ଉପକୂଳ ସୁରକ୍ଷାକୁ ଅଣଦେଖା

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭୁବନେଶ୍ୱର ସମେତ ଦେଶର ୩୦ଟି ପ୍ରମୁଖ ସହର ଆତଙ୍କବାଦୀମାନଙ୍କ ଟାର୍ଗେଟ ଥିବା କେନ୍ଦ୍ର ଗୋଇନ୍ଦା ସଂସ୍ଥା ବୁଧବାର ସୂଚନା ଦେବା ପରେ ବିଭିନ୍ନ ସ୍ଥାନରେ ହାଇ ଆଲର୍ଟ ଜାରି ହୋଇଛି। ଭୁବନେଶ୍ୱରକୁ ଟାର୍ଗେଟରେ ଥିବା ନେଇ କୌଣସି ସୂଚନା ନ ଥିବା ରାଜ୍ୟ ପୋଲିସ ପକ୍ଷରୁ କୁହାଯାଉଛି। ଅପରପକ୍ଷରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲାରେ ପୋଲିସର ଯେଭଳି ସୁରକ୍ଷା ବ୍ୟବସ୍ଥା ରହିଛି ତାହା କୌଣସି ପ୍ରକାର ଆକ୍ରମଣକୁ ସମ୍ମୁଖୀନ ହେବାରେ ସଫଳ ହୋଇ ନ ପାରେ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଆତଙ୍କବାଦୀ ଟାର୍ଗେଟ ନେଇ ଗୋଇନ୍ଦା ସୂଚନା ପାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପରିବର୍ତ୍ତେ ପୋଲିସ ଏବେ ମୋ ସରକାର କାର୍ଯ୍ୟକ୍ରମରେ ଲୋକଙ୍କୁ ସଚେତନତା କରିବାରେ ବ୍ୟସ୍ତ ରହୁଛି। ଏକଥା ଖୋଦ୍‌ ଉପକୂଳବର୍ତ୍ତୀ ଅଞ୍ଚଳର ଏକ ଥାନାର ମୁଖିଆ କହିଛନ୍ତି। ଆମ ରାଜ୍ୟର ସୁଦୀର୍ଘ ୪୮୫କିମି ଲମ୍ବର ଉପକୂଳର ସୁରକ୍ଷାକୁ ନେଇ ବିଭିନ୍ନ ସମୟରେ ଅନେକ ପ୍ରଶ୍ନ ଉଠିଛି। ରାଜ୍ୟର ସାମୁଦ୍ରିକ ସୀମା କେତେମାତ୍ରାରେ ସୁରକ୍ଷିତ ସେ ସମ୍ପର୍କରେ ଗତ କିଛିଦିନ ତଳେ ଧରିତ୍ରୀରେ ଏକ ସବିଶେଷ ତଥ୍ୟ ପ୍ରକାଶ ପାଇଥିଲା। ରାଜ୍ୟର ୭ ଉପକୂଳବର୍ତ୍ତୀ ଜିଲାରେ ୧୮ଟି ସାମୁଦ୍ରିକ ଥାନାରେ ଆବଶ୍ୟକ ଭିତ୍ତିଭୂମି ଓ ପ୍ରଶିକ୍ଷିତ କର୍ମଚାରୀଙ୍କ ଅଭାବ ରହିଥିବା ଜାଣିବାକୁ ମିଳିଛି। ଏପରି କି ଆବଶ୍ୟକ ଅସ୍ତ୍ରଶସ୍ତ୍ର, ସ୍ପିଡ୍‌ ବୋଟ, ଉପକୂଳରେ ଜେଟିର ନିର୍ମାଣର ମଧ୍ୟ ଘୋର ଅଭାବ ରହିଛି। ଯାହାର ଫାଇଦା ଉଠାଇ ଅନେକ ସମୟରେ ଅନୁପ୍ରବେଶ ଓ ଚୋରା କାରବାର ମଧ୍ୟ ଚାଲିଛି। ଏପରି କି ଅନେକ ସମୟରେ ସମୁଦ୍ର ଭିତରେ ସ୍ପିଡ୍‌ ବୋଟ ଓ ଟ୍ରଲରରେ ବାଂଲାଦେଶ ସମେତ ବିଭିନ୍ନ ଦେଶର ମତ୍ସ୍ୟଜୀବୀମାନେ ବୁଲୁଛନ୍ତି। ମାଛ ଧରିବାକୁ ସମୁଦ୍ର ଭିତରକୁ ମାସମାସ ଧରି ଓଡ଼ିଆ ମତ୍ସ୍ୟଜୀବୀ ଯିବା ସମୟରେ ସେମାନଙ୍କର ଅନ୍ୟ ଦେଶର ମତ୍ସ୍ୟଜୀବୀଙ୍କ ସହ ଭେଟ ହେଉଛି। ଢିଲା ସୁରକ୍ଷା ବ୍ୟବସ୍ଥା ସହ କଟକଣା ରହୁ ନ ଥିବାରୁ ସାମୁଦ୍ରିକ ପଥରେ ବାଂଲାଦେଶରୁ ବ୍ରାଉନ୍‌ସୁଗାର ଚୋରା କାରବାର ହେଉଛି। ନିକଟରେ ଅନ୍ତରାଷ୍ଟ୍ରୀୟ ଡ୍ରଗ୍ସ ଡିଲର ସେକ୍‌ ରାଜା ଗିରଫ ହେବା ପରେ ଏହି ଘଟଣା ସ୍ପଷ୍ଟ ହୋଇଛି। ଏଭଳି ସ୍ଥିତିରେ ଉପକୂଳବର୍ତ୍ତୀ ଅଞ୍ଚଳରେ କୌଣସି ପ୍ରକାର ସମ୍ଭାବ୍ୟ ଆକ୍ରମଣକୁ ଅଣଦେଖା ନ କରି ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ପଡ଼ିବ। ଆବଶ୍ୟକ ଭିତ୍ତିଭୂମି ସହ ପର୍ଯ୍ୟାପ୍ତ ପରିମାଣର ପୋଲିସ କର୍ମଚାରୀ ନିୟୋଜିତ କରିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ପଡ଼ିବ ବୋଲି ପୂର୍ବତନ ପୋଲିସ ମହାନିର୍ଦ୍ଦେଶ ବି. ବି. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନେତ୍ରୀଙ୍କ ଆତ୍ମାହୁତି ଘଟଣା:ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜିପି

କଟକ ଅଫିସ,୨୫ା୨: ବିଜେଡି ନେତ୍ରୀ ମୀନାକ୍ଷୀ ମିଶ୍ରଙ୍କ ଆତ୍ମାହୁତି ଘଟଣା ସୋମବାର ନୂଆ ମୋଡ଼ ନେଇଛି। ବ୍ରହ୍ମପୁର ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ ମୀନାକ୍ଷୀ ଆତ୍ମାହୁତି ଦେଇଥିବା...

ବେଢ଼ାମଜୁରୀ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ

ପୁରୀ ଅଫିସ, ୧୨।୬: ଜୁଲାଇ ୪ ତାରିଖରେ ରଥଯାତ୍ରା। ଏଥିପାଇଁ ରଥ ଖଳାରେ ୩ ରଥର ନିର୍ମାଣ କାମ ଜାରିରହିଛି। ରଥଯାତ୍ରାକୁ ଆଉ ମାତ୍ର ୨୨...

୮ ମାସର ଗର୍ଭବତୀ ବୋହୂଙ୍କୁ ବଞ୍ଚାଇବାକୁ ଯାଇ ଶ୍ୱଶୁରଙ୍କ ଜୀବନ ଗଲା

ରାୟଗଡା ଅଫିସ,୧୦।୧୦: ରାୟଗଡ଼ା ଜିଲା ବିଷମ କଟକ ଥାନା ଅନ୍ତର୍ଗତ ଡଙ୍ଗପଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି...

ଆଜି ୧୧ ଜିଲାରେ ଝଡ଼ତୋଫାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ମଙ୍ଗଳବାର ୧୧ ଜିଲାକୁ ଝଡ଼ତୋଫାନ ସତର୍କ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ମୁତାବକ...

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୯୦ କରୋନା ଆକ୍ରାନ୍ତ: ଗଞ୍ଜାମରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୨। ୭(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ସୁସ୍ଥ ୧୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୭୧,...

ଆର୍ମି ପରୀକ୍ଷାର୍ଥୀଙ୍କ ଉତ୍ପାତ ଘଟଣା: ଆଜିଠୁ ଷ୍ଟେଶନରେ ମୁତୟନ ହେବେ ଫୋର୍ସ, ବିନା ଟିକେଟରେ ଚଢ଼ିପାରିବେନି ଯାତ୍ରୀ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ଭୁବନେଶ୍ୱର ଷ୍ଟେଶନରେ ବୁଧବାରଠାରୁ ମୁତୟନ ହେବେ ୨ ପ୍ଲାଟୁନ ଫୋର୍ସ। ଦିଲ୍ଲୀ ତଥା ଦୂରଗାମୀ ଟ୍ରେନ୍‌ ପାଇଁ ଆର୍‌ପିଏଫ୍‌ ଏବଂ ଜିଆର୍‌ପି ପକ୍ଷରୁ ଫୋର୍ସ...

ପିଏମ୍‌ଏଜିଓ୍ବାଇରେ ୨୦ ଗ୍ରାମ ଚିହ୍ନଟ

ଢେଙ୍କାନାଳ ଅଫିସ, ୧୪।୩ ଢେଙ୍କାନାଳ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି (ଦିଶା) ବୈଠକ ଅନୁଷ୍ଠିତ ହୋଇଯାଇଛି।...

ଜୟପୁରରେ ବିଜେଡି ଆଗୁଆ

ଜୟପୁର, ୨୩।୫(ଡି.ଏନ୍‌.ଏ.)- ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ରବିନାରାୟଣ ନନ୍ଦ ୨୦୪୫ ଭୋଟ ପାଇଥିବାବେଳେ କଂଗ୍ରେସର...

Coronavirus Update

Archives

Model This Week

Why Dharitri