ଏଇ ଭାରତରେ

ପରିଣତ ବୟସରେ ମାତାପିତାଙ୍କୁ ଅଯଥା ବୋଝ ମନେକରି ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦିଆଯାଉଛି। କେତେକ ବ୍ୟକ୍ତି ସେମାନଙ୍କ ମାତାପିତାଙ୍କୁ ପ୍ରତିପୋଷଣ କରିବାକୁ କୁଣ୍ଠାବୋଧ କରିବା ସହ ନିର୍ଯାତନା ମଧ୍ୟ ଦେଇଥାଆନ୍ତି। କିନ୍ତୁ ଜଣେ ପିତାଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ପୁଅ ତାଙ୍କ ମୃତଦେହକୁ ସାମ୍ନାରେ ରଖି ବିବାହ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ତାମିଲନାଡୁର ବିଲ୍ଲୁପୁରମ୍‌ରେ ଘଟିଛି ଏମିତି ଏକ ଘଟଣା। ୩୧ ବର୍ଷୀୟ ଆଲେକ୍‌ଜାଣ୍ଡରଙ୍କର ବିବାହ ଖୁବ୍‌ ଧୁମ୍‌ଧାମ୍‌ରେ କରିବେ ବୋଲି ତାଙ୍କ ପିତା ସ୍ଥିର କରିଥିଲେ। ଆସନ୍ତା ସେପ୍ଟେମ୍ବର ୨ରେ ଆଲେକ୍‌ଜାଣ୍ଡରଙ୍କର ବିବାହ ହୋଇଥାଆନ୍ତା। ହେଲେ ଗତ ଶୁକ୍ରବାର ତାଙ୍କ ପିତା ଦେବମଣିଙ୍କର ହଠାତ୍‌ ମୃତ୍ୟୁ ହୋଇଗଲା। ଏଥିରେ ପୁଅ ଆଲେକ୍‌ଜାଣ୍ଡର ଭାଙ୍ଗି ପଡିଲେ ସତ। ହେଲେ ପିତାଙ୍କ ସାମ୍ନାରେ ସେ ବିବାହ କରିବେ ବୋଲି ନିଷ୍ପତ୍ତି ନେଲେ। ପିତାଙ୍କ ସଂସ୍କାର ପୂର୍ବରୁ ସେ ଯେମିତି ହେଉ ବିବାହ କରିବାକୁ ଚିନ୍ତା କଲେ। ଏଥିପାଇଁ ସେ ବିବାହ କରିବାକୁ ଯାଉଥିବା ଅନ୍ନପୂର୍ଣ୍ଣାନୀଙ୍କ ସହ କଥା ହୋଇ ବିବାହ ପାଇଁ ଆୟୋଜନ କଲେ। ଅନ୍ନପୂର୍ଣ୍ଣାନୀ ବୃତ୍ତିରେ ଜଣେ ଶିକ୍ଷୟିତ୍ରୀ ହୋଇଥିବା ବେଳେ ସେ ଆଲେକ୍‌ଜାଣ୍ଡରଙ୍କ କଥାରେ ରାଜି ହୋଇ ଯାଇଥିଲେ। ଏହାପରେ ବରଯାତ୍ରୀ ସହ ପିତାଙ୍କ ମୃତଦେହକୁ ନେଇ କନ୍ୟାଘରକୁ ଯାଇ ବିବାହ କରିଥିଲେ ଆଲେକ୍‌ଜାଣ୍ଡର। ଆଉ ବିବାହ ପରେ ଆଲେକ୍‌ଜାଣ୍ଡରଙ୍କ ପିତାଙ୍କର ମୃତଦେହକୁ ସଂସ୍କାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁ ହିଁ ଈଶ୍ୱର

ସଂଗ୍ରାମ କେଶରୀ ପୃଷ୍ଟି ବ୍ୟକ୍ତି ନିର୍ମାଣ ଓ ଚରିତ୍ର ଗଠନ ଦିଗରେ ଶିକ୍ଷାର ବିଶେଷ ଭୂମିକା ରହିଛି। ଶିକ୍ଷା ପରି ଏକ ପବିତ୍ର ଦାନ ସମ୍ଭବତଃ...

ସମ୍ପର୍କର ଫାଇଦା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଗତମାସରେ କ୍ଷମତା ଅଳିନ୍ଦରେ ଦେଖିବା ଭଳି ଏକ କାର୍ଯ୍ୟ ନଜରକୁ ଆସିଥିଲା। ଜଣେ ବାବୁ ତାଙ୍କ ଝିଅ ପାଇଁ ମୁଣ୍ଡନ...

ଏଇ ଭାରତରେ

ପରିବେଶକୁ ଭଲ ପାଇ ସାରା ଜୀବନ ତା’ ସୁରକ୍ଷାରେ ନିଜକୁ ସମର୍ପିତ କରୁଥିବା ବ୍ୟକ୍ତି ଖୁବ୍‌ କମ୍‌ ଦେଖିବାକୁ ମିଳନ୍ତି। ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ସେଜା...

ଗୋରୁଙ୍କ ମାରାତ୍ମକ ଯକ୍ଷ୍ମା

ପରିବେଶ ପରିଚିନ୍ତା/ମାନେକା ଗାନ୍ଧୀ ଆମେ ଗୋଟିଏ ରୋଗକୁ ପ୍ରାଣଘାତକ ମନେକରି ଭୟଭୀତ ହେଉ କିନ୍ତୁ ଏମିତି ଅନେକ ରୋଗ ଯାହାକୁ ଭୟ କରିବା ଉଚିତ ତାହାକୁ...

କୁକୁଡ଼ା ବି ଖୁସିରେ ଗାଆନ୍ତି

ମାନେକା ଗାନ୍ଧୀ ସମ୍ପୂର୍ଣ୍ଣ ଲକ୍‌ଡାଉନରେ ପ୍ରାୟ ଦୁଇମାସ ହେବ ମୁଁ ପୂରା ଏକୁଟିଆ ରହିଥିଲି। ଏହି ସମୟରେ କୁଆଟିଏ ଥିଲା ମୋର ବନ୍ଧୁ। ଏହି ବନ୍ଧୁତ୍ୱର...

ଅତୀତର ସ୍ମୃତି

ଅଲେଖ ଚନ୍ଦ୍ର ମିଶ୍ର ପୁରାତନ କଥାଟିଏ। ଗୋଟିଏ ଗାଁରେ ରହୁଥିଲେ ମା’ବାପା ଛେଉଣ୍ଡ ଭାଇଭଉଣୀ। ସେମାନେ ଅତି ଦରିଦ୍ର ଥିବାରୁ ଅଦୂରରେ ଥିବା ଜଙ୍ଗଲକୁ ଯାଇ...

ଏଇ ଭାରତରେ

ବିଭିନ୍ନ ସ୍ଥାନରେ ବାହାଘର ଜାକଜମକରେ କରାଯାଉଥିବା ବେଳେ ପଞ୍ଜାବର ବଠିଣ୍ଡାରେ ଅନୁଷ୍ଠିତ ଏକ ନିରାଡମ୍ବର ବାହାଘର ଏବେ ଚର୍ଚ୍ଚାରେ। ବୁକ୍‌ଷ୍ଟଲ୍‌ ଓ ମଞ୍ଚସ୍ଥ ନାଟକ ଥିଲା...

ଦୁଇଟି ଉଦ୍ଭାବନର ଅନ୍ତ

ଇଂ. ମାୟାଧର ସ୍ବାଇଁ ସଭ୍ୟତାର ବିକାଶରେ ସହାୟକ ହୋଇଥିବା କେତୋଟି ପ୍ରଭାବଶାଳୀ ଉଦ୍ଭାବନ ମଧ୍ୟରୁ ଦୁଇଟିର ବ୍ୟବହାର ବନ୍ଦ ହେବାକୁ ଯାଉଛି। ଗୋଟିଏ ହେଉଛି ତାପଦୀପ୍ତ...

Coronavirus Update


Archives

Model This Week

Why Dharitri