Posted inଜାତୀୟ

ଉତ୍ତର-ପଶ୍ଚିମ ଦିଲ୍ଲୀରୁ ଭାଜପା ପ୍ରାର୍ଥୀ ହେଲେ ହଂସରାଜ

ନୂଆଦିଲ୍ଲୀ,୨୪ା୪: ଭାଜପା ମଙ୍ଗଳବାର ଗାୟକ ହଂସରାଜ ହଂସଙ୍କୁ ଉତ୍ତର-ପଶ୍ଚିମ ଦିଲ୍ଲୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ଏଥର ଏହି ଆସନ ପାଇଁ ବର୍ତ୍ତମାନର ସାଂସଦ ଉଦିତ ରାଜଙ୍କୁ ବାଦ୍‌ ଦିଆଯାଇଛି। ହଂସରାଜ ଉକ୍ତ ଆସନର କଂଗ୍ରେସ ପ୍ରାର୍ଥୀ ରାଜେଶ ଲିଲୋଥିଆ ଏବଂ ଏଏପିର ଗୁଗନ ସିଂଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ମାର୍ଗଦର୍ଶନରେ ସେ ସାଧୁତା ଓ ଶ୍ରଦ୍ଧାର ସହିତ ଦେଶବାସୀଙ୍କ ସେବା କରିବେ ବୋଲି ହଂସରାଜ ଟୁଇଟ୍‌ କରିଛନ୍ତି।
ଅନ୍ୟପକ୍ଷରେ ଭାରତୀୟ ରାଜସ୍ବ ସେବାର ପୂର୍ବତନ ଅଧିକାରୀ ଉଦିତ ରାଜ ନିଜ ପଦବୀରୁ ଇସ୍ତଫା ଦେଇ ୨୦୦୩ରେ ଇଣ୍ଡିଆନ ଜଷ୍ଟିସ ପାର୍ଟି ଗଠନ କରିଥିଲେ। ୨୦୧୪ରେ ସେ ଭାରତୀୟ ଜନତା ପାର୍ଟି ସହିତ ନିଜ ଦଳକୁ ମିଶାଇ ଦେଇଥିଲେ। ସେହିବର୍ଷ ଲୋକ ସଭା ନିର୍ବାଚନରେ ଭାଜପା ଟିକେଟରେ ପ୍ରାର୍ଥୀ ହୋଇ ସେ ବିଜୟୀ ହୋଇଥିଲେ। ତାଙ୍କୁ ଏଥର ଟିକେଟ ନ ମିଳିଲେ ସେ ଦଳ ଛାଡି ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଲେମ୍ବୁ ପାଇଁ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା, ବୁଲିଲା ଖଣ୍ଡା

ଉଦୟପୁର,୧୬।୫: ରାଜସ୍ଥାନ ଉଦୟପୁରର ଧାନମଣ୍ଡି ଥାନା ଅଞ୍ଚଳରେ ଏକ ସାମାନ୍ୟ ଝଗଡ଼ା ହିଂସାର ରୂପ ନେଇଛି। ଉଦୟପୁରରେ ଏକ ଲେମ୍ବୁକୁ ନେଇ ବିବାଦ ଆରମ୍ଭ ହୋଇଥିଲା।...

ଶକ୍ତିଶାଳୀ ହେବ ଭାରତୀୟ ସେନା: ପ୍ରତିରକ୍ଷା ବଜେଟରେ ୫୦,୦୦୦ କୋଟି ଟଙ୍କା ବୃଦ୍ଧି କରିବେ ମୋଦି

ନୂଆଦିଲ୍ଲୀ,୧୬।୫: ଭାରତର ସଫଳ ସାମରିକ ଅଭିଯାନ ‘ଅପରେସନ ସିନ୍ଦୁର’ ପରେ ଦେଶର ପ୍ରତିରକ୍ଷା ବଜେଟରେ ୫୦,୦୦୦ କୋଟି ଟଙ୍କାର ବୃଦ୍ଧି ହୋଇପାରେ ବୋଲି ସରକାରୀ ସୂତ୍ର...

ଭାରତ ପ୍ରଥମ ଥର ପାଇଁ ପ୍ରକାଶ କଲା ମାସିକ ବେକାରୀ ହାର; ଆସିଲା ଚିନ୍ତାଜନକ ରିପୋର୍ଟ

ନୂଆଦିଲ୍ଲୀ,୧୬।୫: ଭାରତ ପ୍ରଥମ ଥର ପାଇଁ ମାସିକ ବେକାରୀ ତଥ୍ୟ ପ୍ରକାଶ କରି ରୋଜଗାର ବଜାରର ଗତିଶୀଳତା ଉପରେ ରିଅଲ୍-ଟାଇମ୍ ତଥ୍ୟ ପ୍ରଦାନ କରିଛି। ଗୁରୁବାର...

Operation Sindoor: ହିଟ ଲିଷ୍ଟରେ ୧୪ ଆତଙ୍କବାଦୀ, ନିହତ ହେଲେଣି ୬, ବାକି ଅଛନ୍ତି ୮

ନୂଆଦିଲ୍ଲୀ,୧୬।୫: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିବା ‘ଅପରେଶନ ସିନ୍ଦୂର’ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗି ଦେଇଛି। ଭାରତୀୟ ସେନା ଏବଂ...

ଜୟଶଙ୍କରଙ୍କ ମାଷ୍ଟରଷ୍ଟୋକ୍; ଭାରତ-ଆଫଗାନିସ୍ତାନ ସମ୍ପର୍କ ବିଗାଡିବା ପ୍ରୟାସକୁ ଦେଲେ ଚକମା

ନୂଆଦିଲ୍ଲୀ,୧୬।୫: ଗୁରୁବାର ଭାରତ ଆଫଗାନିସ୍ତାନର ଦୁଇ ଦେଶ ମଧ୍ୟରେ “ଅବିଶ୍ୱାସ ସୃଷ୍ଟି” କରିବାର ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବାକୁ ସ୍ୱାଗତ କରିଛି, ଯେତେବେଳେ ବୈଦେଶିକ ମନ୍ତ୍ରୀ ଏସ...

ପାକ୍‌ ହାତରେ ଅଣୁଅସ୍ତ୍ର ବିପଜ୍ଜନକ

ଶ୍ରୀନଗର,୧୬ା୫(ପି.ଟି.): ପାକିସ୍ତାନ ନିକଟରେ ଥିବା ଅଣୁଅସ୍ତ୍ରଗୁଡ଼ିକର ନିରାପତ୍ତାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ପ୍ରଶ୍ନ ଉଠାଇଛନ୍ତି। ସେଗୁଡ଼ିକ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା...

୫୦୦ କୋଟି ଟଙ୍କାର ବାଙ୍କେ ବିହାରୀ କରିଡର ଯୋଜନାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଲେ

ନୂଆଦିଲ୍ଲୀ,୧୫ା୫: ସୁପ୍ରିମକୋର୍ଟ ଗୁରୁବାର ଉତ୍ତର ପ୍ରଦେଶ ସରକାରଙ୍କ ୫୦୦ କୋଟି ଟଙ୍କାର ଶ୍ରୀ ବାଙ୍କେ ବିହାରୀ ମନ୍ଦିର କରିଡର ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି। ଏହି ଯୋଜନା...

ଭାରତ ବିରୋଧରେ ବଡ଼ ଉପଦେଶ ଦେଇଥିଲେ ଟ୍ରମ୍ପ, ରଖିଲାନି ଆପଲ!

ଓ୍ବାଶିଂଟନ,୧୫।୫: ଆଇଫୋନ ନିର୍ମାତା ଆପଲର ଭାରତରେ ନିବେଶ ଯୋଜନା ଅକ୍ଷୁର୍ଣ୍ଣ ରହିଛି ଏବଂ କମ୍ପାନୀ ଦେଶରେ ଏହାର ଉତ୍ପାଦ ପାଇଁ ଏକ ପ୍ରମୁଖ ଉତ୍ପାଦନ କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri