ବିରିଡ଼ିକୁ ଫେରିବେ ୧୫୧୯ ପ୍ରବାସୀ

ବାଲିଆ,୭ା୫ : ବିରିଡ଼ି ବ୍ଲକର ୨୧ ପଞ୍ଚାୟତକୁ ଫେରିବା ପାଇଁ ୧୫୧୯ଜଣ ପ୍ରବାସୀ ଓଡ଼ିଆ ନାମ ପଞ୍ଜୀକରଣ କରିଥିବା ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଇତିମଧ୍ୟରେ ବ୍ଲକ ଅଧୀନ ପୂରଣ ପଞ୍ଚାୟତକୁ ଜଣେ, ବତିମୀରାକୁ ଜଣେ ଓ ଗୋପୀନାଥପୁର ପଞ୍ଚାୟତକୁ ଜଣେ ବାହାର ରାଜ୍ୟରୁ ଫେରିଛନ୍ତି। ସେମାନଙ୍କୁ ପଞ୍ଚାୟତ କ୍ୱାରାଣ୍ଟାଇନ ସେଣ୍ଟରରେ ରଖାଯାଇଥିବା ବିଡିଓ ଜୀବନ ଚନ୍ଦ୍ର ମଲ୍ଲିକ କହିଛନ୍ତି। ଏଥିସହିତ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ମିଳିଛି। ପଞ୍ଜୀକୃତ ପ୍ରବାସୀ ଫେରିବା ପରେ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବା ବ୍ୟବସ୍ଥା କରାଯାଇଛି। କ୍ୱାରାଣ୍ଟାଇନ ସେଣ୍ଟରଗୁଡିକୁ ପରିଚାଳନା ପାଇଁ ପଞ୍ଚାୟତସ୍ତରରେ ୫ ଜଣିଆ କମିଟି ଗଠନ କରାଯାଇଛି। ଯେଉଁଥିରେ ଜଣେ ଶିକ୍ଷକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଆରଏସ, ଅଙ୍ଗନଓ୍ବାଡି ଓ ଆଶା କର୍ମୀ ଅଛନ୍ତି। ସେହିପରି ବ୍ଲକସ୍ତରରେ ବିଡିଓ, ତହସିଲଦାର, ଆଇଆଇସି, ସ୍ବାସ୍ଥ୍ୟ ଅଧିକାରୀ ଓ ଜଣେ ସିଡିପିଓଙ୍କୁ ନେଇ ୫ ଜଣିଆ ସବ୍‌କମିଟି ଗଠନ କରାଯାଇଛି। ଏହି କମିଟି ପ୍ରତିଦିନ ସମସ୍ତ କ୍ୱାରାଣ୍ଟାଇନ ସେଣ୍ଟର ବୁଲି ପ୍ରବାସୀଙ୍କ ପାଇଁ ଥିବା ସମସ୍ତ ବ୍ୟବସ୍ଥା ଯାଞ୍ଚ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri