ଉଦ୍‌ଯାପିତ ହେଲା ନୟାଗଡ଼ ଜିଲା ମହୋତ୍ସବ

ନୟାଗଡ଼ ଅଫିସ,୨୯।୧୨- ୫ ଦିନ ଧରି ସ୍ଥାନୀୟ ଖେଳପଡ଼ିଆରେ ଚାଲି ଆସୁଥିବା ନୟାଗଡ଼ ଜିଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ୨୦୧୯ର ଶନିବାର ଉଦ୍‌ଯାପିତ ହୋଇଛି। ଜିଲାପାଳ ଡା. ପୋମା ଟୁଡ଼ୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ରାଜ୍ୟର ୩୦ ଜିଲା ଭିତରୁ ଓଡ଼ିଶାର କଳା , ସଂସ୍କୃତି ଓ ଐତିହ୍ୟକୁ ବଞ୍ଚାଇ ରଖିଥିବା ଜିଲା ନୟାଗଡ଼ ବୋଲି ପ୍ରକାଶ କରିଥିଲେ। କଳା, ସଂସ୍କୃତି, ଜ୍ୟୋତିର୍ବିଜ୍ଞାନୀ କ୍ଷେତ୍ରରେ ଜିଲାର ମହାପୁରୁଷମାନେ ସେମାନଙ୍କର ପାରଦର୍ଶିତା ଦେଖାଇ ଆସିଛନ୍ତି। ବର୍ତ୍ତମାନ କଳା, ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ହେଉଥିବା ମହୋତ୍ସବ ଏକ ପ୍ରଂଶସନୀୟ କାର୍ଯ୍ୟ । ନୟାଗଡ଼ ଜିଲାକୁ ଏକ ଶ୍ରେଷ୍ଠ ଜିଲାର ପରିଣତ କରିବା ପାଇଁ ସମସ୍ତେ ବ୍ରତୀ ହେବା ପାଇଁ ସେ ଆହ୍ବାନ ଦେଇଥିଲେ। ସ୍ଥାନୀୟ ବିଧାୟକ ତଥା କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅତିଥି ଭାବେ ଯୋଗ ଦେଇ ଜିଲା ମହୋତ୍ସବ ତାର ଉତ୍କର୍ଷତା ପ୍ରତିପାଦନ କରୁଥିବା ପ୍ରକାଶ କରିଥିଲେ। ଜିଲା ପରିଷଦ ଉପାଧ୍ୟକ୍ଷ ଅଖିଳ କୁମାର ଜାନୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ନୟାଗଡ଼ ଜିଲାର ଗରିମା ବିଷୟରେ ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ, ପିଡି ସୁବାସ ଚନ୍ଦ୍ର ରାୟ , ଉପ ଜିଲାପାଳ ଲଗ୍ନଜିତ ରାଉତ, ଏସ୍‌ପି ଶଶିଭୂଷଣ ଶତପଥୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ. ପ୍ରମୋଦ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ପରେ ବର୍ଷା ଡ୍ୟାନ୍ସ ଗ୍ରୁପ୍‌ ନୟାଗଡ଼ ପକ୍ଷରୁ ବନ୍ଦନା ପରିବେଷଣ କରାଯାଇଥିଲା। ଏହା ପରେ ଓଡ଼ିଆ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ଗୀତ ଶୀତୁଆ ସନ୍ଧ୍ୟାକୁ ମତୁଆଲା କରିଥିଲା। ଅଭିଜିତ୍‌ଙ୍କ ଗୀତ ଶୁଣିବା ପାଇଁ ପ୍ରବଳ ଭିଡ଼ ଜିମିଥିଲା। ୨ ପ୍ଲାଟୁର୍ନ ଫୋର୍ସ ମୁତୟନ ହୋଇ ଶାନ୍ତି ଶୃଙ୍ଖଳା ବଜାୟ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଯାଇ ବାପାଙ୍କୁ ମୁଖାଗ୍ନି ଦେଲେ ପୁଅ

ଦିଗପହଣ୍ଡି,୧୭ା୭(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମର ସୀମାଞ୍ଚଳ ସେଠୀ ରାଜ୍ୟ ବାହାରୁ ଫେରି ୧୦ଦିନ ହେଲା ଗ୍ରାମ ସଙ୍ଗରୋଧ କେନ୍ଦ୍ରରେ ରହୁଛନ୍ତି। ବୁଧବାର ବାପା...

ପୂଜାଛୁଟିରେ ହେଡକ୍ୱାର୍ଟର ଛାଡ଼ିପାରିବେନି ଶିକ୍ଷକ: ଭିତ୍ତିଭୂମି ସଜାଡ଼ିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ

ଛତ୍ରପୁର,୧୨ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କୋଭିଡ୍‌ ପରିଚାଳନା ପାଇଁ ସ୍କୁଲଗୁଡ଼ିକରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଓ କୋଭିଡ୍‌ କେୟାର ହସ୍ପିଟାଲ କରାଯାଇ କୋଭିଡ୍‌ ସଂକ୍ରମିତଙ୍କୁ ଚିକିତ୍ସା କରାଯାଉଥିଲା। ଉକ୍ତ...

ମୁଦ୍ରା, ନୋଟ୍‌ର ତରୁଣ ସଂଗ୍ରାହକ

କଟକ ଅଫିସ,୪ା୭: ବୟସ ମାତ୍ର ୧୭ ବର୍ଷ। ଏ ବୟସରେ ସେ ୧୪୦ଟି ରାଷ୍ଟ୍ରର ନୋଟ୍‌ ଓ ୧୬୦ ରାଷ୍ଟ୍ରର ମୁଦ୍ରା ସଂଗ୍ରହ କଲେଣି। ମୁଦ୍ରା...

‘ଶିମିଳିପାଳ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ’

ବାରିପଦା ଅଫିସ,୮।୧ ଶିମିଳିପାଳ ଅଭୟାରଣ୍ୟକୁ ବନାଗ୍ନିରୁ ମୁକ୍ତ କରିବା ନିମନ୍ତେ ସପ୍ତାହବ୍ୟାପୀ ଜନସଚେତନତା କାର୍ଯ୍ୟକ୍ରମ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଜାତୀୟ...

ଆଜି ଜାତୀୟ ଡେଙ୍ଗୁ ଦିବସ : ଫନୀ ପରେ ସତର୍କ ରହିବାକୁ ପରାମର୍ଶ

ତିହିଡ଼ି,୧୬ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ସଭାଗୃହରେ ଗୁରୁବାର ପୂର୍ବାହ୍ନରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଡା.ଦେବସ୍ମିତା...

ଦାନଗଦୀ ମେଡିକାଲ ଗୃହ ନିର୍ମାଣରେ ଅନିୟମିତତା

କଳିଙ୍ଗନଗର,୬ା୧୧(ଡି.ଏନ.ଏ.): ଦାନଗଦୀ ସ୍ବାସ୍ଥ୍ୟକେନ୍ଦ ପରିସରରେ ପ୍ରାୟ ୬କୋଟି ଟଙ୍କାରେ ଏକ ମେଡିକାଲ ଗୃହ ନିର୍ମାଣ କରାଯାଉଛି। ତେବେ ଏଥିରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।...

ସମ୍ବଲପୁର ଜିଲା ୨ ଦିନ ଶଟ୍‌ଡାଉନ

ସମ୍ବଲପୁର,୯।୭(ବ୍ୟୁରୋ)-କରୋନା ସଂକ୍ରମଣକୁ ଦୃଷ୍ଟିରେ ସମ୍ବଲପୁର ଜିଲାକୁ ୨ ଦିନ ଶଟ୍‌ଡାଉନ ଘୋଷଣା କରାଯାଇଛି। ଆସନ୍ତା ୧୧ ଓ ୧୨ ତାରିଖ ୨ ଦିନ ଶଟ୍‌ଡାଉନ ହେବ।...

ପଲିଥିନ ତଳେ ବିତୁଛି ଜୀବନ

ବାରିପଦା ଅଫିସ,୨୯ା୧୨- ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ସାରସକଣା ପଞ୍ଚାୟତ ଅଧୀନ ନୂଆଗାଁ ଗ୍ରାମର ବୀଣାପାଣି ଦାସ(୭୮) ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଖରା, ବର୍ଷା...

Advertisement
Archives

Model This Week