ଏଇ ଭାରତରେ

ବିଭେଦ ମଧ୍ୟରେ ଏକତା ଭାରତର ପରିଚୟ। ବିଭିନ୍ନ ଧର୍ମ ମଧ୍ୟରେ ଶାଶ୍ୱତ ଚିନ୍ତାଧାରା ଧର୍ମ ନିରପେକ୍ଷତାର ଆଉ ଏକ ଉଦାହରଣ, ଯାହା ଦେଖିବାକୁ ମିଳିଛି ବାରାଣସୀର ହରୁହା ଡିହ ଅଞ୍ଚଳରେ । ମୁସଲମାନମାନେ ହିନ୍ଦୁ ଝିଅର ଶବକୁ କାନ୍ଧରେ ବୋହି ନେଇ ଦାହ ମଧ୍ୟ କରିଛନ୍ତି। ମୃତ ଝିଅର ନାମ ସୋନି। ବୟସ ୧୯। ସୋନିର ମା’ ହୃଦ୍‌ରୋଗ ଓ ବାପା ହୋରିଲାଲ ବିଶ୍ୱକର୍ମା ପକ୍ଷାଘାତରେ ପୀଡିତ। ସୋନିର ଏକମାତ୍ର ଭାଇ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ସୋନି ହଠାତ୍‌ ମ୍ୟାଲେରିଆରେ ପୀଡିତ ହେବାପରେ ତାଙ୍କର ମୃତ୍ୟୁ ହୋଇଥିଲା। ସୋନିଙ୍କ ମୃତ୍ୟୁପରେ ସାରା ପରିବାର ଭାଙ୍ଗି ପଡିଥିବାବେଳେ ତାଙ୍କ ପଡ଼ୋଶୀ ମୁସଲମାନମାନେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସେମାନେ ଏକାଠି ହୋଇ ଶବଦାହ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ। କାନ୍ଧରେ ସୋନିର ଶବକୁ ବାରାଣସୀର ମଣିକର୍ଣ୍ଣିକା ଘାଟକୁ ନେଇଥିଲେ । ଶବ ନେବା ସମୟରେ ସେମାନେ ‘ରାମ ନାମ ସତ୍ୟ ହୈ’ ଉଚ୍ଚାରଣ କରିଥିଲେ। ଘାଟରେ ସେମାନେ ସୋନିର ଭାଇଙ୍କୁ ଶବଦାହରେ ସାହାଯ୍ୟ ମଧ୍ୟ କରିଥିଲେ । ସେମାନେ ହୋରିଲାଲ ପରିବାରକୁ ଆର୍ଥିକ ସାହାଯ୍ୟ ମଧ୍ୟ ଦେଇଥିଲେ। ଆମେ ଆମ ଭିତରେ ସାଧାରଣ କଥାକୁ ନେଇ କଳହ କରୁଛେ, କିନ୍ତୁ ମୃତ୍ୟୁ ଜୀବନର ସତ୍ୟ ଓ ଶେଷ ଅଧ୍ୟାୟ ବୋଲି ଶବଦାହରେ ସାହାଯ୍ୟ କରିଥିବା ଶକିଲଙ୍କ ମତ। ଧାର୍ମିକ ବିଦ୍ୱେଷ ଓ ହିଂସା ଦୂର କରିବାରେ ଶକିଲଙ୍କ ମତ ଯେ ଶତ ପ୍ରତିଶତ ଗ୍ରହଣୀୟ ଏହା ଯେ କେହି ସ୍ବୀକାର କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri