତାଙ୍କ ପାର୍ଟିର ନିର୍ବାଚନ ସଙ୍କେତ ଥିଲା...

ଉଦ୍ଭିଦର ଇନ୍ଦ୍ରିୟ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆମେ ଦିନେ ନିଶ୍ଚୟ ଜାଣିବାକୁ ପାଇବା ଯେଉଁ ଗଛଗୁଡ଼ିକୁ ଆମେ ମାରିଦେଉଛୁ, ଯେଉଁ ଘାସକୁ ଆମେ ବଗିଚାରୁ ଉପାଡ଼ି ପକାଉଛୁ,...

ଏଇ ଭାରତରେ

ସମାଜରେ ହିନ୍ଦୁ ଓ ମୁସଲମାନ ଏକାଠି ବିଭିନ୍ନ ପର୍ବ ପାଳନ କରୁଥିବାର ଦୃଷ୍ଟାନ୍ତ ରହିଥିବାବେଳେ ବିହାରର ଏକ ଗାଁ ଏଥିରୁ ବାଦ୍‌ପଡିନି। ଗାଁର ନାମ ବଥୁଆ...

ବିବାଦୀୟ ବଦଳି

ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଅନେକ ଲୋକଙ୍କୁ ପ୍ରଭାବିତ କରିଛି। କିନ୍ତୁ ଏହା ସମ୍ଭବତଃ କର୍ନାଟକ ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନାହିଁ ।...

ଅଭିବୃଦ୍ଧିର କାରକ

ଆକାର ପଟେଲ ଭାରତ କିପରି ଉଚ୍ଚହାରର ଅଭିବୃଦ୍ଧି ହାସଲ କରିବ ଓ ତାକୁ ଧରିରଖି ପାରିବ? ଉଚ୍ଚହାର କହିଲେ ବାର୍ଷିକ ୮ ପ୍ରତିଶତ ବା ତା’ଠୁ...

ମୁଁ ଓଡ଼ିଶାକୁ ଜଗିଛି

ଦିଲୀପ ଦାଶଶର୍ମା ୧୯୦୩ ମସିହା ଆଜିର ଦିନରେ ମୋର ଜନ୍ମ ହୋଇଥିଲା। ମୋ ଜନ୍ମର ମୁଖ୍ୟ କାରଣ ଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରି...

ବାତ୍ୟା ବିପତ୍ତି: ପ୍ରସ୍ତୁତି ଓ ପ୍ରତିକାର

ଡ. ଦେବାନନ୍ଦ ବେଉରା ବେଶ୍‌ କିଛିଦିନ ହେବ ସାଧାରଣ ଜୀବନଯାତ୍ରାକୁ ବ୍ୟତିବ୍ୟସ୍ତ କରି ରଖିଛି ପ୍ରଳୟଙ୍କରୀ ବାତ୍ୟା ଫନୀର ପ୍ରଭାବ। ୧୪ଟି ଜିଲାରେ କ୍ଷୟକ୍ଷତି ଘଟାଇଥିବା...

ଏମାନେ କେମିତିକା ଛାତ୍ର

ଭେଙ୍କଟ ବାଲାଜୀ ବିଶ୍ୱନାଥ ଶତପଥୀ କିଛିଦିନ ଧରି ଦିଲ୍ଲୀ ଜେଏନ୍‌ୟୁରେ କିଛି ଛାତ୍ରୀଛାତ୍ରଙ୍କ ଦ୍ୱାରା ଭୀଷଣ ମହାଭାରତ କାଣ୍ଡ ଦେଖିବାକୁ ମଳୁଛି। ଅନେକ ଗଣମାଧ୍ୟମରେ ଏ...

Coronavirus Update


Archives

Model This Week

Why Dharitri