Posted inଜାତୀୟ

ଉହାନ୍‌ରେ ବାଦୁଡ଼ିଙ୍କଠାରେ ମିଳିଲା ୩ ପ୍ରକାର ଭୂତାଣୁ

ନୂଆଦିଲ୍ଲୀ,୨୫।୫: କରୋନା ଭାଇରସ୍‌କୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛି ଚାଇନା। ଉହାନ୍‌ସ୍ଥିତ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜି ଯେଉଁଠାରେ ପ୍ରଥମ କୋଭିଡ୍‌-୧୯ ସଂକ୍ରମଣ ଚିହ୍ନଟ ହୋଇଥିଲା, ସେହିଠାରେ ଏବେ ବାଦୁଡ଼ିଙ୍କଠାରେ ୩ ପ୍ରକାର ଭୂତାଣୁ ଚିହ୍ନଟ ହୋଇଛି। ହେଲେ ସାରା ବିଶ୍ୱରେ କୋଭିଡ-୧୯ ଯେଉଁ ମହାମାରୀର ରୂପ ନେଇଛି ତାହା ଏବେ ବାଦୁଡ଼ିଙ୍କଠାରେ ଦେଖାଯାଇଥିବା ଭୂତାଣୁ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଇନ୍‌ଷ୍ଟିଚ୍ୟୁଟ ଡାଇରେକ୍ଟର ୟାଙ୍ଗ ୟାନୀ ସୂଚନା ଦେଇଛନ୍ତି। ଉହାନରେ ପ୍ରଥମ କୋଭିଡ-୧୯ ସଂକ୍ରମଣ ଦେଖା ଦେଇଥିଲା। ଏବେ ଏହି ଭୂତାଣୁ ସାରା ବିଶ୍ୱରେ ପ୍ରାୟ ୩ଲକ୍ଷ ୪୦ହଜାର ଲୋକଙ୍କ ଜୀବନ ନେଇସାରିଲାଣି। ଏହା ପ୍ରଥମେ ବାଦୁଡ଼ିଠାରୁ ସଂକ୍ରମଣ ହୋଇ ଅନ୍ୟ ସ୍ତନ୍ୟପାୟୀ ଜୀବଙ୍କ ଜରିଆରେ ମଣିଷ ଶରୀରକୁ ସଂକ୍ରମିତ ହୋଇଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏବଂ ଅନ୍ୟମାନେ ଉହାନରୁ ଭାଇରସ୍‌ ଲିକ୍‌ ହୋଇଥିବା ନେଇ ଯେଉଁ ଦାବି କରିଥିଲେ, ଏହାକୁ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିର ନିର୍ଦ୍ଦେଶିକା ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ଏହା ସମ୍ପୂର୍ଣ୍ଣ ମନଗଢ଼ା ବୋଲି କହିଛନ୍ତି। ନିର୍ଦ୍ଦେଶିକା ୟାନୀଙ୍କ କହିବା ହେଲା ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଭାଇରୋଲୋଜିରେ ପରୀକ୍ଷା ସମୟରେ ବାଦୁଡ଼ିଙ୍କଠାରୁ ପରୀକ୍ଷାମୂଳକ ପଦ୍ଧତିରେ ବିଭିନ୍ନ ନମୁନା ସଂଗ୍ରହ କରାଯାଇଥାଏ। ତେଣୁ ଏହି କ୍ରମରେ ପରୀକ୍ଷା ସମୟରେ କରୋନା ୩ ପ୍ରକାରର ଭୂତାଣୁ ଠାବ କରାଯାଇଛି। ବାଦୁଡ଼ିଙ୍କଠାରେ ଏବେ ଯେଉଁ ଭୂତାଣୁ ଚିହ୍ନଟ ହୋଇଛି ତାହା ସାର୍ସ(ଏସ୍‌ଏଆର୍‌ଏସ୍‌) କୋଭିଡ-୨ ସହ ୭୯.୮ ପ୍ରତିଶତ ଖାପ ଖାଉଛି। କୋଭିଡ-୧୯ ସଂକ୍ରମଣ ସୃଷ୍ଟି କରୁଥିବା ଭୂତାଣୁ ସହ ଏହାର କାୈଣସି ସମ୍ପର୍କ ନାହିଁ। ପ୍ରଫେସର ସି ଜେଙ୍ଗଲିଙ୍କ ନେତୃତ୍ୱରେ ୨୦୦୪ରୁ ବାଦୁଡ଼ି ଓ କରୋନାଭାଇରସ୍‌ ସମ୍ପର୍କରେ ଗବେଷଣା ଜାରି ରହିଛି। ବାଦୁଡ଼ିଙ୍କଠାରୁ ଠାବ କରାଯାଉଥିବା ଭୂତାଣୁ କେବଳ ସାର୍ସ-କୋଭିଡ୍‌-୨ ସହ ଖାପ ଖାଉଛି। ଏହା କୋଭିଡ-୧୯ଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ଜଣାପଡ଼ିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ସେକ୍ରେଟାରି ଅଫ୍‌ ଷ୍ଟେଟ ମାଇକ ପୋମ୍ପେଏ ଉହାନ ଭାଇରୋଲୋଜି ଲାବ୍‌ରୁ ଭୂତାଣୁ ସଂକ୍ରମଣ ହୋଇଥିବା ନେଇ ଯେଉଁ ତଥ୍ୟ ରଖିଥିଲେ ସେନେଇ କାୈଣସି ପ୍ରମାଣ ନାହିଁ, କେବଳ ଅନୁମାନ କରି ଏଭଳି ମନ୍ତବ୍ୟ ଦେଇଥିଲେ ବୋଲି ଜେଙ୍ଗଲି କହିଛନ୍ତି। ଗତ ଡିସେମ୍ବର ୩୦ରେ କୋଭିଡ୍‌-୧୯ ଭୂତାଣୁ ସମ୍ପର୍କରେ କେତେକ ସାମ୍ପଲ ଗ୍ରହଣ କରାଯାଇଥିଲା। ଏହି ସାମ୍ପଲଗୁଡ଼ିକରୁ କିଛି ଅଜଣା ଭୂତାଣୁ ଠାବ କରାଯାଇଥିଲା। ଏହି ଭୂତାଣୁ କୋଭିଡ୍‌-୧୯ ସହିତ ସାମଞ୍ଜସ୍ୟ ରହିଥିବା ପ୍ରଥମେ ଜଣାପଡ଼ିବା ପରେ ଏନେଇ ଜାନୁୟାରୀ ୧୧ରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ନିକଟରେ ତଥ୍ୟ ପ୍ରଦାନ କରାଯାଇଥିଲା। ପୂର୍ବରୁ ଏହିଭଳି ଭୂତାଣୁ କେବେ ଚିହ୍ନଟ ହୋଇ ନ ଥିଲା ବୋଲି ଜେଙ୍ଗଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

ମାନବିକତା ଦେଖାଇଲେ ଶିଶୁରୋଗ ବିଶେଷଜ୍ଞ: ବାଟେଘାଟେ କରୁଛନ୍ତି ଶିଶୁଙ୍କ ଚିକିତ୍ସା

କେସିଙ୍ଗା, ୨୪/୮ (ତୁମେଶ୍ୱର ସାହୁ): ଶି ଶୁଙ୍କ ପ୍ରତି ଜଣେ ଡାକ୍ତରଙ୍କ ଅନାବିଳ ମାନବିକତା ଏବେ କେସିଙ୍ଗା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କଳାହାଣ୍ଡି ଜିଲାକେସିଙ୍ଗା ସହରସ୍ଥିତ…

ସରକାରୀ ସେବାରେ ବିଳମ୍ବ ହେଲେ ଅଧିକାରୀଙ୍କୁ ଜରିମାନା, ଦିନକୁ କଟିବ ୨୫୦ ଟଙ୍କା

ଭୁବନେଶ୍ବର,୨୪।୮: ସରକାରୀ ସେବା ପ୍ରଦାନ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ ଓ ଉତ୍ତରଦାୟୀ କରିବା ପାଇଁ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଲାଗୁ କରିଛନ୍ତି । ଏଣିକି…

ଶ୍ରାବଣ ମାସର ଶେଷ ସୋମବାରରେ ଅଦ୍ଭୁତ ଯୋଗ, ୪ ରାଶିଙ୍କ ଚମକିବ ଭାଗ୍ୟ

ଆଜି ଶ୍ରାବଣ ମାସର ଚତୁର୍ଥ ତଥା ଶେଷ ସୋମବାର । ଜ୍ୟୋତିଷ ମତାନୁସାରେ ଆଜିର ଦିନଟି ବେଶ୍ ଶୁଭ ରହିବ । ଶ୍ରାବଣ ସୋମବାରରେ ଏକାଧିକ ଶୁଭ…

ଭାଜପାକୁ ଶକ୍ତ ଧକ୍କା, ଦଳ ଛାଡୁଛନ୍ତି ଅଭିନେତା

ଚେନ୍ନାଇ,୨୪।୮: ଥାଲାପଥି ସି. ଜୋସେଫ ବିଜୟ ରାଜନୀତିରେ ପ୍ରବେଶ ଘୋଷଣା କରିବା ପରଠାରୁ, ନେତା ଏବଂ ସେଲିବ୍ରିଟିମାନେ ତାଙ୍କ ଦଳ, ତମିଜାଗା ଭେଟ୍ରି କାଝାଗମ (TVK) ରେ…

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri