ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଏକାଡେମିକ କାଉନସିଲ ବୈଠକ

ବାରିପଦା ଅଫିସ,୫ା୮: ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏକାଡେମିକ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଡ.ପ୍ରଦୀପ କୁମାର ଚାନ୍ଦ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ମୁଖ୍ୟତଃ ପି.ଜି. ପାଇଁ ନୂତନ ପାଠ୍ୟକ୍ରମ ପ୍ରସ୍ତୁତି, ପି.ଜି. ବୋର୍ଡ ଅଫ୍‌ ଷ୍ଟଡିଜ୍‌ର ବୈଠକ, ଖାତା ମୂଲ୍ୟାୟନ ପ୍ରଣାଳୀରେ ଥିବା ଦୋଷ ଦୁର୍ବଳତା ଏବଂ ଡିଜିଟାଲ ପ୍ରଣାଳୀରେ ପିଏଚ.ଡି. ଥେସିସ କିପରି ସୁରୁଖୁରୁରେ ମୂଲ୍ୟାୟନ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା। ବୈଠକରେ ଯୋଗ ଦେଇଥିବା ସମସ୍ତ ସଦସ୍ୟମାନଙ୍କୁ କୁଳପତି ଡ. ଚାନ୍ଦ ସ୍ବାଗତ କରିବା ପରେ ସଦସ୍ୟମାନେ ନିଜ ନିଜର ପରିିଚୟ ପ୍ରଦାନ କରିଥିଲେ। କୁଳସଚିବ ତଥା ରସାୟନ ବିଭାଗ ମୁଖ୍ୟ ପ୍ରଫେସର ପ୍ରମୋଦ କୁମାର ଶତପଥୀ ଏଥି ପୂର୍ବରୁ ଅନୁଷ୍ଠିତ ଏକାଡେମିକ କାଉନସିଲ ବୈଠକରେ ନିଆଯାଇଥିବା ବିଭିନ୍ନ ପ୍ରସ୍ତାବ ସଦସ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ। ଆଲୋଚନା ପର୍ଯ୍ୟାଲୋଚନା ପରେ ତାହା ଗୃହୀତ ହୋଇଥିଲା। ବୈଠକରେ ନିଆଯାଇଥିବା ବିଭିନ୍ନ ପ୍ରସ୍ତାବ କୁଳପତିଙ୍କ ଅନୁମୋଦନ ପରେ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଥିଲା। ପରୀକ୍ଷା ନିୟନ୍ତ୍ରକ ଡ. ଯୁବେନ୍ଦୁ କୁମାର ମନ୍ତ୍ରୀ ସ୍ବଳ୍ପ ସମୟ ମଧ୍ୟରେ ବିଭିନ୍ନ ସେମିଷ୍ଟର ଖାତା ମୂଲ୍ୟାଙ୍କନ କରିବା, ଶେଷ ବର୍ଷ ପରୀକ୍ଷାଫଳ ଠିକ୍‌ ସମୟରେ ପ୍ରକାଶ କରିବା, ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବା ଏବଂ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ କାର୍ଯ୍ୟ କରିଥିବାରୁ କୁଳପତି ଡ.ଚାନ୍ଦଙ୍କୁ ପ୍ରଶଂସା କରିଥିଲେ। ବୈଠକରେ ପି.ଜି କାଉନିସଲ ଚେୟାରମ୍ୟାନ ତଥା ପଦାର୍ଥ ବିଜ୍ଞାନ ମୁଖ୍ୟ ପ୍ରଫେସର ଡକ୍ଟର ସସ୍ମିତା କର, ଦୂରନିରନ୍ତର ଶିକ୍ଷା ବିଭାଗର ନିର୍ଦ୍ଦେଶକ ପ୍ରଫେସର ହେମନ୍ତ କୁମାର ସାହୁ, ଅର୍ଥଶାସ୍ତ୍ର ବିଭାଗର ମୁଖ୍ୟ ପ୍ରଫେସର ଜଗନ୍ନାଥ ଲେଙ୍କା, ପ୍ରାଣୀବିଜ୍ଞାନ ମୁଖ୍ୟ ଡକ୍ଟର ପୁଷ୍ପାଞ୍ଜଳି ପରିଡା, ଉଦ୍ଭିଦ ବିଜ୍ଞାନ ମୁଖ୍ୟ ପ୍ରଫେସର ଉମାବଲ୍ଲଭ ମହାପାତ୍ର, ଏମସିଏ ବିଭାଗୀୟ ମୁଖ୍ୟ ଡକ୍ଟର ସୁଜାତା ଦାସ, ବାୟୋଟେକ୍ନୋଲୋଜି ବିଭାଗୀୟ ମୁଖ୍ୟ ଡକ୍ଟର ସୁକାନ୍ତ ନାୟକ, ମହାରାଜା ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷା ଡକ୍ଟର ଝରଣାରାଣୀ ବେହେରା, ମୟୂରଭଞ୍ଜ କଲେଜ ଅଫ୍‌ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ, ଶୂଳିଆପଦା ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ, କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିନ୍ତାମଣି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପରୀକ୍ଷା ନିୟନ୍ତ୍ରକ ଡ. ମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ପ୍ରତିନିଧି ଦଳର ବନ୍ୟାଞ୍ଚଳ ପରିଦର୍ଶନ: ବନ୍ୟା ବିପନ୍ନଙ୍କୁ ସହାୟତା ଦାବି

ଭଣ୍ଡାରିପୋଖରୀ, ୩୦।୮(ଡି.ଏନ.ଏ): ରାଜ୍ୟ ଭାଜପା ପ୍ରତିନିଧି ଦଳର ରାଜ୍ୟ ସଂଗଠନ ସମ୍ପାଦକ ମାନସ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍‌ ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀର ବନ୍ୟା...

ମୟୂରଭଞ୍ଜ ଜିଲା ଚିଠି: ପର୍ଯ୍ୟଟନ ଶିଳ୍ପ

ମୟୂରଭଞ୍ଜ ଜିଲାରେ ରହିଛି ବହୁ ପର୍ଯ୍ୟଟନ ସ୍ଥଳ। ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଶିମିଳିପାଳ ସହିତ ବହୁ ଜଳପ୍ରପାତ, ମନ୍ଦିର, ଐତିହାସିକ ସ୍ଥାନ ରହିଛି। ହେଲେ ଏହି...

କଟକଣା ନ ମାନି କାରବାର

ଅନୁଗୋଳ ଅଫିସ, ୨୪।୪ ଅନୁଗୋଳ ଜିଲାରେ କରୋନାର ଦ୍ରୁତ ସଂକ୍ରମଣ ଜାରି ରହିଛି। ବିଶେଷକରି ଅନୁଗୋଳ, ତାଳଚେର ଓ କିଶୋରନଗର ବ୍ଲକରୁ ଦୈନିକ ଅଧିକ ସଂଖ୍ୟକ...

ଗରମରେ ଛଟପଟ ହେଲେ ଜିଲାବାସୀ

ଅନୁଗୋଳ ଅଫିସ, ୨୭।୪- ଅନୁଗୋଳ ସହର ଓ ଏହାର ଉପକଣ୍ଠରେ ଅସହ୍ୟ ଗରମ ଏବଂ  ଗୁଳଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାର ଏଠାରେ ତାପମାତ୍ରା...

ରାଜନଗର ନୂତନ ତହସିଲଦାର ଭୋଳାନାଥ ସେଠୀ

ରାଜନଗର,୧୭।୩(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲଦାର ଭାବରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭୋଳାନାଥ ସେଠୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବ ତହସିଲଦାର ଦ୍ୱିବେନ୍ଦୁ କୁମାର...

ଖରସ୍ରୋତା ନଦୀରୁ ବେଆଇନ ବାଲି ଚାଲାଣ

ରସୁଲପୁର,୪ା୩(ଡି.ଏନ.ଏ.): ରସୁଲପୁର ତହସିଲ ଅଧୀନ ପହଁଗା ରାଜସ୍ବ ସର୍କଲର ଖରସ୍ରୋତା ନଦୀରୁ ବାଲି ଚୋରାଚାଲାଣ ହେଉଛି। ମାଫିଆମାନେ ଏକ ଭିନ୍ନ ଉପାୟରେ ଏହି କାର୍ଯ୍ୟ କରୁଛନ୍ତି।...

ସତ୍ତା ହରାଇଛି ସାଗର ଯୋଜନା

ପାରଳାଖେମୁଣ୍ଡି, ୧୧।୧ (ଡି.ଏନ୍‌.ଏ): ଶତାଧିକ ବର୍ଷ ପୂର୍ବେ ପାରଳାଖେମୁଣ୍ଡିର ପ୍ରଜାବତ୍ସଳ ଶାସକମାନେ ଅଞ୍ଚଳର ବିକାଶ ପାଇଁ ସାଗର ଯୋଜନା ମାଧ୍ୟମରେ ୫ଟି ବୃହତ ସାଗର ଖୋଳିଥିଲେ।...

ଦୁର୍ବଳ ଭିତ୍ତିଭୂମି ପ୍ରତି ପଡ଼ୁନି ଦୃଷ୍ଟି

ଛେଣ୍ଡିପଦା,୧୦।୮(ସ୍ବ.ପ୍ର.): ୪୧ ବର୍ଷର ପ୍ରାଥମିକ ବିଦ୍ୟାଳୟ। ହେଲେ ୫ଟି ଶ୍ରେଣୀର ପିଲାଙ୍କ ପାଇଁ ନାହିଁ ୫ଟି ଶ୍ରେଣୀଗୃହ। ଯେଉଁ ୩ଟି କୋଠରି ଅଛି, ସେଥିରୁ ୨ଟି...

Advertisement
Archives

Model This Week