ଉତ୍ତରାଧିକାରୀ ପ୍ରମାଣପତ୍ର ଖାରଜ ଘଟଣା: କାଗଜପତ୍ର ଯାଞ୍ଚ କଲା ଭିଜିଲାନ୍ସ ଟିମ୍‌

ଖଇରା, ୨୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଆଳଦା ମୌଜାରେ ଜମି କିଣାବିକାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଅଡୁଆସୂତା ଭଳି ଛନ୍ଦି ହେବାରେ ଲାଗିଛି ା ଘଟଣାର ତଦନ୍ତ ପାଇଁ ଜିଲା ଭିଜିଲାନ୍ସ ବିଭାଗର ଏକ ଟିମ୍‌ ଡିଏସ୍‌ପି ଏସ୍‌.କେ ସାମନ୍ତରାୟଙ୍କ ନେତୃତ୍ୱରେ ୨ୟ ଥର ପାଇଁ ସୋମବାର ଖଇରା ତହସିଲ, ଖଇରା ଥାନା, ଖଇରା ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିଭିନ୍ନ କାଗଜପତ୍ର ଯାଞ୍ଚ କରିଛନ୍ତି।
ସୁଣ୍ଢିରା ଗ୍ରାମର ବନ୍ଦନା ନାୟକ ନିଜର ଜେଜେମାଙ୍କ ଉତ୍ତରାଧିକାରୀ ପ୍ରମାଣପତ୍ର ପାଇଁ ତହସିଲରେ ଆବେଦନ କରିଥିବା ବେଳେ ଏହାକୁ ଖାରଜ କରିଦିଆଯାଇଥିଲା। ପ୍ରମାଣପତ୍ର ପାଇଁ ୫ଲକ୍ଷ ଟଙ୍କା ଲାଞ୍ଚ ମଗାଯିବାରୁ ସେ ଦେଇ ନ ପାରି ଭିଜିଲାନ୍ସ ବିଭାଗରେ ଜଣାଇଥିଲେ ା ଭିଜିଲାନ୍ସ ପକ୍ଷରୁ କେସ୍‌ (ନଂ. ୩୮/୨୦୧୯) ରୁଜୁ କରାଯାଇଥିଲା। ଭିଜିଲାନ୍ସ ଟିମ୍‌ ଅକ୍ଟୋବର ୪ ତାରିଖରେ ପ୍ରଥମ ଥର ଖଇରା ତହସିଲକୁ ଆସି ତଦନ୍ତ କରିଥିଲା। ଏ ସମ୍ପର୍କରେ ଖଇରା ତହସିଲଦାରଙ୍କୁ ପଚାରିବାରେ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଗ୍ରାମବାସୀ ପୃଥକ ମତ ଦେବାରୁ ଉତ୍ତରାଧିକାରୀ ପ୍ରମାଣପତ୍ର ଦେବା ସମ୍ଭବପର ନ ଥିଲା ା ଅର୍ଥ ମାଗିବା ଅଭିଯୋଗ ଭିତ୍ତିହୀନ ବୋଲି ସେ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ, ୨୦ରୁ ଉର୍ଦ୍ଧ୍ବ ଅଟକ

ହାଟଡିହୀ/ଛେନାପଦୀ,୧୮।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପୋଲିସ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଅଭିଯାନ ଆରମ୍ଭ କରିଛି…

କେବେ ବାହାରିବ ଯୁକ୍ତ ଦୁଇ ରେଜଲ୍ଟ? ବଡ଼ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର,୧୮।୫: ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ  । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି ।…

ପୁଇଁତୋଳାରୁ ତାଇଓ୍ବାନ, ଦେବାଶିଷଙ୍କ ସଫଳତାର ଯାତ୍ରା, ଏମିତି କାମ କରି…

ଗଞ୍ଜାମ,୧୮ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ଦେବାଶିଷ ତରାଇ।। ପୁଇଁତୋଳା ଭଳି ଏକ ଗାଁରୁ ଅନ୍ତର୍ଜାତୀୟ ଶିକ୍ଷା ଓ ଗବେଷଣା ମଞ୍ଚ ପର୍ଯ୍ୟନ୍ତ ଦେବାଶିଷ…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

ହଠାତ୍‌ ମାଡ଼ିଆସିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ୨ ଜୀବନ

ଲକ୍ଷ୍ମୀପୁର,୧୮ା୫(ଅନନ୍ତ ପ୍ରସାଦ ନାୟକ): କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ୨ ଜଣଙ୍କ ଜୀବନ ଯାଇଛି। ଓଡ଼ିଆ ପେଣ୍ଟ ପଞ୍ଚାୟତର ତଳକାଇପଦର…

ସକାଳୁ ସକାଳୁ ବ୍ଲକ ଉପାଧ୍ୟକ୍ଷଙ୍କ ଘରେ ଚଢ଼ାଉ, ସ୍ପେଶାଲ ସ୍କ୍ବାଡ୍‌ ନିଯୁକ୍ତ ହୋଇ…

କେନ୍ଦୁଝର/ହାଟଡିହୀ/ଛେନାପଦୀ/ବଞ୍ଚୋ ,୧୮ା୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା/ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍‌ ଗଠନ କରି ଆନନ୍ଦପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri