ଋଣ ବୋଝ: ନୟାଗଡରେ ଚାଷୀଙ୍କ ଆତ୍ମହତ୍ୟା

ନୟାଗଡ ଅଫିସ,୧୫।୩-ନୟାଗଡ ଜିଲା ଶରଣକୁଳ ଥାନା ପଞ୍ଚରିଡା ମାନପୁର ନୂଆସାହିର ଚାଷୀ ଜୟକୃଷ୍ଣ ପଣ୍ଡା(୫୨) ଋଣ ଶୁଝି ନ ପାରି ଶୁକ୍ରବାର ରାତିରେ ଆତ୍ମହତ୍ୟା କରିଛନ୍ତି। ଶରଣକୁଳ ଥାନା ପୋଲିସ ୨/୨୦ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଅନ୍ୟପକ୍ଷେ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଜୟକୃଷ୍ଣ ଚାଷ ବାସ କରି ପରିବାର ପ୍ରତିପୋଷଣ କରନ୍ତି । ଅଭାବ ଅନଟନରେ ରହୁଥିବାରୁ ବିଭିନ୍ନ ଗୋଷ୍ଠୀଠାରୁ ଋଣ ନେଇ ଚାଷ କରିଥିଲେ । ତେବେ ଶୁଝି ନ ପାରିବାରୁ ଶୁକ୍ରବାର ରାତିରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଜୟକୃଷ୍ଣ ସେହି ରାତିରେ ନିଜ ଘର ପଛପାଖରେ ଥିବା ପିଜୁଳି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଳଗାଁରେ ରେଳ ଦୁର୍ଘଟଣା ନେଇ ବଦଳିଲା କିଛି ଟ୍ରେନ୍‌ର ଗତିପଥ, କଟକ ପରିବର୍ତ୍ତେ ନରାଜ ହୋଇ ଯିବ

କଟକ ଅଫିସ,୧୬।୧: କଟକ ନିର୍ଗୁଣ୍ଡି ଷ୍ଟେଶନ ନିକଟ ଶାଳଗାଁଠାରେ ରେଳ ଦୁର୍ଘଟଣା ପରେ କିଛି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି। କଟକ ପରିବର୍ତ୍ତେ ନରାଜ ଦେଇ...

ଶହୀଦ ସ୍ମୃତିପୀଠକୁ ଅଣଦେଖା

ବରୀ,୩ା୮: ସ୍ବାଧୀନତା ସଂଗ୍ରାମରେ ଯାଜପୁର ଜିଲା ବରୀ ବ୍ଲକର ଅବଦାନ ସ୍ବର୍ଣ୍ଣିମ ଇତିହାସରେ ସ୍ବତନ୍ତ୍ର ସ୍ଥାନ ପାଇଛି। ୧୯୪୨ମସିହାରେ ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନ...

ସଟର କାଟି ଲୁଗା ଦୋକାନରୁ ଲୁଟ

ଯାଜପୁର ଟାଉନ,୧୭।୧୦(ଡି.ଏନ୍‌.ଏ.): ସଟର କାଟି ଲୁଗା ଦୋକାନରୁ ଲୁଟ ହୋଇଛି। ଯାଜପୁର ସଦର ଥାନା ଅନ୍ତର୍ଗତ ଖଇରାବାଦ ଗାଁ ର ମା’ ଲଷ୍ମୀ ଟେକ୍ସଟାଇଲ ଦୋକାନରୁ...

୮୦୬ ଗାଡ଼ି ଜବତ

କେନ୍ଦୁଝର, ୭ା୪(ଡି.ଏନ୍‌.ଏ./ସ୍ବ.ପ୍ର.)- ଲକ୍‌ ଡାଉନ କଟକଣା ଉଲ୍ଲଂଘନ କାରଣରୁ କେନ୍ଦୁଝର ଜିଲାରେ ୮୦୬ ଗାଡ଼ି ଜବତ ହୋଇଛି। ୫୫ ଜଣଙ୍କ ନାମରେ ପୋଲିସ ମାମଲା ରୁଜୁ...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ଗୋରୁ ମୃତ

ପବିତ୍ରନଗର,୬।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ବିରୁ ପଞ୍ଚାୟତ ବୁଲାଝର ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ଗୋରୁଙ୍କ ମୃତ୍ୟୁ ଘଟିଛି। ସମସ୍ତ ଗୋରୁ ଗ୍ରାମର...

ଗାଳି ଗୁଲଜ କରି ଶିକ୍ଷକ ନିଲମ୍ବିତ

ଫିରିଙ୍ଗିଆ,୧୦ା୮: ଗୋଟିଏ ବିଦ୍ୟାଳୟର ଶିକ୍ଷକ ଅନ୍ୟ ବିଦ୍ୟାଳୟକୁ ଯାଇ ସେଠାରେ ଥିବା ଶିକ୍ଷକ ଏବଂ ପିଲାମାନଙ୍କୁ ଗାଳି ଗୁଲଜ କରିବା ମହଙ୍ଗା ପଡିଛି ା ଏ...

ରଥରେ ସଙ୍ଖୁଡ଼ି ଭୋଗ

ମହାପ୍ରଭୁଙ୍କ ରଥଯାତ୍ରାରେ ହୋଇଥାଏ ସଙ୍ଖୁଡି ଭୋଗ । ରଥ ଟଣା ସମୟରେ ଯେଉଁଠି ସନ୍ଧ୍ୟା ହୋଇଯାଏ ରଥ ସେହିଠାରେ ଅଟକି ରହେ। ସେଠାକୁ ଭୋଗ ସାମଗ୍ରୀମାନ...

ପୁଣି ବିପଦସଂକେତ ଟପିଲା ଜଳକା

ବସ୍ତା, ୨୫।୮(ସ୍ବ.ପ୍ର.)-ଜଳକା ନଦୀରେ ରବିବାର ପୁଣି ବନ୍ୟାଜଳ ଆସି ବିପଦସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି ା ବସ୍ତା ବ୍ଲକର ମଥାନୀଠାରେ ନଦୀର ବିପଦସଂକେତ ସ୍ତର ୫.୫୦...

Play 250+ Trending Games
Archives

Model This Week

Why Dharitri