ଉଦ୍‌ଘାଟନ ପରଠୁ ବିଜୁ ପାଠାଗାରରେ ତାଲା

ଭଞ୍ଜନଗର,୫।୩(ଡି.ଏନ୍‌.ଏ.) – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଗୁରୁବାର ୧୦୪ତମ ଜୟନ୍ତୀ। ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ଶାସନ କ୍ଷମତାରେ ଥିବାରୁ ବିଜୁ ଜୟନ୍ତୀଙ୍କୁ ରାଜ୍ୟ ଓ ରାଜ୍ୟ ବାହାରେ ପାଳନ କରିବା ପାଇଁ ସରକାରୀ ଓ ଦଳୀୟସ୍ତରରେ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିସହ ଭଞ୍ଜନଗର ବାଇପାସ୍‌ ଛକ, ପୈତୃକ ବାସଭବନ ସମେତ ଅନେକ ସ୍ଥାନରେ ବିଜୁ ଜୟନ୍ତୀ ପାଳନ ହେବ। ବିଜୁବାବୁ କଟକରେ ଜନ୍ମ ହୋଇଥିଲେ ମଧ୍ୟ ଭଞ୍ଜନଗର ନିକଟସ୍ଥ ବେଲଗୁଣ୍ଠା ବ୍ଲକ ନୂଆଗଁ। ହେଉଛି ତାଙ୍କ ପୈତୃକ ଗ୍ରାମ। ବିଜୁବାବୁଙ୍କ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଜେଜେ ବାପା ପ୍ରମୁଖ ଏଠାକୁ ବିଭିନ୍ନ ସମୟରେ ଯିବାଆସିବା କରିବା ସହ ଜମିବାଡ଼ି କଥା ବୁଝୁଥିଲେ। ବର୍ତ୍ତମାନ ବିଜୁବାବୁଙ୍କ ସମ୍ପର୍କୀୟମାନେ ନୂଅଁ।ଗା, ଭଞ୍ଜନଗର ଆର୍‌ସିରୋଡ଼, ଜଗନ୍ନାଥପ୍ରସାଦ ପ୍ରମୁଖ ସ୍ଥାନରେ ବସବାସ କରୁଛନ୍ତି।
ବିଜୁବାବୁ ଏବଂ ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଞ୍ଜନଗର ଅଞ୍ଚଳରେ ଅନେକ କିଛି ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି। କିନ୍ତୁ ପୈତୃକ ଗ୍ରାମର ବିକାଶ ଆଜି ପର୍ଯ୍ୟନ୍ତ ବିଶେଷ କିଛି ହୋଇପାରୁନାହିଁ। ଅବହେଳିତ ଅବସ୍ଥାରେ ରହିଛି ଏହି ଗ୍ରାମ। ୭ ବର୍ଷ ପୂର୍ବେ ଏଠାରେ ଏକ ବିଜୁ ପାଠାଗାର ନିର୍ମାଣ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହାକୁ ଉଦ୍‌ଘାଟନ କରିଥିଲେ। ଏବାବଦରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ତତ୍କାଳୀନ ଏମ୍‌ପି ଏବଂ ଜିଲା ପରିଷଦ ପାଣ୍ଠିରେ ଉକ୍ତ କୋଠା ନିର୍ମାଣ ହୋଇଥିଲା। ଏହାପରେ ପାଠାଗାରଟି ଲୋକଙ୍କ ସେବାରେ ଆସିବ ବୋଲି ଆଶା କରାଯାଉଥିଲା।
ଉଦ୍‌ଘାଟନ ପରଠୁ ପାଠାଗାର ଗୃହରେ ତାଲା ଝୁଲୁଛି। ପାଠାଗାର କିଭଳି ଲୋକଙ୍କ ସେବାରେ ଆସିବ ସେନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ। ବିଗତ କିଛିମାସ ପାଠାଗାରକୁ ଲାଗିଥିବା ପଞ୍ଚାୟତ କାର୍ଯ୍ୟାଳୟ ମରାମତି ହେଉଥିବା ଯୋଗୁ ପାଠାଗାରଟିକୁ ଅସ୍ଥାୟୀ ଭାବେ ବ୍ୟବହୃତ ହେଉଥିବା ଜଣାପଡ଼ିଛି। ଏତେଟଙ୍କା ବ୍ୟୟରେ ପାଠାଗାର ନିର୍ମିତ ହୋଇଥିଲେ ମଧ୍ୟ ବହି ଖଣ୍ଡେ ସରକାର ଦେଲେନାହିଁ। ତଥାପି ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଠାରୁ ବିଶ୍ୱାସ ହରାଇନାହାନ୍ତି। ମାତ୍ର ସେମାନଙ୍କ କଥା ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ନେତା ଓ ଅଫିସର ପ୍ରତିବନ୍ଧକ ସାଜୁଛନ୍ତି। ତେଣୁ ବିକାଶ ହୋଇପାରୁନାହିଁ ବୋଲି ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି। ଅପରପକ୍ଷେ ବିଜୁ ବାବୁଙ୍କ ଜନ୍ମଦିନକୁ ମନେ ପକାଇବା ପାଇଁ ତାଙ୍କ ଘରେ ସମ୍ପର୍କିୀୟ ପୁତୁରା ପ୍ରମୋଦ ପଟ୍ଟନାୟକ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜନ୍ମଦିନ ପାଳନ କରିବେ। ଏହି ଅବସରରେ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ ସହାୟତା ବଟଂନ ସହ ସଭା ହେବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ପାଇଁ ଗର୍ବ ଆଣିଲେ ଅଭିଲିପ୍ସା, ସଙ୍ଗୀତ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ

ଭଞ୍ଜନଗର,୨।୮(ବାବୁଲା ପ୍ରଧାନ): ରାଜ୍ୟସ୍ତରୀୟ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ଦଶମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ତ୍ରିପାଠୀ।…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଦୁର୍ଘଟଣା ରୋକିବାକୁ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ

ଗଞ୍ଜାମ,୨ା୮(ବିଦ୍ୟାଧର ସାହୁ): ପ୍ରତିଦିନ କେଉଁଠି ନା କେଉଁଠି ଛୋଟବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାସ୍ତାରେ ବୁଲା ଗୋରୁଙ୍କ ପାଇଁ ଅଧିକ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ…

ସମୁଦ୍ର କୂଳରେ ଖେଳୁଥିଲେ,ହଠାତ୍ ମାଡ଼ି ଆସିଲା ଜୁଆର: ଭାସିଯାଇ ୮ ବର୍ଷର ଶିଶୁ ମୃତ, କାନ୍ଦ ବୋବାଳିରେ…

ଛତ୍ରପୁର, ୧ା୮(ଦିଲ୍ଲୀପ ସାମଲ / ଅନାଥ ତରାଇ): ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ନୂଆ ପୋଡେମପେଟା ଗ୍ରାମରେ ଶନିବାର ଏକ ହୃଦୟବିଦାରକ ଘଟଣା ଘଟିଛି। ଗ୍ରାମର…

ରାଧାରାଣୀଙ୍କୁ ଝୁରୁଛି ଗାଁ ମାଟି: ଅବଦାନ-ସଂଗ୍ରାମୀ ଭୂମିକାକୁ ମନେ ପକାଇଲେ…

ଦିଗପହଣ୍ଡି, ୧ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟସ୍ଥ ରୋହି ଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ରାଧାରାଣୀ ଜେନାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଶନିବାର…

ବଚସାରୁ ଗୋଡ଼ାଇ ଗୋଡ଼ାଇ କରିଥିଲେ ଆକ୍ରମଣ, ଜାମିନ ଖାରଜ ହେବାରୁ ଜେଲ ଗଲେ…

ଦିଗପହଣ୍ଡି, ୧।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରତାପଗିରି ଗ୍ରାମର ସୁନୀଲ ଗୌଡ଼ଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପାଟପୁର ପୋଲିସ ଶନିବାର ଅଭିଯୁକ୍ତ…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri