ଋଣ ଆଦାୟ ପାଇଁ ବୁଲୁଛନ୍ତି ଫାଇନାନ୍ସ କର୍ମଚାରୀ

ବାଲିଆ,୭ା୫: ମହାମାରୀ କରୋନା ମୁକାବିଲା ପାଇଁ ଦେଶ୍‌ ଲକ୍‌ଡାଉନ ହୋଇଛି। ଫଳରେ ଲୋକେ ଏବେ ଘରେ ବସି ରହିଛନ୍ତି। ମାତ୍ର ଏହି ସମୟରେ ବିଭିନ୍ନ ଫାଇନାନ୍ସ ସଂସ୍ଥା ଲୋକଙ୍କୁ ଦେଇଥିବା ଋଣ ଆଦାୟ କରିବାରେ ଲାଗି ପଡ଼ିଛନ୍ତି। ସଂସ୍ଥାର କର୍ମଚାରୀମାନ ବିଭିନ୍ନ ଗ୍ରାମ ବୁଲି ଲୋକଙ୍କୁ ଋଣ କିସ୍ତି ମାଗୁଥିବା ଅଭିଯୋଗ ହୋଇଛି।
ତେବେ ଋଣ ଆଦାୟ ବନ୍ଦ ପାଇଁ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ଫାଇନନ୍ସ ସଂସ୍ଥା ମାନୁ ନ ଥିବା ବିରିଡ଼ି ବ୍ଲକ ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ସୋମବାର ବିରିଡି ଅଞ୍ଚଳର ବିଭିନ୍ନ ସ୍ଥାନରେ ଘରୋଇ ଋଣ ପ୍ରଦାନକାରୀ ସଂସ୍ଥାର କର୍ମଚାରୀମାନେ ବୁଲୁଥିବା ଦେଖିବାକୁ ମିଳିଛି। ଏପରି କି ଋଣ ନେଇଥିବା ମହିଳାଙ୍କ ଉପରେ ଜୁଲୁମ ଆରମ୍ଭ କରିବା ସହ ସେମାନଙ୍କୁ ଚାପଗ୍ରସ୍ତ କରିଥିବା ଅଭିଯୋଗ ହେଉଛି। କୁଳକଇଜଙ୍ଗାର ଜଣେ ମହିଳା ଋଣ ଶୁଝି ନ ପାରି କିଛିଦିନ ହେବ ଆତ୍ମହତ୍ୟା କରିଥିବା ବିରିଡି ଥାନାରେ ଅଭିଯୋଗ ହୋଇଥିଲା। ଏହା ସତ୍ତ୍ୱେ ୨ଦିନ ହେବ କୁଳକଇଜଙ୍ଗାର କିଛି ଗ୍ରାମରେ ଫାଇନନ୍ସ ସଂସ୍ଥା କର୍ମଚାରୀ ଗରିବ ଲୋକଙ୍କୁ ଋଣ ସୁଝିବା ପାଇଁ ଜୁଲମ ଆରମ୍ଭ କରିଦେଇଥିବାରୁ ଲୋକଙ୍କ ମଧ୍ୟରେ ଉଜେନ ପ୍ରକାଶ ପାଇଛି। ଅନ୍ୟପଟେ ଲକଡାଉନସତ୍ତ୍ୱେ ଏହି କର୍ମଚାରୀମାନେ କେନ୍ଦ୍ରାପଡ଼ା, କଟକ, ଯାଜପୁର, ପୁରୀ, ପାରାଦୀପ ଅଞ୍ଚଳରୁ ବିରିଡ଼ିକୁ ଆସି ଲୋକଙ୍କୁ ଏପରି ହଇରାଣ କରୁଛନ୍ତି। ତେଣୁ ଜିଲା ପ୍ରଶାସନ ଏଦିଗରେ ଦୃଷ୍ଟି ଦେବା ସହ ଋଣ ଆଦାୟ ବନ୍ଦ କରିବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ଶିଶୁଙ୍କ ଉପରେ ମାଡ଼ିଗଲା ଟ୍ରାକ୍ଟର: ଜଣେ ମୃତ, ଜଣେ ଗୁରୁତର

ବାସୁଦେବପୁର/ପଦ୍ମପୁର,୧୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସୋମବାର କରଞ୍ଜ ଆଡ଼ିିଆ ଗ୍ରାମରେ ଏକ ଟ୍ରାକ୍ଟର ଦୁଇ ଶିଶୁଙ୍କ ଉପରେ ମାଡ଼ିଯିବାରୁ ଜଣେ ଶିଶୁଙ୍କ ମୃତ୍ୟୁ...

ଭଦ୍ରକରେ ୧୮୬ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା

ଭଦ୍ରକ ଅଫିସ,୨୦।୬: ଭଦ୍ରକ ଜିଲାରେ ଶନିବାର ପୁଣି ୫ କରୋନା ପଜିଟଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁୁ ମିଶାଇ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୬ରେ...

ଏମ୍‌ପିଙ୍କ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ

ଧର୍ମଶାଳା,୧୩ା୮(ଡି.ଏନ୍‌.ଏ.)- ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ ସୋମବାର ଅଚାନକ୍‌ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ପ୍ରଥମେ ସେ ମେଡିକାଲରେ ଥିବା ରୋଗୀଙ୍କ ଚିକିତ୍ସା ସମ୍ପର୍କରେ...

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଖବର କାଗଜକୁ ସାମିଲ୍‌ କରନ୍ତୁ ଲୋକେ: ବ୍ରିଟେନ୍‌ ସଂସ୍କୃତି ମନ୍ତ୍ରୀ

ଲଣ୍ଡନ,୨୧।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆଥିକ ମାନ୍ଦାବସ୍ଥା ସୃଷ୍ଟି ହୋଇଛି। ଏପରିସ୍ଥଳେ ଗଣମାଧ୍ୟମ ଶିଳ୍ପ ବିଶେଷ ଫତିଗ୍ରସ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

ଭଉଣୀ ଆଗରେ ବୁଡ଼ି ଗଲା ଭାଇ

ଦଶମନ୍ତପୁର, ୯ା୫: କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚ଼ଣାବାଡ଼ ପଞ୍ଚାୟତର ଚଣାବାଡ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀଭାଇ ଦୁହେଁ ଗ୍ରାମ ନିକଟସ୍ଥ...

ଷ୍ଟ୍ରେଚର କାର୍ଯ୍ୟ କରିବ ବ୍ୟାଟେରିଚାଳିତ ଗାଡ଼ି

ବ୍ରହ୍ମପୁର ଅଫିସ,୧୫ା୩ – ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏଣିକି ବ୍ୟାଟେରିଚାଳିତ ଗାଡିରେ ୱାର୍ଡକୁ ଯିବେ ଗୁରୁତର ରୋଗୀ। କାଜୁଆଲିଟିରୁ ବିଭିନ୍ନ ୱାର୍ଡକୁ ଗୁରୁତର ରୋଗୀଙ୍କୁ...

ପୁଣି ମାଡ଼ି ଆସିଲା ବିପଦ: ସାବଧାନ ନ ହେଲେ ଯିବ ଜୀବନ…

ନୂଆଦିଲ୍ଲୀ,୧୭।୪: ଦେଶରେ କରୋନାର ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ସ୍ଥିତି ଧୀରେଧୀରେ ଅଣାୟତ୍ତ ହେବା ଯୋଗୁ ଲୋକଙ୍କ ମଧ୍ୟ କୋକୁଆ ଭୟ ସୃଷ୍ଟି ହୋଇଛି। ପୁଣି...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ଶ୍ରେୟାସୀ

ବାରିପଦା ଅଫିସ,୧୯।୭-ବିଚକ୍ଷଣ ପ୍ରତିଭାର ପରିଚୟ ଦେଇ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛନ୍ତି ମୟୂରଭଞ୍ଜ ଜିଲାର କୁନି ଝିଅ ଶ୍ରେୟାସୀ ମହାନ୍ତ। ମାତ୍ର ଅଢେଇ...

Advertisement


Archives

Model This Week

Why Dharitri