Posted inଜାତୀୟ

ଉହାନ୍‌ରେ ବାଦୁଡ଼ିଙ୍କଠାରେ ମିଳିଲା ୩ ପ୍ରକାର ଭୂତାଣୁ

ନୂଆଦିଲ୍ଲୀ,୨୫।୫: କରୋନା ଭାଇରସ୍‌କୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ଚାଇନା। ଉହାନ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଯେଉଁଠାରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ ହୋଇଥିଲା, ସେହିଠାରେ ଏବେ ବାଦୁଡ଼ିଙ୍କଠାରେ ୩ ପ୍ରକାର ଭୂତାଣୁ ଚିହ୍ନଟ ହୋଇଛି। ହେଲେ ସାରା ବିଶ୍ୱରେ କୋଭିଡ-୧୯ ଯେଉଁ ମହାମାରୀର ରୂପ ନେଇଛି ତାହା ଏବେ ବାଦୁଡ଼ିଙ୍କଠାରେ ଦେଖାଯାଇଥିବା ଭୂତାଣୁ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଇନ୍‌ଷ୍ଟିଚ୍ୟୁଟ ଡାଇରେକ୍ଟର ୟାଙ୍ଗ ୟାନୀ ସୂଚନା ଦେଇଛନ୍ତି। ଉହାନରେ ପ୍ରଥମ କୋଭିଡ-୧୯ ସଂକ୍ରମଣ ଦେଖା ଦେଇଥିଲା। ଏବେ ଏହି ଭୂତାଣୁ ସାରା ବିଶ୍ୱରେ ପ୍ରାୟ ୩ଲକ୍ଷ ୪୦ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ଏହା ପ୍ରଥମେ ବାଦୁଡ଼ିଠାରୁ ସଂକ୍ରମଣ ହୋଇ ଅନ୍ୟ ସ୍ତନ୍ୟପାୟୀ ଜୀବଙ୍କ ଜରିଆରେ ମଣିଷ ଶରୀରକୁ ସଂକ୍ରମିତ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବଂ ଅନ୍ୟମାନେ ଉହାନରୁ ଭାଇରସ୍‌ ଲିକ୍‌ ହୋଇଥିବା ନେଇ ଯେଉଁ ଦାବି କରିଥିଲେ, ଏହାକୁ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିର ନିର୍ଦ୍ଦେଶିକା ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ମନଗଢ଼ା ବୋଲି କହିଛନ୍ତି। ନିର୍ଦ୍ଦେଶିକା ୟାନୀଙ୍କ କହିବା ହେଲା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରେ ପରୀକ୍ଷା ସମୟରେ ବାଦୁଡ଼ିଙ୍କଠାରୁ ପରୀକ୍ଷାମୂଳକ ପଦ୍ଧତିରେ ବିଭିନ୍ନ ନମୁନା ସଂଗ୍ରହ କରାଯାଇଥାଏ। ତେଣୁ ଏହି କ୍ରମରେ ପରୀକ୍ଷା ସମୟରେ କରୋନା ୩ ପ୍ରକାରର ଭୂତାଣୁ ଠାବ କରାଯାଇଛି। ବାଦୁଡ଼ିଙ୍କଠାରେ ଏବେ ଯେଉଁ ଭୂତାଣୁ ଚିହ୍ନଟ ହୋଇଛି ତାହା ସାର୍ସ(ଏସ୍‌ଏଆର୍‌ଏସ୍‌) କୋଭିଡ-୨ ସହ ୭୯.୮ ପ୍ରତିଶତ ଖାପ ଖାଉଛି। କୋଭିଡ-୧୯ ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ ସହ ଏହାର କାୈଣସି ସମ୍ପର୍କ ନାହିଁ। ପ୍ରଫେସର ସି ଜେଙ୍ଗଲିଙ୍କ ନେତୃତ୍ୱରେ ୨୦୦୪ରୁ ବାଦୁଡ଼ି ଓ କରୋନାଭାଇରସ୍‌ ସମ୍ପର୍କରେ ଗବେଷଣା ଜାରି ରହିଛି। ବାଦୁଡ଼ିଙ୍କଠାରୁ ଠାବ କରାଯାଉଥିବା ଭୂତାଣୁ କେବଳ ସାର୍ସ-କୋଭିଡ୍‌-୨ ସହ ଖାପ ଖାଉଛି। ଏହା କୋଭିଡ-୧୯ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ସେକ୍ରେଟାରି ଅଫ୍‌ ଷ୍ଟେଟ ମାଇକ ପୋମ୍ପେଏ ଉହାନ ଭାଇରୋଲୋଜି ଲାବ୍‌ରୁ ଭୂତାଣୁ ସଂକ୍ରମଣ ହୋଇଥିବା ନେଇ ଯେଉଁ ତଥ୍ୟ ରଖିଥିଲେ ସେନେଇ କାୈଣସି ପ୍ରମାଣ ନାହିଁ, କେବଳ ଅନୁମାନ କରି ଏଭଳି ମନ୍ତବ୍ୟ ଦେଇଥିଲେ ବୋଲି ଜେଙ୍ଗଲି କହିଛନ୍ତି। ଗତ ଡିସେମ୍ବର ୩୦ରେ କୋଭିଡ୍‌-୧୯ ଭୂତାଣୁ ସମ୍ପର୍କରେ କେତେକ ସାମ୍ପଲ ଗ୍ରହଣ କରାଯାଇଥିଲା। ଏହି ସାମ୍ପଲଗୁଡ଼ିକରୁ କିଛି ଅଜଣା ଭୂତାଣୁ ଠାବ କରାଯାଇଥିଲା। ଏହି ଭୂତାଣୁ କୋଭିଡ୍‌-୧୯ ସହିତ ସାମଞ୍ଜସ୍ୟ ରହିଥିବା ପ୍ରଥମେ ଜଣାପଡ଼ିବା ପରେ ଏନେଇ ଜାନୁୟାରୀ ୧୧ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିକଟରେ ତଥ୍ୟ ପ୍ରଦାନ କରାଯାଇଥିଲା। ପୂର୍ବରୁ ଏହିଭଳି ଭୂତାଣୁ କେବେ ଚିହ୍ନଟ ହୋଇ ନ ଥିଲା ବୋଲି ଜେଙ୍ଗଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭୦୦ ମାମଲା, ୨୪୦୦ ଗିରଫ

ନୂଆଦିଲ୍ଲୀ,୯ା୩(ପି.ଟି.): ଦିଲ୍ଲୀରେ ନିକଟରେ ସିଏଏକୁ ନେଇ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ୭୦୨ ମାମଲା ଦାଏର କରାଯାଇଛି। ସେଥିରୁ ୪୯ ହେଉଛି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର...

ନିର୍ବାଚନରେ ପରାଜିତ ହେବା ପରେ ଭୋଟରଙ୍କୁ ଉପହାର ଫେରାଇବାକୁ କହିଲେ ପ୍ରାର୍ଥୀ

ରାୟପୁର, ୩୦।୧: ଭୋଟରଙ୍କୁ ହାତେଇବା ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁ ଥିବା ପ୍ରାର୍ଥୀମାନେ ବେଳେବେଳେ କେତେକ ଉପହାର ଦେଇଥାନ୍ତି। କିନ୍ତୁ ନିର୍ବାଚନରେ ପରାଜିତ ହେବାପରେ ଏହାକୁ...

ରୁଷିଆ ସହ ବଢିବ ସୁସମ୍ପର୍କ: ଫୋନ କରି ପୁଟିନଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୭: ସମ୍ବିଧାନ ସଂଶୋଧନକୁ ନେଇ ରୁଷିଆରେ ହୋଇଥିବା ଭୋଟିଂରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ବହୁମତ ମିଳିଛି ବୋଲି ବିଶେଷ ସୂତ୍ରରୁ ଜଣାପଡିବା ପରେ ଏହା ଏକ...

ବାଲାକୋଟ ଏୟାର ଷ୍ଟ୍ରାଇକ୍‌କୁ ପୂରଣ ହେଲା ଦୁଇ ବର୍ଷ: ବାୟୁସେନାକୁ ଶୁଭେଚ୍ଛା ଜଣାଇଲେ ରାଜନାଥ, ଶାହା

ନୂଆଦିଲ୍ଲୀ,୨୬ ।୨: ଫେବୃୟାରୀ ୨୦୧୯ରେ ଜମ୍ମୁ-କଶ୍ମୀରର ପୁଲୱାମାରେ ସିଆର୍‌ପିଏଫ୍ ଉପରେ ପାକିସ୍ତାନ ଆତଙ୍କବାଦୀଙ୍କ ଆକ୍ରମଣ ଫଳରେ ୪୦ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହାର...

ଚିନ୍ତା ବଢ଼ାଉଛି କେରଳ…

ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪...

ଭୋଟର ପଞ୍ଜୀକରଣ ଗଣତନ୍ତ୍ରର ପ୍ରଥମ ପାହାଚ

ପୁଣେ,୧୧।୧୧: ମହାରାଷ୍ଟ୍ରର ପୁଣେସ୍ଥିତ ସାବିତ୍ରୀବାଈ ଫୁଲେ ବିଶ୍ୱବିଦ୍ୟାଳୟରେ ‘ଭୋଟର ପଞ୍ଜୀକରଣ-ଗଣତନ୍ତ୍ରର ପ୍ରଥମ ପାହାଚ’ ବିଷୟବସ୍ତୁ ଉପରେ ଏକ ମଲ୍ଟିମିଡିଆ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି। ମୁଖ୍ୟ ନିର୍ବାଚନ...

ନେତାଙ୍କ ମନ୍ତବ୍ୟରେ ଲଗାମ, ଭାଜପା ପକ୍ଷରୁ ଜାରି ହେଲା ୮ ସୂତ୍ରୀ ମାର୍ଗଦର୍ଶିକା…

ନୂଆଦିଲ୍ଲୀ, ୭।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ନୁପୁର ଶର୍ମାଙ୍କ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଯୋଗୁଁ ଭାଜପା ସତର୍କ ହୋଇପଡିଛି। ଦଳ...

ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୨ା୫(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ ଶୁକ୍ରବାର ଅପରାହ୍ନରେ ପ୍ରକାଶ ପାଇଛି।  ମୋଟ୍‌ ପାସ୍‌ ହାର ୯୩.୧୨...

Advertisement
Archives

Model This Week