ଉଦ୍ଦେଶ୍ୟ ମହତ୍‌ ହେଲେ ହେଲା

ଡ. ଚିନ୍ତାମଣି ପଣ୍ଡା
ରାଜ୍ୟ ଶାସନ କରିବାକୁ ହେଲେ ଚାଣକ୍ୟଙ୍କର ଚତୁରଙ୍ଗ ନୀତିକୁ ଅନେକେ ଅନୁକରଣ କରିଥାନ୍ତି। ତାହା ହେଲା ସାମ, ଦାନ, ଦଣ୍ଡ ଓ ଭେଦ। ‘ଦଣ୍ଡେନ ପାଳୟେତ୍‌ ପ୍ରଜା।’ ଏହି ଦଣ୍ଡ ପୁଣି ଉଚିତ ମାତ୍ରାରେ, ଉଚିତ ବ୍ୟକ୍ତିଙ୍କୁ ଉଚିତ ସମୟରେ ଅନୁଚିତ କାର୍ଯ୍ୟ ପାଇଁ ପ୍ରଦାନ କରିବାକୁ ହେଲେ ବିବିଧ ନ୍ୟାୟନୀତିର ଅନୁସରଣ କରିବାକୁ ପଡ଼େ। କିନ୍ତୁ ଏହି ନ୍ୟାୟ ବ୍ୟବସ୍ଥାବଳୀ ଏତେ ଜଟିଳ ଯେ, ଦଣ୍ଡ ପ୍ରଦାନକାରୀଙ୍କର ସାମାନ୍ୟ ତ୍ରୁଟି ଦେଖାଦେଲେ ଅପରାଧୀ ଖସିଯାଇଥାଏ, ନିର୍ଦ୍ଦୋଷ ଦଣ୍ଡ ପାଇଥାଏ ଏବଂ ବେଳେ ବେଳେ ଦଣ୍ଡଛତ୍ରଧାରୀ ମଧ୍ୟ ଫସିଯାଇଥାନ୍ତି। ସେଥିଲାଗି ସବୁଦିଗକୁ ଧ୍ୟାନଦେଇ ନିଜର ଜ୍ଞାନ ଓ ବିବେକକୁ ଉପଯୋଗ କରି ଦଣ୍ଡ ନିର୍ଦ୍ଧାରଣ କରାଯିବା ଉଚିତ। ଏହି ପରିପ୍ରେକ୍ଷୀରେ ଆଇନର ଗଳାବାଟ ଦେଇ ଅଭିଯୁକ୍ତକୁ ଦଣ୍ଡମୁକ୍ତ କରାଇବାରେ ସମର୍ଥ ଆଇନ ବିଶାରଦମାନେ ମଧ୍ୟ ଅଛନ୍ତି। ତେଣୁ ଜନସାଧାରଣଙ୍କ ମତରେ ସେମାନେ କଳାକୁ ଧଳା କରିପାରନ୍ତି।
ଆଇନର ବିଭିନ୍ନ ଦିଗକୁ ତର୍ଜମା କଲେ ଆମେ ଅନେକ କୌତୂହଳପୂର୍ଣ୍ଣ ବିଷୟବସ୍ତୁ ମଧ୍ୟ ପାଇବା। ଶୁଣାଯାଏ ମନ୍ଦିରରୁ ମୂର୍ତ୍ତି ଚୋରି କରୁଥିବା ବ୍ୟକ୍ତିର ଚାରିତ୍ରିକ ସଂସ୍କାର ପାଇଁ ଅଦାଲତ ତାକୁ ପ୍ରତ୍ୟହ ସକାଳେ ମନ୍ଦିର ବେଢାର ମାର୍ଜନା କରିବାକୁ ଆଦେଶ ଦିଅନ୍ତି। ଏହି ପୃଷ୍ଠଭୂମିରେ ଦେଖିବାକୁ ଗଲେ ଆରକ୍ଷୀ ଅଧୀକ୍ଷକ ମହୋଦୟାଙ୍କର ସୁଲଳିତ କଣ୍ଠରୁ ନିଃସୃତ ସଙ୍ଗୀତର ମୂର୍ଚ୍ଛନାରେ ମାଓବାଦୀ ସାଜିବାକୁ ଇଚ୍ଛୁକ ଯୁବପିଢି ଆକର୍ଷିତ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ଏକ ଖିଆଲ ହୋଇ ନ ପାରେ। ଏହାର ପ୍ରଭାବ ଯାହା ହେଉ ନା କାହିଁକି ଏହା ପଛରେ ଥିବା ମନୋବୃତ୍ତି ହିଁ ଶୁଦ୍ଧ ଆଶାବାଦୀ ଏବଂ ଏ ପ୍ରକାରର ପ୍ରୟାସ ତାତ୍ପର୍ଯ୍ୟପୂର୍ଣ୍ଣ। ତା’ପରେ ପୁଣି ସେହି ବାଦ୍ୟ ସଙ୍ଗୀତର ତାଳେ ତାଳେ ଜନସାଧାରଣଙ୍କୁ ସ୍ବାସ୍ଥ୍ୟବାନ ରହିବା ପାଇଁ ସ୍ବୟଂ ଯୋଗଗୁରୁ ସାଜିବା ନିଶ୍ଚିତ ଭାବରେ ଦୃଷ୍ଟନ୍ତମୂଳକ।
ଦ୍ୱିତୀୟ ଉଦାହରଣରେ, ସାଧାରଣ ଜନତାଙ୍କ ପନ୍ଥା ଅନୁସରଣ କରି ଜିଲାପାଳ ନିଜର ସ୍ତ୍ରୀଙ୍କୁ ବୁଝାଇ ଶୁଝାଇ ସରକାରୀ ଡାକ୍ତରଖାନାରେ ପ୍ରସବ କରାଇବା ଉଲ୍ଲେଖନୀୟ। ପଇସାବାଲା ଲୋକଙ୍କ ମୁହଁରେ ବ୍ରଣଟିଏ ହେଲେ ଅତ୍ୟାଧୁନିକ ଡାକ୍ତରଖାନାର ଶୀତତାପ ନିୟନ୍ତ୍ରିତ କକ୍ଷରେ ଚିକିତ୍ସିତ ହେବା ଗତାନୁଗତିକ ଧାରା। କିନ୍ତୁ ଏହାଠାରୁ ପାଦେ ଆଗକୁ ଯାଇ ଏକ ଜିଲାପାଳ ଦମ୍ପତି ଜନସାଧାରଣଙ୍କ ଆସ୍ଥା ହରାଇଥିବା ଏବଂ ମୌଳିକ ସୁବିଧା ସୁଯୋଗର ଭରସା ନ ଥିବା ସରକାରୀ ଡାକ୍ତରଖାନାର ଆଶ୍ରୟ ନେବା ନିଶ୍ଚୟ ଏକ ଦୁଃସାହସିକ ପଦକ୍ଷେପ, ଯାହା ପଛର ମନୋବୃତ୍ତି ଆତ୍ମବିଜ୍ଞାପନ ପାଇଁ ଉଦ୍ଦିଷ୍ଟ ନ ହୋଇଥିଲେ ପ୍ରଶଂସାଯୋଗ୍ୟ ନିଶ୍ଚୟ। ପ୍ରଶାସନିକ ସଂହିତାରେ ଏ ପ୍ରକାରର ବିଧି ବ୍ୟବସ୍ଥା ନ ଥିବା ବେଳେ ନିଜର ମାନସିକତା ହିଁ ଏପରି କାର୍ଯ୍ୟ କରିବାକୁ ବ୍ୟକ୍ତିଟିକୁ ପ୍ରେରିତ କରିଥାଏ।
ଅନ୍ୟ ଏକ ଉଦାହରଣରେ ଜଣେ ଯୁବ ଡାକ୍ତର ତାଙ୍କ ରୋଗୀଟିକୁ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ନିଜ କାନ୍ଧରେ ତା’ର ଖଟିଆକୁ ନଦୀ ନାଳ ପାର ହୋଇ ଡାକ୍ତରଖାନାକୁ ବୋହି ନେବା କିମ୍ବା ଆବଶ୍ୟକ ପଡିଲେ ନିଜ ଦେହରୁ ରକ୍ତଦାନ କରିବା ବିରଳ ନିଶ୍ଚୟ। ଏହାଦ୍ୱାରା ଜଣେ ଚିକିତ୍ସକଙ୍କୁ ଦ୍ୱିତୀୟ ଈଶ୍ୱର କହିବାକୁ ଏ ସମାଜ କେବେ ବି କୁଣ୍ଠିତ ହୋଇନାହିଁ। କାରଣ ୟା ପଛର ଅଭିପ୍ରାୟ ହିଁ ମହତ୍‌। କିନ୍ତୁ ବେଳେବେଳେ ମହତ୍ୱାକାଙ୍‌କ୍ଷୀ ହୋଇ ଆମେ ନିଜ ଜୀବନକୁ ବିପଦରେ ପକାଇଥାଉ। ଯେମିତି ଜଣେ ଗୋଷ୍ଠୀ ଶିକ୍ଷାଧିକାରୀ ପାଗଳର ଛଦ୍ମବେଶରେ ଆସି ସ୍କୁଲ ସମ୍ମୁଖରେ ଶିକ୍ଷକମାନଙ୍କ ନିୟମିତତାର ଅନୁଧ୍ୟାନ କରୁ କରୁ ଧରାପଡିଗଲେ। ଉଦ୍ଦେଶ୍ୟ ତାଙ୍କର ପ୍ରଶଂସନୀୟ ଥିବା ସତ୍ତ୍ୱେ ଉଦ୍ୟମ ବିପଦସଙ୍କୁଳ, ଯହିଁରେ ଜୀବନ ହାନି ଘଟିବାର ଆଶଙ୍କାକୁ ଏଡାଇ ହେବନି। କିନ୍ତୁ ଏ ପ୍ରକାର ମାନସିକତା ମନ୍ତ୍ରୀ କିମ୍ବା ଜିଲାପାଳ ଶ୍ରେଣୀଗୃହକୁ ଧସେଇ ପଶି ଶିକ୍ଷାଦାନ କରିବାଠାରୁ ଭିନ୍ନ। ଆଉ ସମ୍ପୂର୍ଣ୍ଣ ଭିନ୍ନ, କୌତୂହଳୀ ହୋଇ ଯେତେବେଳେ ଜମିରେ ଖୋଦ ଜିଲାପାଳ ହଳ କରନ୍ତି କିମ୍ବା କାଦୁଅରେ ପଶି ତଳି ରୁଅନ୍ତି। ଆମ ମତରେ ଯେତେ ଭଲ ଉଦ୍ଦେଶ୍ୟ ଥିଲେ ବି ସମାଜ ଏହାକୁ ଆତ୍ମବିଜ୍ଞାପନ ହିସାବରେ ଧରିନେବ। ଯାହାକୁ ଆମେ ନିଚ୍ଛକ ଓଡ଼ିଆରେ ‘ଦେଖାଇହେବା’ ବୋଲି କହୁ।
ଅନେକ ସମୟରେ ସଚେତନତା ସୃଷ୍ଟି ପାଇଁ ଆମେ ସାଇକେଲ ଶୋଭାଯାତ୍ରା କରୁ। ପଞ୍ଚତାରକା ହୋଟେଲ କକ୍ଷରେ ସମ୍ମିଳନୀମାନ ଆୟୋଜନ କରୁ। ମାନବଶୃଙ୍ଖଳ କରୁ, ଅବୋଧ ବାଳକମାନଙ୍କୁ ଶୋଭାଯାତ୍ରାରେ ସାମିଲ କରି ସମାଜକୁ ବିଭିନ୍ନ ବାର୍ତ୍ତା ଦେଉ। କିନ୍ତୁ ଏହାର କେତେ ପ୍ରଭାବ ପଡେ ତା’ର କେବେ ମୂଲ୍ୟାୟନ କରୁ କି? ନା, ସେ ଦିଗ ପ୍ରତି କୌଣସି ଧ୍ୟାନ ନ ଦେଇ କେବଳ ଚିତ୍ର କିଛି ଉତ୍ତୋଳନ କରି ଗଣମାଧ୍ୟମକୁ ଦେଇଦେବାରେ ଆମର କାର୍ଯ୍ୟକଳାପ ସୀମିତ ରୁହେ। ଅପରନ୍ତୁ ବାରମ୍ବାର ଜେଲରୁ ମୁକୁଳି ଆପରାଧିକ କାର୍ଯ୍ୟରେ ଲିପ୍ତ ରହୁଥିବା ଦାଗୀକୁ ତଡ଼ି ପାର କଲାବେଳେ କିମ୍ବା ତା’ର ଅନଧିକୃତ ଗୃହକୁ ଭଙ୍ଗା ଗଲାବେଳେ ମାନବାଧିକାର କ୍ଷୁଣ୍ଣ ହେବାର ଅଭିଯୋଗ ଆଣୁ। ଏ ପ୍ରକାର ମାନସିକତା କୃତ୍ରିମ, ପ୍ରହେଳିକାପୂର୍ଣ୍ଣ ତଥା ଅପରିଣାମଦର୍ଶୀ। ଏ ପ୍ରକାର ବ୍ୟକ୍ତିତ୍ୱ କଦାପି ସମାଜ କିମ୍ବା ଦେଶର ହିତକାରୀ ନୁହନ୍ତି। ଅତଏବ ସମାଜର ମଙ୍ଗଳ ପାଇଁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିତ୍ୱ ସରକାରୀ କି ବେସରକାରୀ ହେଇଥାନ୍ତୁ ପଛେ ନିଜର ଖିଆଲି ମସ୍ତିଷ୍କକୁ କାର୍ଯ୍ୟରେ ବିନିଯୋଗ କଲେ ଯାଇ ଭିନ୍ନ ଢଙ୍ଗରେ ଦେଶ ଓ ଦଶର ସେବା କରି ନିଜର ସ୍ବାତ ବଜାୟ ରଖିପାରିବେ। କେବଳ ଉଦ୍ଦେଶ୍ୟ ଆନ୍ତରିକତାରେ ପୂର୍ଣ୍ଣ ଥିଲେ ହେଲା।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର, ମୋ-୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

କାହା ଦୁଃଖର କାରଣ ହୁଅନା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଅନେକ କାର୍ଯ୍ୟ ଆମେ ବିନା ବିଚାରରେ କରିଥାଉ ଏବଂ ସେଥିପାଇଁ ଅନେକଙ୍କ ଦୁଃଖଯନ୍ତ୍ରଣାର କାରଣ ହୋଇଥାଉ। ମୋ ବିଶ୍ୱରେ ପରମେଶ୍ୱରଙ୍କ...

ମୃତ୍ତିକାର ଆର୍ତ୍ତନାଦ

ଡ. ସୁବାସ ଚନ୍ଦ୍ର ପାତ୍ର ଦୁର୍ଗତି ପ୍ରଗତିର ବୋଧହୁଏ ସବୁଠୁ ବିଶ୍ୱସ୍ତ ସହଚର। ଯେଉଁ ମାଟି ମା’ ଦିନେ ମଣିଷର ଭରସାର ମୂଳପିଣ୍ଡ ଥିଲା, ଯାହା...

ଏଇ ଭାରତରେ

କୋରିଓଗ୍ରାଫର ବିନୟ ଶର୍ମାଙ୍କ ସମର୍ପିତ ଜୀବନ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣା। ସେ ନିର୍ଦ୍ଦେଶନା ଛାଡ଼ି ବସ୍ତି ପିଲାମାନଙ୍କୁ ମାଗଣାରେ ଡ୍ୟାନ୍ସ ଶିକ୍ଷା ଦେଉଛନ୍ତି। ବିନୟଙ୍କ...

ଭାରତରେ ଗୁଗଲ୍‌

ଇଣ୍ଟରନେଟ୍‌ର ସର୍ବେସର୍ବା ଭାବେ ପରିିଚିତ ଗୁଗଲ୍‌ ଇଙ୍କ୍‌ ଆସନ୍ତା ୫ରୁ ୭ ବର୍ଷ ମଧ୍ୟରେ ଭାରତରେ ୧୦ ବିଲିୟନ ଡଲାର ବା ୭୫ ହଜାର କୋଟି...

ଏଇ ଭାରତରେ

ଭାରତୀୟ ସଂସ୍କୃତିରେ ଘରେ ପ୍ରଥମ ରୁଟି ଗାଈଙ୍କ ପାଇଁ କରାଯାଏ ଓ ଏହା ଶୁଭ ବୋଲି ମାନ୍ୟତା ରହିଛି। କିନ୍ତୁ ଏହି ସଂସ୍କୃତି ଧୀରେ ଧୀରେ...

ଆତ୍ମନିର୍ଭର ବନାମ ବିଶ୍ୱନିର୍ଭର ଭାରତ

ଡ. ଷ୍ଟାଲିନ୍‌ ମିଶ୍ର ଦେଶରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ବିଫଳ ବୋଲି ପ୍ରମାଣିତ ହୋଇଛି। କରୋନାର କରାଳଛାୟାରେ ପରିବାର, ସମାଜ ତଥା ଦେଶର ଅର୍ଥନୀତି ଆଜି ଧ୍ୱସ୍ତ।...

ଏଇ ଭାରତରେ

ମୃତ୍ୟୁ ପରେ ଉପଯୁକ୍ତ ମର୍ଯ୍ୟାଦା ପାଇବା ପ୍ରତ୍ୟେକ ବ୍ୟକ୍ତିଙ୍କ ଅଧିକାର। କିନ୍ତୁ ଏବେ ମହାମାରୀ ସମୟରେ ଅନେକାଂଶରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଥିବା ଲକ୍ଷ୍ୟକରି କୋଭିଡ୍‌...

ଶିଶୁ ମାନସିକ ସ୍ବାସ୍ଥ୍ୟର ଯତ୍ନ

ରାଜୀବ କର୍ମୀ ଶିଶୁମାନଙ୍କ ମାନସିକ ସ୍ବାସ୍ଥ୍ୟ ମୁଖ୍ୟତଃ ଆବେଗିକ, ଭାବନାଗତ, ବିକାଶଗତ, ସାମାଜିକ ଦକ୍ଷତା ହାସଲ ଏବଂ ଅସୁବିଧା ସମୟରେ ଧୈର୍ଯ୍ୟର ସହ ସାମ୍ନା କରିବା...

Advertisement
Archives

Model This Week